Posted inଜାତୀୟ

ସୀତାରାମନ, ଗୋୟଲଙ୍କ ସମେତ ୨୭ ରାଜ୍ୟ ସଭା ସଦସ୍ୟ ଶପଥ ନେଲେ

ନୂଆଦିଲ୍ଲୀ,୯ା୭ :କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରାମନ, ପୀୟୂଷ ଗୋୟଲ, ବିଜେଡି ନେତା ମାନସ ମଙ୍ଗରାଜ ଏବଂ ସୁଲତା ଦେଓଙ୍କ ସମେତ ୨୭ ଜଣ ନବନିର୍ବାଚିତ ରାଜ ସଭ୍ୟ ସଦସ୍ୟ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ତାଙ୍କ ଚାମ୍ବରରେ ଏହି ନବନିର୍ବାଚିତ ସଦସ୍ୟମାନଙ୍କୁ ସମ୍ବିଧାନର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟ କରିବା ନିମନ୍ତେ ଶପଥ ପାଠ କରାଇଥିଲେ। ମୋଟ ୫୭ଜଣ ନବନିର୍ବାଚିତଙ୍କ ମଧ୍ୟରୁ ୧୦ ରାଜ୍ୟର ୨୭ଜଣ ୯ ଭାଷାରେ ତଥା ହିନ୍ଦୀରେ ୧୨ଜଣ, ଇଂଲିଶ୍‌ରେ ୪, ସଂସ୍କୃତ, କନ୍ନଡ଼, ମରାଠୀ, ଓଡ଼ିଆରେ ୨ଜଣ ଲେଖାଏ ଏବଂ ପଞ୍ଜାବୀ, ତାମିଲ, ତେଲୁଗୁରେ ଜଣେ ଲେଖାଏ ସଦସ୍ୟ ଶପଥ ନେଇଛନ୍ତି। ନିକଟରେ ୪ଜଣ ନୂଆ ସଦସ୍ୟ ଶପଥ ନେଇସାରିଛନ୍ତି। ଏହି ଅବସରରେ ରାଜ୍ୟ ସଭା ଅଧ୍ୟକ୍ଷ ନାଇଡୁ କହିଛନ୍ତି ଯେ, ଏଯାଏ ଶପଥ ନେଇ ନ ଥିବା ନିର୍ବାଚିତ ସଦସ୍ୟମାନେ ମଧ୍ୟ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଭାଗନେଇପାରିବେ। ଏହାର କାରଣ ସମ୍ପର୍କରେ ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ରାଜ୍ୟ ସଭା ନିର୍ବାଚନରେ ଜଣେ ବିଜେତା ଘୋଷଣା ହେବା ଦିନଠାରୁ ତାଙ୍କୁ ଗୃହର ସଦସ୍ୟ ଭାବେ ବିବେଚନା କରାଯାଇଥାଏ। ତେବେ ଗୃହ ଏବଂ ଏହାର କମିଟି କାର୍ଯ୍ୟ ପ୍ରକ୍ରିୟାରେ ଅଂଶଗ୍ରହଣ ନିମନ୍ତେ ନବନିର୍ବାଚିତ ସଦସ୍ୟଙ୍କୁ ଶପଥ ପାଠ କରାଯାଇଥାଏ ବୋଲି ନାଇଡୁ କହିଛନ୍ତି। ଶୁକ୍ରବାର ଶପଥ ନେଇଥିବା ନୂଆ ଏବଂ ପୁନଃ ନିର୍ବାଚିତ ସଦସ୍ୟମାନଙ୍କ ମଧ୍ୟରେ ଜୟରାମ ରମେଶ, ବିବେକ କେ ତଙ୍ଖା, ମୁକୁଲ ଓ୍ବାସନିକ୍‌ (କଂଗ୍ରେସ), ସୁରେନ୍ଦ୍ର ସିଂ ନାଗର, କେ. ଲକ୍ଷ୍ମଣ, ଲକ୍ଷ୍ମୀକାନ୍ତ ବାଜପେୟୀ (ଭାଜପା), ଜୟନ୍ତ ଚୌଧାରୀ, କଳ୍ପନା ସାଇନି ଏବଂ ଆର୍‌. ଧରମାର ପ୍ରମୁଖ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଇଣ୍ଡିଗୋ ଏୟାର ଲାଇନ୍ସର ବିମାନ, ଟେକଅପ୍ ପୂର୍ବରୁ ଇଞ୍ଜିନରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୨୯ ।୧୦: ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନକୁ ଶୁକ୍ରବାର ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଛି । ବିମାନଟି ରନୱେରେ ଟେକ୍...

ଭୋଟ ଗଣନା ପରେ ଉତ୍ତରପ୍ରଦେଶରେ ହିଂସା ଆଶଙ୍କା, ଆଇବି ପକ୍ଷରୁ ସତର୍କ ସୂଚନା…

ଲକ୍ଷ୍ନୌ,୧୦।୩ : ଆଇବି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ପଠାଯାଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ଉତ୍ତରପ୍ରଦେଶରେ ଭୋଟ ଗଣନା ପରେ ୧୫ ରୁ ୧୭...

ଦୈନିକ ସଂକ୍ରମଣ ନେଇ ଆତଙ୍କ: ୨୪ ଘଣ୍ଟାରେ ୧,୧୩୩ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ, ୨୨।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ରାତାରାତି କୋଟିପତି ହୋଇଗଲେ ଯୁବକ

ପାଟନା,୨୨।୯: ବିହାରର ଆରାହା ନିବାସୀ ସୌରଭ କୁମାରଙ୍କ ଭାଗ୍ୟ ହଠାତ୍‌ ବଦଳିଯାଇଛି। ସେ ରାତାରାତି କୋଟିପତି ହୋଇଯାଇଛନ୍ତି। ଛାତ୍ରୀଛାତ୍ରମାନଙ୍କୁ ଟ୍ୟୁସନ ଶିକ୍ଷା ଦେଉଥିବା ସୌରଭ ଦୁଇ...

ପାରୋଲରେ ଯାଇଥିବା କଏଦୀଙ୍କୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରନାହିଁ…

ନୂଆଦିଲ୍ଲୀ, ୨୯।୧ : କରୋନା ମହାମାରୀ ସଙ୍କଟ ସମୟରେ ପାରୋଲରେ ଘରକୁ ଯାଇଥିବା କଏଦୀଙ୍କୁ ଶୀଘ୍ର ଆତ୍ମସମର୍ପଣ ପାଇଁ ବାଧ୍ୟ କରନାହିଁ ବୋଲି ସୁପ୍ରିମ୍‌କୋର୍ଟ କେରଳ...

ପ୍ରଣବଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ

ନୂଆଦିଲ୍ଲୀ, ୨୦।୮(ପି.ଟି.): ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଛି। ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିବା ବୁଧବାର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ...

ସଙ୍କଟ ସ୍ଥିତି ଦେଇ ଗତି କରୁଛି ଦେଶ; ସିଏଏ ନୁହେଁ ଶାନ୍ତି ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୯।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଛି। ଏହାର ବିଚାର କରି ଗୁରୁବାର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଦେ କହିଛନ୍ତି...

ଆଶାରାମ ବାପୁଙ୍କ ଆଶ୍ରମରୁ ମିଳିଲା ନାବାଳିକାଙ୍କ ମୃତଦେହ: ୩ଦିନରୁ ଥିଲେ ନିଖୋଜ

ଗୋଣ୍ଡା,୮।୪: ଉତ୍ତରପ୍ରଦେଶର ଗୋଣ୍ଡାର ଜେଲ୍‌ରେ ବନ୍ଦୀ ଥିବା ଆଶାରାମ ବାପୁଙ୍କ ଆଶ୍ରମରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଶାରାମଙ୍କ ଆଶ୍ରମରେ ଜଣେ ନାବାଳିକାଙ୍କ ମୃତଦେହ...

Advertisement
Archives

Model This Week