Posted inଜାତୀୟ

ମୋରବି ଦୋଷୀଙ୍କୁ ସରକାରୀ ସୁରକ୍ଷା ମିଳୁଥିବା ଅଭିଯୋଗ, ଓରେଭା କମ୍ପାନୀ ମାଲିକ ନିଖୋଜ, ଫାର୍ମହାଉସରେ ତାଲା…

ମୋରବି,୧।୧୧ : ଗୁଜରାଟର ମୋରବିରେ ଘଟିଥିବା ଝୁଲାପୋଲ ଦୁର୍ଘଟଣାରେ ୪୭ ଜଣ ଶିଶୁଙ୍କ ସମେତ ୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ବିରୋଧୀ ଦଳଙ୍କ ପକ୍ଷରୁ ଭାଜପା ନେତୃତ୍ୱାଧୀନ ଗୁଜରାଟ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ଔପନିବେଶ ସମୟର ପୋଲର ନବୀକରଣ ପାଇଁ ମୋରବି ମ୍ୟୁନିସିପାଲିଟି କର୍ପୋରେଶନ ଘଣ୍ଟା ଏବଂ ବଲ ତିଆରି କରୁଥିବା ଏକ ଘରୋଇ କମ୍ପାନୀ ଓରେଭାକୁ ଏନେଇ ଠିକା ବିନା ଟେଣ୍ଡରରେ ଦେଇଥିଲା। ବର୍ତ୍ତମାନ ସୁଦ୍ଧା କମ୍ପାନୀର ୯ ଜଣ ତଳସ୍ତରର କର୍ମଚାରୀଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ଏଥି ସହିତ କମ୍ପାନୀର ମାଲିକ ଏବଂ ପ୍ରମୁଖ ଅଧିକାରୀମାନେ ନିଖୋଜ ହୋଇଯାଇଛନ୍ତି। କମ୍ପାନୀର ବିଶାଳ ଫାର୍ମହାଉସରେ ତାଲା ପଡିଛି। ଏପରିକି ଜଣେ ସୁରକ୍ଷାକର୍ମୀ ମଧ୍ୟ ଦୃଶ୍ୟମାନ ହେଉନାହାଁନ୍ତି।

ସ୍ଥାନୀୟ ଲୋକେ କହିଛନ୍ତି ଯେ ଅକ୍ଟୋବର ୩୦ରୁ ଓରେଭାର ପରିଚାଳନା ନିର୍ଦ୍ଦେଶକ ଜୟସୁଖଭାଇ ପଟେଲଙ୍କ ଦେଖା ନାହିଁ। ଝୁଲା ପୋଲ ଖୋଲିବାର ଗୋଟିଏ ଦିନ ପୂର୍ବରୁ ସେ ଅକ୍ଟୋବର ୨୪ ରେ ସର୍ବସାଧାରଣରେ ଦାବି କରିଥିଲେ ଯେ ନବୀକରଣ ହୋଇଥିବା ପୋଲ ଅତି କମରେ ୮ ରୁ ୧୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ତେବେ ଏହା ଖୋଲିବାର ମାତ୍ର ୪ ଦିନ ମଧ୍ୟରେ ଭୁଶୁଡି ପଡିଥିଲା। ମୋରବି ମ୍ୟୁନିସିପାଲିଟି କର୍ପୋରେଶନ ଜୟସୁଖଭାଇଙ୍କ ଅଜନ୍ତା ମାନ୍ୟୁଫାକଚରିଂ ଲିମିଟେଡ ଚୁକ୍ତିନାମା ସ୍ବାକ୍ଷର କରିଥିଲା। ଏହାର ପ୍ୟାରେଣ୍ଟ କମ୍ପାନୀ ହେଉଛି ଓରେଭା। ଅଜନ୍ତା ଏକ ଘଣ୍ଟା ନିର୍ମାତା ଭାବରେ ଜଣାଶୁଣା। ବଡ଼ ଅଧିକାରୀଙ୍କୁ ଗିରଫ ନକରି ତଳିଆ କର୍ମଚାରୀଙ୍କୁ ଗିରଫ କରି ସରକାର ଜାଣିଶୁଣି ନୀରବ ହୋଇ ବସିଥିବା ଲୋକେ ଅଭିଯୋଗ କରିଛନ୍ତି।

ନଭେମ୍ବର ୨ ରେ ଏହି ଦୁଃଖଦ ଘଟଣାର ମୃତକଙ୍କ ପାଇଁ ରାଜ୍ୟବ୍ୟାପୀ ଶୋକ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗାନ୍ଧିନଗର ରାଜ ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଦୁର୍ଘଟଣା ମୃତକଙ୍କ ପୋଷ୍ଟମର୍ଟମ କରାଯିବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri