Posted inଜାତୀୟ

ଅକ୍ଟୋବର ୧ରୁ ଅନ୍‌ଲାଇନ ଗେମିଂରେ ୨୮% ଜିଏସ୍‌ଟି

ନୂଆଦିଲ୍ଲୀ,୨୯ା୯: କେନ୍ଦ୍ର ସରକାର ଅକ୍ଟୋବର ୧ରୁ ଅନ୍‌ଲାଇନ ଗେମିଂ ଉପରେ ୨୮ ପ୍ରତିଶତ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମାଶୁଳ୍କ (ସିବିଆଇସି) ଅଧ୍ୟକ୍ଷ ସଞ୍ଜୟ ଅଗ୍ରଓ୍ବାଲ ଏହା ଘୋଷଣା କରିଛନ୍ତି। ବିଭିନ୍ନ ସେକ୍ଟରକୁ ଜିଏସ୍‌ଟି ପରିସରକୁ ଆଣି ଟିକସ ସଂଗ୍ରହ ବଢ଼ାଇବା ପାଇଁ ସରକାର ଉଦ୍ୟମ ଚଳାଇଥିବାବେଳେ ଅନ୍‌ଲାଇନ ଗେମିଂ ଉପରେ ଜିଏସ୍‌ଟି ଲାଗୁ କରିବା ସେଥିରୁ ଅନ୍ୟତମ। ସବୁ ରାଜ୍ୟଙ୍କ ସହମତି ଏବଂ ଲୋକ ସଭାରେ ଜିଏସ୍‌ଟି ଆଇନ ସଂଶୋଧନ ବିଲ୍‌ ଗୃହୀତ ହେବା ପରେ ଉପରୋକ୍ତ ପଦକ୍ଷେପ ନିଆଯାଇଛି। ରାଜ୍ୟଗୁଡ଼ିକର ବିଧାନସଭାରେ ଅନ୍‌ଲାଇନ ଗେମିଂ ଉପରେ ଜିଏସ୍‌ଟି ହାର ପାଇଁ ଆଇନ ଆଣିବାକୁ ହେବ। କେତେକ ଅନ୍‌ଲାଇନ୍‌ ଗେମିଂ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍‌ ଆଇନଗତ ପ୍ରକ୍ରିୟା ବୋଲି ସିବିଆଇସି ଅଧ୍ୟକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବର ପଞ୍ଚମ ବିଜୟ

ମୁଲାନପୁର,୧୯ା୪: ପ୍ରିୟାଂଶ ଆର୍ଯ୍ୟ ଓ କୁପର କନୋଲୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ରବିବାର ରାତିରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ…

କାର୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ବେଲଗୁଣ୍ଠା,୧୯।୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ ଗଙ୍ଗପୁର ଥାନା ଅଧୀନ ଇନ୍ଦନପୁର ଗ୍ରାମରେ ଏକ କାର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ…

ଆମେରିକାର ଲୁଇସିଆନାରେ ହୃଦୟ ବିଦାରକ ଘଟଣା, ୮ ଛୁଆଙ୍କୁ ହତ୍ୟା

ଓ୍ବାଶିଂଟନ,୧୯ା୪: ଆମେରିକାର ଲୁଇସିଆନାରେ ଘରୋଇ ହିଂସା ସହିତ ଜଡିତ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣାରେ ଅତି କମରେ ଆଠ ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ…

ରୋଷେଇ ବେଳେ ବିସ୍ଫୋରଣ ହେଲା ଗ୍ଯାସ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ୩…

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଦଳିତ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ରବିବାର  ସନ୍ଧ୍ୟାରେ ରୋଷେଇ ଗ୍ଯାସ ସିଲିଣ୍ଡର ଲିକ୍ ହୋଇ…

ସାଙ୍ଗ ଗୁଳିରେ ଚାଲିଗଲା ସାଙ୍ଗର ଜୀବନ

ଫୁଲବାଣୀ/ଚକାପାଦ/ବାଲିଗୁଡା,୧୯ା୪(ରାକେଶ କୁମାର ରାଉତ/ପ୍ରତାପ କିଶୋର ବେହେରା/ ସଞ୍ଜୟ କୁମାର ପାଣିଗ୍ରାହୀ): ଜଙ୍ଗଲକୁ ଶିକାର କରିବାକୁ ୩ ସାଙ୍ଗ ଯାଇଥିଲେ। ହେଲେ ଶିକାର କଲାବେଳେ ବନ୍ଧୁକ ଧରିଥିବା ଯୁବକଙ୍କ…

ପ୍ରେମିକାକୁ ମାଡ଼ ମାରିଲେ ପ୍ରେମିକ, ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ

କୋରାପୁଟ,୧୯ା୪(ଅମିତାଭ ବେହେରା ): ପ୍ରେମିକର ନିର୍ଯ୍ୟାତନା ସହି ନପାରି ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଚକା ଫାଟି ଗଛରେ ପିଟିହେଲା କାର: ପରିବାରର ୬ଗୁରୁତର

ବଘିଆପଡ଼ା,୧୯।୪(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞାପୀଠ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍‌ର ଆଗ…

ଥୁଆମୂଳ ରାମପୁରରେ ଅବକାରୀ ବିଭାଗର ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ

ଥୁଆମୂଳ ରାମପୁର,୧୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମହୁଲ ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri