ମିଳିଲାଣି ୩.୫ କୋଟିର ସମ୍ପତ୍ତି, ଚାଲିଛି ଖୋଜା

ଭୁବନେଶ୍ୱର, (ବ୍ୟୁରୋ)/ ରଣପୁର,୧୬ା୧୨(ସ୍ବ.ପ୍ର.):ପୋଲିସ ବିଭାଗରେ କେତେଜଣ ଅଧିକାରୀ ଲାଞ୍ଚ କାରବାର କରି କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁଛନ୍ତି। ବିଗତ ଦିନରେ ଭିଜିଲାନ୍ସ ଏକାଧିକ ପୋଲିସ କର୍ମଚାରୀଙ୍କୁ ଧରିବା ପରେ ସେମାନଙ୍କର ଅମାପ ସମ୍ପତ୍ତି ପଦାକୁ ଆସିଛି। ଗୁରୁବାର ଟୁଇନ୍‌ ସିଟି କମିଶନରେଟ ପୋଲିସର ଭୁବନେଶ୍ୱର ତମାଣ୍ଡୋ ଥାନାରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ) ଅଭିମନ୍ୟୁ ଚୌଧୁରୀଙ୍କ କାର୍ଯ୍ୟାଳୟ ଏବଂ ଘର ସମେତ ନୟାଗଡ଼ ଓ ଭୁବନେଶ୍ୱରର ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଭିଜିଲାନ୍ସର ୩ଜଣ ଡିଏସ୍‌ପି, ୧୧ଜଣ ଇନ୍ସପେକ୍ଟର, ୬ଜଣ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ରହିଛନ୍ତି।
ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ୟୁନିଟ-୧୮ ପାଇକନଗରସ୍ଥିତ ପ୍ଲଟ ନଂ. ୩୬୧/୯୦୧ରେ ସବ୍‌ଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀଙ୍କ ୧୦ ହଜାର ସ୍କୋୟାର ଫୁଟରେ ଥିବା ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୪ ମହଲା କୋଠା ଠାବ ହୋଇଛି। ଏହି କୋଠାରେ ୨୯ଟି ରୁମ୍‌ ଥିବା ବେଳେ ୨୫ଟି ରୁମ୍‌କୁ ଭଡ଼ାରେ ଲଗାଯାଇଛି। ନୟାଗଡ଼ ଜିଲା ରଣପୁର ଥାନା ଅଧୀନ ତାଳକଣି ପଞ୍ଚାୟତ ନଛିପୁର ପୈତୃକ ଗାଁରେ ୬.୨୨ ଲକ୍ଷ ଟଙ୍କାର ଏକ ମହଲା କୋଠା ଠାବ ହୋଇଛି। ଭିଜିଲାନ୍ସର ଟେକ୍‌ନିକାଲ୍‌ ଓ୍ବିଙ୍ଗ୍‌ ପକ୍ଷରୁ ଏସବୁର ପ୍ରକୃତ ମୂଲ୍ୟ ହିସାବ କରାଯାଉଛି। ସେହିପରି ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳରେ ୭ଟି ପ୍ଲଟ ଓ ନୟାଗଡ଼ ନଛିପୁରରେ ଗୋଟଏ ପ୍ଲଟ ଠାବ ହୋଇଛି। ଏହି ପ୍ଲଟଗୁଡ଼ିକର ପ୍ରକୃତ ମୂଲ୍ୟ ଜଣାପଡ଼ି ନ ଥିଲେ ମଧ୍ୟ କବଲାରେ ଉଲ୍ଲେଖ ମୂଲ୍ୟ ଅନୁସାରେ ୯୦ ଲକ୍ଷ ଟଙ୍କା ହେବ। ତେବେ କବଲା ହେବା ସମୟରେ କମ୍‌ ମୂଲ୍ୟ ଦର୍ଶାଯାଇଥିବା ଭିଜିଲାନ୍ସ ସନ୍ଦେହ କରୁଛି। ସେହିପରି ତାଙ୍କ ଘରୁ ୧୫.୯୦ ଲକ୍ଷର ସୁନା ଓ ରୁପା ଅଳଙ୍କାର ଏବଂ ଘରୋଇ ସାମଗ୍ରୀ, ୧.୮୯ ଲକ୍ଷ ଟଙ୍କାର ୩ଟି ବାଇକ୍‌, ୬.୯୫ ଲକ୍ଷର ଗୋଟିଏ ଚାରିଚକିଆ ଯାନ, ନଗଦ ୧.୭୫ ଲକ୍ଷ ଟଙ୍କା ଏବଂ ବିଭିନ୍ନ ବ୍ୟାଙ୍କରେ ୭୮.୮୦ ଲକ୍ଷ ଟଙ୍କା ଜମାରାଶି ଠାବ କରାଯାଇଛି। ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ୩.୫ କୋଟିରୁ ଉର୍ଦ୍ଧ୍ୱ କୋଟି ହେବ। ଏହି ସମ୍ପତ୍ତି ତାଙ୍କ ପ୍ରକୃତ ଆୟଠାରୁ କେତେ ଗୁଣ ଅଧିକ ସେନେଇ ଯାଞ୍ଚ ଚାଲିଛି। ଅଭିମନ୍ୟୁଙ୍କୁ ପଚରାଉଚରା କରାଯିବା ସହ ତାଙ୍କ ଘରେ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ତେବେ ଜଣେ ଏସ୍‌ଆଇଙ୍କ ଏତେ ପରିମାଣର ସମ୍ପତ୍ତି ଠାବ ହେବା ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି।
ସୂଚନାଯୋଗ୍ୟ, ଅଭିମନ୍ୟୁ ୧୯୮୯ରେ କନଷ୍ଟେବଳ ଭାବେ ଚାକିରି ଆରମ୍ଭ କରିଥିଲେ। ୨୦୦୯ରୁ ସେ ଏଏସ୍‌ଆଇକୁ ପଦନ୍ନୋତି ପାଇ ୨୦୨୧ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ଥାନାରେ କାର୍ଯ୍ୟ କରିଥିଲେ। ୨୦୨୧ରେ ସେ ଏସ୍‌ଆଇକୁ ପଦନ୍ନୋତି ପାଇ ତମାଣ୍ଡୋ ଥାନାରେ ଥିଲେ। ୪ ବର୍ଷ ପରେ ସେ ଚାକିରିରୁ ଅବସର ନେଇଥାନ୍ତେ। ତେବେ ତାଙ୍କ ନାମରେ କିଛିଦିନ ହେଲା ମାଳ ମାଳ ଦୁର୍ନୀତି ଅଭିଯୋଗ ଆସିବା ପରେ ଭିଜିଲାନ୍ସ ତାଙ୍କୁ ସ୍କାନରରେ ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ କଟିବା ପରେ ସୂର୍ଯ୍ୟମଣିଙ୍କ ଘର ଆଗରେ ମେଳି

ଖଲ୍ଲିକୋଟ,୨୮ା୪(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକା ପ୍ରାର୍ଥୀ ରୂପେ ସୂର୍ଯ୍ୟମଣି ବୈଦ୍ୟଙ୍କ ନାମ ଘୋଷଣା ହୋଇଥିଲା କିନ୍ତୁ ଟିକେଟ୍‌ ପାଇଁ ନାମ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri