ରାଜ୍ୟରେ ୨୭୧ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ୧୧୩ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ରବିବାର ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୪୪ ହଜାର ୬୯୯ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୨ ଆକ୍ରାନ୍ତ ଥିବା ବେଳେ ବାଲେଶ୍ୱରରୁ ୧୪, ଭଦ୍ରକରୁ ୨, ବଲାଙ୍ଗୀରରୁ ୧, କଟକରୁ ୨୩, ଦେବଗଡରୁ ୮, ଢେଙ୍କାନାଳରୁ ୫, ଜଗତ୍‌ସିଂହପୁରରୁ ୭, ଯାଜପୁରରୁ ୧୦ ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୫, ମୟୂରଭଞ୍ଜରୁ ୫, ମାଲକାନଗିରିରୁ ୫, ନୟାଗଡ଼ରୁ ୧, ପୁରୀରୁ ୭, ରାୟଗଡାରୁ ୪, ସମ୍ବଲପୁରରୁ ୨୦, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୨୫ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ପୋଲିସର ଚଢ଼ାଉ, ଏତେ ଲିଟର ଦେଶୀ ମଦ ଜବତ

ବ୍ରାହ୍ମଣୀଗାଁ , ୨୯ ।୩ (ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢାଉବେଳେ ୨୨...

‘ବିଜେଡି ସରକାରଙ୍କ ଇଞ୍ଜିନକୁ ୨୪ ବର୍ଷ ହେଲାଣି, କେବଳ ପଲ୍ୟୁସନ କରୁଛି’

ଭୁବନେଶ୍ୱର, ୨୯।୩(ସୁନିତ୍‌ ମିଶ୍ର): ମୋଦି ଗ୍ୟାରେଣ୍ଟି ପାଇଁ ବର୍ତ୍ତମାନ ଓଡିଶାର ଗରିବ ଲୋକଙ୍କ ଜୀବନ ଧାରଣମାନରେ ପରିବର୍ତ୍ତନ ଆସିଛି। ଗରିବ ଲୋକଙ୍କର ମୌଳିକ ଆବଶ୍ୟକତା ଯଥା...

ଘୋଷଣା ହେଲା ବିଜେଡିର ତୃତୀୟ ପ୍ରାର୍ଥୀ ତାଲିକା! ଏହି ପ୍ରାର୍ଥୀଙ୍କ ନାଁରେ ଲାଗିଲା ମୋହର…

ଭୁବନେଶ୍ୱର,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ନବୀନ ନିବାସରେ ଭିଡ ସେତିକି ଜମୁଛି। ତେବେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ହୋଲିରେ...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ତାତି ଛୁଇଁଲା ୪୦

ଭୁବନେଶ୍ୱର,୨୯।୩: ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି। ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ...

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri