ଆତ୍ମହତ୍ୟା କଲେ ୨୮ ବର୍ଷୀୟ ପ୍ରତିଷ୍ଠିତ ଯୁବ ବ୍ୟବସାୟୀ, ଡାଏରୀରେ ଲେଖିଲେ ଆଇ ଲଭ୍‌ ୟୁ…

ମୁମ୍ବାଇ,୧୦ା୧୨: ମୁମ୍ବାଇସ୍ଥିତ ୪ଟି ଇଭେଣ୍ଟ କମ୍ପାନୀର ମାଲିକ ତଥା ପ୍ରତିଷ୍ଠିତ ଯୁବ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି। ତେବେ ପ୍ରେମ ସମ୍ପର୍କ ଯୋଗୁ ସେ ଇନ୍ଦୋରରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ଦଦନ୍ତରୁ ଜାଣିବାକୁ ପାଇଛି। ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ଯେଉଁଥିରେ ‘ଆଇ ଲଭ୍‌ ୟୁ ନିଲମ୍‌ ଲେଖାଯାଇଛି’। ତେବେ ନିଲମ କିଏ ବର୍ତ୍ତମାନ ପୋଲିସ ଖୋଜୁଛି।

ଏପରି ସମ୍ବେଦନଶୀଳ ଘଟଣା ଇନ୍ଦୋରର କାନାଡିଆ ଥାନା ଅଞ୍ଚଳରେ ଘଟିଛି। ମୁମ୍ବାଇରୁ ଇନ୍ଦୋର ଆସିଥିବା ପଙ୍କଜ କମଲେ ନାମକ ଯୁବ ବ୍ୟବସାୟୀ ବୁଧବାର ଏକ ହୋଟେଲରେ ରହିଥିଲେ। ସକାଳୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

ଏପରିକି ପୋଲିସର ହସ୍ତଗତ ହୋଇଥିବା ଡାଏରୀରେ ଖାଲି ଆଇ ଲଭ୍‌ ୟୁ ନିଲମ ଲେଖା ନ ଥିଲା ବରଂ ତାଙ୍କର ୧ କୋଟି ଟଙ୍କା ଥିବା ବିଷୟରେ ମଧ୍ୟ ଉଲ୍ଲେଖ ରହିଛି।

ପଙ୍କଜଙ୍କ ଭାଇ ବେନି ପ୍ରସାଦଙ୍କ କହିବାନୁଯାୟୀ, ତାଙ୍କ ନାମ ଗିନିଜ୍‌ ବୁକ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ସେହିପରି ତାଙ୍କର ଏକ ବାର୍‌ ଟେଣ୍ଡର ଆଜି ପର୍ଯ୍ୟନ୍ତ ହୋଇନାହିଁ। ସେ ବିଧାୟକ ସଞ୍ଜୟ ଶୁକ୍ଳାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ।

ବିଳମ୍ବିତ ରାତିରେ ବିବାହ ଉତ୍ସବ ଚାଲିଥିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ବିଷୟରେ ସେ ନିଜ ସାଥୀମାନଙ୍କୁ କହିବା ପରେ ହୋଟେଲକୁ ଯାଇଥିଲେ। ତେବେ ଗୁରୁବାର ସକାଳୁ ହୋଟେଲ ରୁମରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହା ପରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri