ହନୁମାନଙ୍କ ମନ୍ଦିରରେ ୨୭୦୦ କିଲୋଗ୍ରାମର ରୁଟି ଭୋଗ, କ୍ରେନରେ ଅଟା ଚକଟା…

ସିକର,୧।୭ : ଶନିବାର ରାଜସ୍ଥାନର ସିକର ସହରର ଦେବପୁରା ବାଲାଜୀ ମନ୍ଦିରରେ ହନୁମାନଜୀଙ୍କୁ ଏକ ନିଆରା ଭୋଗ ଅର୍ପଣ କରାଯାଇଛି। ଏଥିପାଇଁ ମନ୍ଦିରରେ ଏକ ବିଶାଳ ଚୁଲା ତିଆରି କରି ୨୭୦୦ କିଲୋଗ୍ରାମର ବିଶାଳକାୟ ରୁଟି ପ୍ରସ୍ତୁତ କରାଯାଇଛି ଯୋଧପୁର ଏବଂ ସୁରଟର ୨୦ଜଣ କାରିଗର ଏହାକୁ ପୂର୍ଣ୍ଣାମ ଧାମର ସନ୍ଥ ରାମଦାସ ମହାରାଜ ଙ୍କ ନିର୍ଦ୍ଦେଶନାରେ ପ୍ରାୟ ୨୩ ଘଣ୍ଟା ପରିଶ୍ରମ କରି ପ୍ରସ୍ତୁତ କରିଥିଲେ । ଅଖଣ୍ଡ ରାମଧୁନ ମଧ୍ୟରେ ତିଆରି ଏହି ଭୋଗକୁ ଅର୍ପଣ କରିବା ପରେ ଏହାର ଚୁର୍ମା ତିଆରି କରାଯାଇ ଶନିବାର ବଣ୍ଟନ କରାଯାଇଥିଲା ।

 

ଦେବପୁରା ବାଲାଜୀ ମନ୍ଦିରରେ ରୋଟି ତିଆରି ପ୍ରକ୍ରିୟା ଶୁକ୍ରବାର ଭୋର ୪ଟା ୧୫ରେ ଆରମ୍ଭ ହୋଇଥିଲା। ୨୦ କାରିଗର ପ୍ରଥମେ ଏକ କ୍ରେନ ସାହାଯ୍ୟରେ ଅଟାକୁ ଚକଟି ଥିଲେ। ଏହା ପରେ କ୍ରେନରେ ଏକ ରୋଲର୍‌ ବ୍ୟବହାର କରି ରୁଟି ବେଲା ଯାଇଥିଲା। ଏହା ପରେ, ଏହାକୁ କ୍ରେନରେ ଉଠାଇ ତାଓ୍ବାରେ ବିଶାଳ ଚୁଲିରେ ରଖାଯାଇଥିଲା।

ତା’ପରେ ଚୁଲିରେ ରୁଟି ତିଆରି କାମ ରାତିରେ ଚାଲିଥିଲା। ୧୧୦୦ କିଲୋଗ୍ରାମ ଅଟା, ୭୦୦ କିଲୋଗ୍ରାମ ସୁଜି, ୪୦୦ କିଲୋଗ୍ରାମ ଚୁର୍ମା ଏବଂ ୭୦୦ କିଲୋଗ୍ରାମ ଶୁଖିଲା ଫଳ ମିଶା ଯାଇଥିଲା।

ଶନିବାର ସକାଳ ୮ ଟା ୧୫ ରେ ହନୁମାନଜୀଙ୍କୁ ରୋଟି ଭେଗେ ଲାଗି କରାଯାଇଥିଲା। ଏହା ପରେ, ଥ୍ରେସର ସାହାଯ୍ୟରେ ଚୁର୍ମା ତିଆରି କରି ପ୍ରସାଦ ବଣ୍ଟନ କରାଯାଇଥିଲା। ଚୁର୍ମା ରେ ପ୍ରାୟ ୭୦୦-୮୦୦ କିଲୋଗ୍ରାମ ଶୁଖିଲା ଫଳ, ୫୦୦ କିଲୋଗ୍ରାମ ଚିନି, ୪୫୦ କିଲୋଗ୍ରାମ ମିଶ୍ରି ଏବଂ ଗୁଆ ଘିଅ ବ୍ୟବହାର କରାଯାଇଥିଲା।

ଦେବପୁର ବାଲାଜୀ ଧାମର ମହନ୍ତ ଓମ ପ୍ରକାଶ କହିଛନ୍ତି ଏହି ମହା ଭୋଗର ପ୍ରସାଦ ପ୍ରାୟ ୨୫ ହଜାର ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଗାଡ଼ି ଆସିଲେ ମଧ୍ୟ ସେ ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri