Posted inଫୁରସତ

୨୮ ବର୍ଷର ଏହି ଯୁବକ ଝିଅ ଜନ୍ମ କରି ଚର୍ଚ୍ଚାରେ! ପଚାରିବାରେ ଫିଟିଲା ଚମକାଇବା ଭଳି ଗୁମର

ଦୁନିଆ ଅଜବ ରହସ୍ୟରେ ପରିପୂର୍ଣ୍ଣ। ବେଳେବେଳେ ଏପରି ସତ ପଦାକୁ ଆସେ, ଯାହା ବିଷୟରେ ଜାଣି ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି। ବିଶେଷକରି ପ୍ରକୃତି ବିପରିତ କିଛି ହେଲେ ତାହା ଉପରେ ବିଶ୍ୱାସ କରିବା କଷ୍ଟକର ହୁଏ। ଆମେରିକାରୁ ସେଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସେଠାରେ ଜଣେ ୨୮ ବର୍ଷ ଯୁବକ ଏକ ଝିଅ ଜନ୍ମ ଦେଇଛନ୍ତି। ବିଶ୍ୱାସ ନ କଲେ ବି କଥାଟି ସତ। ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

କଥାଟି ଏପରି। ପଶ୍ଚିମ ଭର୍ଜିନିଆରେ ରହୁଥିବା ଉକ୍ତ ଯୁବକ ହେଉଛନ୍ତି ପାଟ୍ରିକ୍‌ ସ୍କେଡ୍‌। କିଛି ବର୍ଷ ପୂର୍ବେ ସେ ଏକ ଡେଟିଂ ସାଇଟ୍‌ରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ଭେଟିଥିଲେ। ତାଙ୍କ ସହ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇଥିଲେ। ପରେ ସେ ୨୦୨୦ରେ ଏକ ଝିଅକୁ ଜନ୍ମ ଦେଇଛନ୍ତି।

ଯୁବକ ହେବା ସତ୍ତ୍ୱେ କିଭଳି ସନ୍ତାନ ଜନ୍ମ ଦେଲେ ସେ ନେଇ ପ୍ରଶ୍ନ ଉଙ୍କି ମାରିବା ସ୍ବଭାବିକ। ଏନେଇ ପଚରାଯିବାରେ ପାଟ୍ରିକ କହିଛନ୍ତି, ସେ ଜଣେ ମହିଳା ଭାବେ ଜନ୍ମ ହୋଇଥିଲେ। ହେଲେ ସେ ପୁରୁଷ ହେବାକୁ ଚାହୁଁଥିଲେ। ଏଥିପାଇଁ ସେ ଟେଷ୍ଟୋଷ୍ଟେରନ୍‌ ଏବଂ ଇଷ୍ଟ୍ରୋଜେନ୍‌ ବ୍ଲକର୍‌ର ସେବନ କରୁଥିଲେ। ଏହାଫଳରେ ତାଙ୍କ ଲିଙ୍ଗ ପରିବର୍ତ୍ତନ ହୋଇଯିବ ବୋଲି ସେ ଭାବିଥିଲେ। ହେଲେ ଭାଗ୍ୟ ବଦଳି ଯାଇଥିଲା। ସେ ଗର୍ଭବତୀ ହୋଇଥିଲେ।

ପାଟ୍ରିକ୍‌ ଜଣେ ପିଏଚ୍‌ଡି ଛାତ୍ର। ବୃତ୍ତିରେ ସେ ଜଣେ ମାନସିକ ସ୍ବାସ୍ଥ୍ୟ କର୍ମୀ। ଯେତେବେଳେ ସେ ଗର୍ଭବତୀ ଥିବା ଜାଣିବାକୁ ପାଇଲେ ସେ ଆଶ୍ଚର୍ଯ୍ୟ ହୋଇଥିଲେ। ହେଲେ ଶିଶୁଟିକୁ ଜନ୍ମ ଦେବାକୁ ସ୍ଥିର କରିଥିଲେ। ତାହା ହିଁ ହୋଇଥିଲା। ଏବେ ପାଟ୍ରିକ୍‌ ସେହି ପିଲାଟିକୁ ସ୍ବାମୀ ଜୋର୍ଡାନଙ୍କ ସହ ମିଶି ପାଳୁଛନ୍ତି। ତିନିଜଣ ବେଶ ଖୁସି ଥିବା ବେଳେ ଭବିଷ୍ୟତ ଲାଗି ନୂଆ ଯୋଜନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri