ଆବାସିକ ସ୍କୁଲର ୨୮୮ ଛାତ୍ରୀ କରୋନା ପଜିଟିଭ୍‌…

ଖାମ୍ମାମ,୨୨।୧୧: ଦେଶରେ କରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି। ଏପରିସ୍ଥଳେ ତେଲେଙ୍ଗାନାରେ ଏକ ଅବାସିକ ସ୍କୁଲର ୨୮୮ ଛାତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଖାମ୍ମାମ ଜିଲାର ଏକ ସରକାରୀ ଆବାସିକ ସ୍କୁଲରେ ଏଭଳି ଘଟିଛି। ଆବାସିକ ସ୍କୁଲରେ ସଂକ୍ରମଣ ବଢୁଥିବା ଖବର ମିଳିପାରେ ସମ୍ପୃକ୍ତ ଛାତ୍ରୀଙ୍କ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଘରକୁ ଫେରାଇ ନେବାକୁ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଛନ୍ତି। ସ୍କୁଲର ସମସ୍ତ କର୍ମଚାରୀ ଏବଂ ଟିଚିଂ ଷ୍ଟାଫ୍‌ଙ୍କ ନମୁନା ପରୀକ୍ଷା କରିବା ଲାଗି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ସ୍କୁଲରେ ୫୭୫ ଛାତ୍ରୀ ଅଧ୍ୟୟନ କରୁଥିବା ଜିଲା ଶିକ୍ଷା ଅଧିକାରୀ କହିଛନ୍ତି। ଏହାକୁ ନେଇ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିବାରେ ଲାଗିଛି।

ଖବର ପ୍ରଚାରିତ ହେବାପରେ ରାଜ୍ୟ ସ୍ବାସ୍ଥ୍ୟନ୍ତ୍ରୀ ଟି. ହରିଶ୍‌ ରାଓ ଜିଲା ସ୍ବାସ୍ଥ୍ୟ ଅଧିକାରଙ୍କ ସହିତ ପରିସ୍ଥିତିକୁ କିଭଳି ନିୟନ୍ତ୍ରଣକୁ ଅଣାଯିବ ସେ ନେଇ ଆଲୋଚନା କରିଛନ୍ତି। ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ସ୍ବାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃୟାରୀ ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୨।୨: ଅରବିନ୍ଦ କେଜରିଓ୍ବାଲ ଫେବୃୟାରୀ ୧୬ରେ ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବୁଧବାର ଆମ୍‌ ଆଦ୍‌ମୀ ପାର୍ଟ(ଏଏପି) ପକ୍ଷରୁ ସୂଚନା ଦିଆଯାଇଛି। ଏହି...

ଯୋଗୀଙ୍କ ଦ୍ୱିତୀୟ ଇଂନିସ୍‌ର ଆରମ୍ଭ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ଲକ୍ଷ୍ନୌର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଯୋଗୀଙ୍କ ୨.୦ଇଂନିସ ଆରମ୍ଭ ହୋଇଛି। ଶୁକ୍ରବାର ଅପରାହ୍ନ...

ବର୍ଦ୍ଧିତ କରୋନା ମାମଲା ମଧ୍ୟରେ ଆଶ୍ୱସ୍ତିକର ଖବର: କୋଭିଡ ସଂକ୍ରମଣରୁ ମୁକ୍ତ ହେଲା ଏହି ରାଜ୍ୟ

କୋହିମା,୨୫।୪: କିଛି ସମୟର ବିରତି ପରେ ପୁଣି ଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଯାହା ସରକାର ଓ ଜନସାଧାରଣଙ୍କ ଚିନ୍ତା ଆହୁରି...

ଝିଅକୁ ବଳାତ୍କାର କରିଥିବା ବ୍ୟକ୍ତିଙ୍କ ଏମିତି ପ୍ରତିଶୋଧ ନେଲେ ବାପା

ବିଶାଖାପାଟନମ,୧୫।୪: ଆନ୍ଧ୍ରପ୍ରଦେଶ ବିଶାଖାପାଟନମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସହର ଉପକଣ୍ଠରେ ଥିବା ପେଣ୍ଡୁରଥୀ ମଣ୍ଡଳର ଜାଟଟାଠାରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା...

ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ସିଭିଲ ସର୍ଭିସ ପ୍ରିଲିମ୍‌ ପ୍ରାର୍ଥୀ

ନୂଆଦିଲ୍ଲୀ,୨ା୭(ପି.ଟି.): ସିଭିଲ୍‌ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଅକ୍ଟୋବର ୪ରେ ଅନୁଷ୍ଠିତ ହେବାକୁ ଥିଲାବେଳେ ପ୍ରାର୍ଥୀ ଚାହିଁଲେ ସେମାନଙ୍କ ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ବୋଲି କେନ୍ଦ୍ରୀୟ ଲୋକସେବା...

କୁଲଗାମରେ ଆଣ୍ଟି-ଟେରର ଅପରେଶନ

ଶ୍ରୀନଗର, ୬।୮: ଜମ୍ମୁ-କଶ୍ମୀର କୁଲଗାମରେ ସେନା ପକ୍ଷରୁ ଆଣ୍ଟି ଟେରର ଅପରେଶନ ସମୟରେ ଜଣେ ସାଧାରଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ମନଜୁର...

ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲା ସେନା

ନୂଆଦିଲ୍ଲୀ,୨୦ା୮(ପି.ଟି.): ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଭିତରେ ପଶି ପାରମ୍ପରିକ ଯୁଦ୍ଧ ପାଇଁ ଭାରତୀୟ ସେନା ପୂରା ଦମ୍‌ରେ ପ୍ରସ୍ତୁତ ଥିଲା। ସେନାଧ୍ୟକ୍ଷ ଜେନେରାଲ ବିପିନ...

୨୩ ସପ୍ତାହର ଭ୍ରୁଣର ଗର୍ଭପାତ କରାଇବାକୁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହିଳା…

ନୂଆଦିଲ୍ଲୀ, ୧୯।୭ : ସହମତିରେ ଶାରୀରିକ ସମ୍ପର୍କ ଯୋଗୁ ଗର୍ଭବତୀ ହୋଇଥିବା ଜଣେ ଅବିବାହିତା ମହିଳାଙ୍କ ୨୩ ସପ୍ତାହର ଭ୍ରୁଣର ଗର୍ଭପାତ କରାଇବା ମାମଲାର ବିଚାର...

Advertisement
Archives

Model This Week