ମଦ ପାଣିରେ ଭାସୁଛି ଗାଁ ଗଣ୍ଡା : ୩.୮୩ ଲକ୍ଷ ଲିଟର ମଦ ଜବତ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳ ଉଠୁଛି ପଡୁଛି। ପ୍ରାର୍ଥୀମାନେ ଘର ଘର ବୁଲି ମତଦାତାଙ୍କୁ ମନାଇବାରେ ଲାଗିଛନ୍ତି। ଦଳୀୟ ନେତା, କର୍ମୀମାନେ ନିଜ ଦଳର ସମର୍ଥତ୍ତ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସମସ୍ତ ପ୍ରକାର ରଣକୌଶଳ ଆପଣାଇଛନ୍ତି। ଟଙ୍କା ପଇସା, ଭୋଜିଭାତ ସାଙ୍ଗକୁ ମଦ ପାଣିରେ ଗାଁଗଣ୍ଡା ଭାସୁଛି। ଯୁବ ମତଦାତାଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ମଦ ଦେବାକୁ ପଛାଉ ନାହାନ୍ତି। ଫଳରେ ଗ୍ରାମାଞ୍ଚଳରେ ମଦ କାରବାର ବହୁ ପରିମାଣରେ ବଢ଼ିଯାଇଛି। ନିର୍ବାଚନ ଆଚରଣବିଧି ଲାଗୁହେବା ପରଠାରୁ ଗଁାଗଣ୍ଡାରେ ଟଙ୍କା ପଇସା ଉଡୁଛି। ମଦବେପାରୀମାନେ ସହର ଅପେକ୍ଷା ଗଁା ଉପରେ ଅଧିକ ଫୋକସ କରୁଛନ୍ତି। ଚୋରାମଦ କାରବାର ବହୁମାତ୍ରାରେ ବଢ଼ିଯାଇଛି। ଅସାଧୁ ବ୍ୟବସାୟୀମାନେ ନିଜର ବେପାର ଲକ୍ଷ୍ୟ ହାସଲ କରିବାକୁ ଗଁାରେ ଡେରା ପକାଇଛନ୍ତି। ଗାଁଗଣ୍ଡାରେ ଥିବା ବିଭିନ୍ନ ଦୋକାନରେ ଚୋରାରେ ମଦ ବିକ୍ରି କରାଯାଉଛି। ନିର୍ବାଚନ ଋତୁ ଚାଲିଥିବାରୁ ପ୍ରାର୍ଥୀମାନେ ଚୋରାମଦ କିଣି ଯୋଗାଇବାକୁ ଏକ ସହଜ ଉପାୟ ଧରି ନେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ଜାନୁୟାରୀ ୧୯ରୁ ଏ ପର୍ଯ୍ୟନ୍ତ ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି ପଞ୍ଚାୟତଗୁଡ଼ିକରୁ ୩୮୩୩୪୩.୨୬୨ ଲିଟର ମଦ ଜବତ କରିଛନ୍ତି। ବାଲେଶ୍ୱର ଜିଲାରେ ସର୍ବାଧିକ ୨୧୪୫୪୪.୬୫୫ ଲିଟର ମଦ ଜବତ ହୋଇଥିବା ବେଳେ ଗଞ୍ଜାମ ଜିଲାରେ ୨୫,୭୩୫ ଲିଟର, ଯାଜପୁର ୧୩,୩୫୮ ଲିଟର, କଳାହାଣ୍ଡି ୧୯,୩୪୨.୪୪ ଲିଟର, ମୟୂରଭଞ୍ଜ ୧୨,୩୨୦.୬୯୮ ଲିଟର, ମାଲକାନଗିରି ୨,୦୨୦.୪୩୫ ଲିଟର, ରାୟଗଡ଼ା ୪,୩୧୧.୧୨୫ ଲିଟର, ସୁନ୍ଦରଗଡ଼ରେ ୩୨୨୯.୫୨୫ ଲିଟର ମଦ ଜବତ କରାଯାଇଛି। ସେହିପରି ବିଭିନ୍ନ ଜିଲାରୁ ୧୭୯୪.୮୩ ଗ୍ରାମ୍‌ ଡ୍ରଗ୍ସ ଜବତ କରାଯାଇଛି। ୪୩,୦୯୪ ଜଣଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri