Posted inଜାତୀୟ

ମୋରବି ଦୋଷୀଙ୍କୁ ସରକାରୀ ସୁରକ୍ଷା ମିଳୁଥିବା ଅଭିଯୋଗ, ଓରେଭା କମ୍ପାନୀ ମାଲିକ ନିଖୋଜ, ଫାର୍ମହାଉସରେ ତାଲା…

ମୋରବି,୧।୧୧ : ଗୁଜରାଟର ମୋରବିରେ ଘଟିଥିବା ଝୁଲାପୋଲ ଦୁର୍ଘଟଣାରେ ୪୭ ଜଣ ଶିଶୁଙ୍କ ସମେତ ୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ବିରୋଧୀ ଦଳଙ୍କ ପକ୍ଷରୁ ଭାଜପା ନେତୃତ୍ୱାଧୀନ ଗୁଜରାଟ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ଔପନିବେଶ ସମୟର ପୋଲର ନବୀକରଣ ପାଇଁ ମୋରବି ମ୍ୟୁନିସିପାଲିଟି କର୍ପୋରେଶନ ଘଣ୍ଟା ଏବଂ ବଲ ତିଆରି କରୁଥିବା ଏକ ଘରୋଇ କମ୍ପାନୀ ଓରେଭାକୁ ଏନେଇ ଠିକା ବିନା ଟେଣ୍ଡରରେ ଦେଇଥିଲା। ବର୍ତ୍ତମାନ ସୁଦ୍ଧା କମ୍ପାନୀର ୯ ଜଣ ତଳସ୍ତରର କର୍ମଚାରୀଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ଏଥି ସହିତ କମ୍ପାନୀର ମାଲିକ ଏବଂ ପ୍ରମୁଖ ଅଧିକାରୀମାନେ ନିଖୋଜ ହୋଇଯାଇଛନ୍ତି। କମ୍ପାନୀର ବିଶାଳ ଫାର୍ମହାଉସରେ ତାଲା ପଡିଛି। ଏପରିକି ଜଣେ ସୁରକ୍ଷାକର୍ମୀ ମଧ୍ୟ ଦୃଶ୍ୟମାନ ହେଉନାହାଁନ୍ତି।

ସ୍ଥାନୀୟ ଲୋକେ କହିଛନ୍ତି ଯେ ଅକ୍ଟୋବର ୩୦ରୁ ଓରେଭାର ପରିଚାଳନା ନିର୍ଦ୍ଦେଶକ ଜୟସୁଖଭାଇ ପଟେଲଙ୍କ ଦେଖା ନାହିଁ। ଝୁଲା ପୋଲ ଖୋଲିବାର ଗୋଟିଏ ଦିନ ପୂର୍ବରୁ ସେ ଅକ୍ଟୋବର ୨୪ ରେ ସର୍ବସାଧାରଣରେ ଦାବି କରିଥିଲେ ଯେ ନବୀକରଣ ହୋଇଥିବା ପୋଲ ଅତି କମରେ ୮ ରୁ ୧୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ତେବେ ଏହା ଖୋଲିବାର ମାତ୍ର ୪ ଦିନ ମଧ୍ୟରେ ଭୁଶୁଡି ପଡିଥିଲା। ମୋରବି ମ୍ୟୁନିସିପାଲିଟି କର୍ପୋରେଶନ ଜୟସୁଖଭାଇଙ୍କ ଅଜନ୍ତା ମାନ୍ୟୁଫାକଚରିଂ ଲିମିଟେଡ ଚୁକ୍ତିନାମା ସ୍ବାକ୍ଷର କରିଥିଲା। ଏହାର ପ୍ୟାରେଣ୍ଟ କମ୍ପାନୀ ହେଉଛି ଓରେଭା। ଅଜନ୍ତା ଏକ ଘଣ୍ଟା ନିର୍ମାତା ଭାବରେ ଜଣାଶୁଣା। ବଡ଼ ଅଧିକାରୀଙ୍କୁ ଗିରଫ ନକରି ତଳିଆ କର୍ମଚାରୀଙ୍କୁ ଗିରଫ କରି ସରକାର ଜାଣିଶୁଣି ନୀରବ ହୋଇ ବସିଥିବା ଲୋକେ ଅଭିଯୋଗ କରିଛନ୍ତି।

ନଭେମ୍ବର ୨ ରେ ଏହି ଦୁଃଖଦ ଘଟଣାର ମୃତକଙ୍କ ପାଇଁ ରାଜ୍ୟବ୍ୟାପୀ ଶୋକ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗାନ୍ଧିନଗର ରାଜ ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଦୁର୍ଘଟଣା ମୃତକଙ୍କ ପୋଷ୍ଟମର୍ଟମ କରାଯିବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?