ସୁନାଗହଣା ସହ ୩.୬୦ ଲକ୍ଷ ଜବତ, ୩ ଗିରଫ

ବାସୁଦେବପୁର,୨୭ା୪(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ବେତଡ଼ା ବଜାରରୁ ତାରାକାନ୍ତ ସାହୁ ନାମକ ଜଣେ ସୁନା ବ୍ୟବସାୟୀଙ୍କ ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ବାସୁଦେବପୁର ପୋଲିସ ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ୪୮୬ ଗ୍ରାମର ସୁନା ଅଳଙ୍କାର(ଯାହାର ଆନୁମାନିକ ମୂଲ୍ୟ ୩୩ ଲକ୍ଷରୁ ଊର୍ଦ୍ଧ୍ୱ ହେବ), ନଗଦ ୩.୬୦ ଲକ୍ଷ ଟଙ୍କା ଓ ୨ ମୋବାଇଲ ଫୋନ ଜବତ କରିଛି। ଗିରଫ ଯୁବକମାନେ ହେଲେ ଗଞ୍ଜାମ ଜିଲା କାଳଷଣ୍ଢପୁର ଗ୍ରାମର ଏମ୍‌. ସୁନୀଲ, ଆସ୍କା ଥାନା ଅଧୀନ ଆଇବି କେମ୍ପ ଗ୍ରାମର କୁନା ଦାସ ଓ ଆସ୍କା ଥାନା ଅଧୀନ ସୁନ୍ଦରପେଟା ସାହି ଗ୍ରାମର ସୁନା ଦୋକାନୀ ଏ. ବାବୁ ଆଛାରି। ୩ ଜଣଙ୍କୁ ବୁଧବାର ବାସୁଦେବପୁର ପୋଲିସ କୋର୍ଟଚାଲାଣ କରିଥିବା ଖବରଦାତା ସମ୍ମିଳନୀରେ ଏସ୍‌ପି ବରୁଣ ଗୁଣ୍ଟୁପାଲି ସୂଚନା ଦେଇଛନ୍ତି।
ପ୍ରକାଶଯୋଗ୍ୟ, ସୁନା ଦୋକାନୀ ତାରାକାନ୍ତ ସାହୁଙ୍କ ସାନଭାଇ କାମିନୀକାନ୍ତ ୧୪ ସେପ୍ଟେମ୍ବର ୨୦୨୨ରେ ଦୋକାନ ଖୋଲିବାକୁ ଆସିଥିଲେ। ଦୋକାନ ଆଗରେ ଅଳିଆ ପଡ଼ିଥିବା ଦେଖି ସେ ସୁନାଭର୍ତ୍ତି ବ୍ୟାଗ ଗାଡ଼ିରେ ରଖି ସଫା କରୁଥିଲେ। ସେହି ସମୟରେ ଦୁର୍ବୃତ୍ତ ଆସି ସୁନାଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ବାସୁଦେବପୁର ଥାନାରେ ଏ ନେଇ ମାମଲା (ନଂ.୪୧୬/୨୨) ରୁଜୁ ହୋଇଥିଲା। ପୋଲିସ ପକ୍ଷରୁ ସିସିଟିଭି ଫୁଟେଜ, ସାଇଣ୍ଟିଫିକ ଟିମ୍‌, ଡଗ୍‌ ସ୍କ୍ବାଡର ସହାୟତା ନିଆଯାଇ ଘଟଣାର ତଦନ୍ତ କରାଯାଇଥିଲା। ଏମ୍‌. ସୁନୀଲ ଓ କୁନା ଦାସ ଏହି ସୁନା ଚୋରି କରି ତାଙ୍କ ଗାଁ ନିକଟସ୍ଥ ଏକ ଗଛତଳେ ମାଟି ଖୋଳି ପୋତିଥିଲେ। ୧ ମାସ ପରେ ତାକୁ ବାହାର କରି ସେହି ଅଞ୍ଚଳର ଦୋକାନୀ ଏ. ବାବୁ ଆଛାରୀଙ୍କୁ ଦେଇଥିଲେ। ତାଙ୍କଠାରୁ ୨ ଜଣ ୬ ଲକ୍ଷ ଟଙ୍କା ନେଇଥିଲେ। ପରେ ଦୋକାନୀ ଜଣକ ଅନ୍ୟଜଣେ ଦୋକାନୀଙ୍କୁ ଏହି ସୁନାକୁ ବିକ୍ରି କରି ୧୩.୫୦ ଲକ୍ଷ ଟଙ୍କା ଆଣିଥିଲେ ବୋଲି ଅଭିଯୁକ୍ତ ପୋଲିସ ଆଗରେ ମାନିଥିଲେ। ଘଟଣାର ଅଧିକ ତଦନ୍ତ ଚାଲିଛି। ଅନ୍ୟ ଯେଉଁମାନେ ଘଟଣାରେ ସମ୍ପୃକ୍ତ ଅଛନ୍ତି ସମସ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି। ଏସ୍‌ଡିପିଓ ସୌରଭ ଓତା, ଆଇଆଇସି ସାବିତ୍ରୀ ପଣ୍ଡା, ଏସ୍‌ଆଇ ଜିତେନ୍ଦ୍ର ନାୟକ ପ୍ରମୁଖ ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri