Posted inଜାତୀୟ

ଅନ୍ଧେରୀ ଇଷ୍ଟ ଉପ-ନିର୍ବାଚନ: ନୋଟାରେ ଭୋଟ ଦେବାକୁ ଭୋଟରଙ୍କୁ ଟଙ୍କା ଦେଉଛି ଭାଜପା, ଉଦ୍ଧବ ସମର୍ଥକଙ୍କ ଅଭିଯୋଗ…

ମୁମ୍ବାଇ,୧।୧ : ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ମଙ୍ଗଳବାର ଅଭିଯୋଗ କରିଛି ଯେ ଅନ୍ଧେରୀ ଇଷ୍ଟ ଉପ-ନିର୍ବାଚନରେ ଭୋଟରଙ୍କୁ ଉପରୋକ୍ତ କୌଣସିଟ ନୁହେଁ (ନୋଟା) ବିକଳ୍ପରେ ଭୋଟ ଦେବାକୁ ଭାଜପା ପକ୍ଷରୁ ଟଙ୍କା ଦିଆଯାଉଛି। ମଙ୍ଗଳବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଉପ-ନର୍ବାଚନ ପାଇଁ ପ୍ରଚାରର ଶେଷ ସମୟ ଥିଲା।

ଦଳର ବରିଷ୍ଠ ନେତା ଅନିଲ ପରାବ କହିଛନ୍ତି ଯେ ତାଙ୍କ ଦଳ ନିର୍ବାଚନ କମିଶନଙ୍କ ସହ ପୋଲିସ ସମ୍ମୁଖରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି। ଆଗାମୀ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେଶନ (ବିଏମସି) ନିର୍ବାଚନରେ ମଧ୍ୟ ଏହାର ପ୍ରଭାବ ଅନୁଭୁତ ହେବ। କାରଣ ପ୍ରଥମ ଥର ପାଇଁ ମହା ବିକାଶ ଅଘାଡି (ଏମଭିଏ)ର ମିଳିତ ଶକ୍ତି ଦୃଶ୍ୟମାନ ହେବ। ଏମଭିଏ ଉଦ୍ଧବଙ୍କ ନେତୃତ୍ୱାଧୀନ ଶିବସେନା, ଏନସିପି ଏବଂ କଂଗ୍ରେସକୁ ନେଇ ଗଠିତଦ୍‌। ସେ ଅଭିଯୋଗ କରିଛନ୍ତି ଯେ ନୋଟାରେ ଭୋଟ ଦେବାଲାଗି ଲୋକଙ୍କୁ ଟଙ୍କା ଦିଆଯାଉଛି।

ତାଙ୍କ ପାର୍ଟି ପାଖରେ ଏଭଳି କାର୍ଯ୍ୟର ଭିଡିଓ କ୍ଲିପ ଅଛି ଯେଉଁଥିରେ ରାମଦାସ ଅଠାୱଲେଙ୍କ ନେତୃତ୍ୱାଧୀନ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଆରପିଆଇ) କର୍ମୀମାନେ ଦେଖାଯାଉଛନ୍ତି। ଶିବସେନା ଉଦ୍ଧବ ବାଲାସାହେବ ଠାକରେ ପାର୍ଟି ସ୍ବର୍ଗତଃ ବିଧାୟକ ରମେଶ ଲଟେକଙ୍କ ପତ୍ନୀ ଋତୁଜା ଲଟକେଙ୍କୁ ପ୍ରାର୍ଥୀ କରାଯାଇଛି। ରମେଶଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ଅଛି। ଏଥିରେ ଏହି ଉପ-ର୍ନିବାଚନ ଅନୁଷ୍ଠିତ ହେଉଛି।

ଭାଜପା ମୁର୍ଜି ପଟେଲଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ପରେ ଦଳ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲା। ଗୋଟିଏ ପଟେ ଭାଜପା ପ୍ରାର୍ଥୀ ପ୍ରତ୍ୟାହାର କରି କହୁଛି ଯେ ମୃତ ବିଧାୟକଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ପ୍ରାର୍ଥୀ ନଦେବା ପରମ୍ପରାକୁ ସମ୍ମାନ କରେ। ଅନ୍ୟପକ୍ଷରେ ଲୋକଙ୍କୁ ନୋଟାରେ ଭୋଟ ଦେବାକୁ ଟଙ୍କା ଦେଉଛି ବୋଲି ପରାବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri