ରାଜ୍ୟକୁ ଆସିବ ୨୬ ହଜାର କୋଟିର ନିବେଶ

ଭୁବନେଶ୍ୱର,୬ା୪(ବ୍ୟୁରୋ): ଜାପାନରୁ ଓଡ଼ିଶାକୁ ଆସିବ ୨୬ ହଜାର କୋଟି ଟଙ୍କାର ନିବେଶ। ଜାପାନରେ ପୁଞ୍ଜିନିବେଶକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା ପରେ ଗ୍ରୀନ୍‌ ହାଇଡ୍ରୋଜେନ, ଗ୍ରୀନ୍‌ ଆମୋନିଆ, ଗ୍ରୀନ୍‌ ଏନର୍ଜି, ଆଇଟି, ଇସ୍ପାତ୍‌, ମେଟାଲ ଡାଉନଷ୍ଟ୍ରିମ୍‌ ଆଦି କ୍ଷେତ୍ରରେ ନିବେଶ ପାଇଁ ଏଭଳି ପ୍ରସ୍ତାବ ଆସିଛି। ଓଡ଼ିଶାରେ ପୁଞ୍ଜିନିବେଶର ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏହାର ଫାଇଦା ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଶିଳ୍ପ ମହାନାୟକମାନଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା ବେଳେ ଆହ୍ବାନ ଦେଇଛନ୍ତି।
ରାଜ୍ୟ ସରକାର, ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ, ଜାପାନ ଏକ୍ସଟର୍ନାଲ ଟ୍ରେଡ୍‌ ଅର୍ଗାନାଇଜେଶନ(ଜେଇଟିଆରଓ) ଏବଂ ଫିକିର ମିଳିତ ସହଯୋଗରେ ବୁଧବାର ଟୋକିଓଠାରେ ବିଜ୍‌ନେସ୍‌ ମିଟ୍‌-୨୦୨୩ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ରାଜ୍ୟ ମଧ୍ୟରୁ ଅନ୍ୟତମ। ଗତ ଦେଢ଼ ଦଶନ୍ଧି ଧରି ଓଡ଼ିଶା ଅଭିବୃଦ୍ଧି ନିୟମିତ ଭାବେ ଜାତୀୟ ହାରଠାରୁ ଅଧିକ ରହିଛି। ଏଥିସହିତ ଓଡ଼ିଶା ସମଗ୍ର ଦେଶରେ ଏକ ବୃହତ୍‌ ଶିଳ୍ପ ହବ୍‌ରେ ପରିଣତ ହୋଇଛି। ଏଠାରେ ପ୍ରଚୁର ପ୍ରାକ୍‌ୃତିକ ସମ୍ପଦ ସହ ଦକ୍ଷ ମାନବ ସମ୍ବଳ, ପ୍ରଗତିଶୀଳ ନୀତି ଏବଂ ଦୃଢ଼ ପ୍ରଶାସନିକ ବ୍ୟବସ୍ଥା ରହିଛି। ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାରେ ସମଗ୍ର ଦେଶରେ ଓଡ଼ିଶା ଅଗ୍ରୀଣ ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି। ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ ର଼୍ୟାଙ୍କିଂରେ ଓଡ଼ିଶା ଆଗରେ ରହିଛି। ଓଡ଼ିଶା ସରକାର ଶିଳ୍ପଗୁଡ଼ିକୁ ସମସ୍ତ ସୁବିଧାସୁଯୋଗ ଦେବା ସହ ପୂର୍ବ ଓ ଉତ୍ତର ପୂର୍ବ ଭାରତ ସହ ଆସୋସିଏଶନ ଅଫ୍‌ ସାଉଥ ଇଷ୍ଟ ଏସିଆନ ନେଶନ ଏବଂ ପୂର୍ବ ଏସିଆ ଅଞ୍ଚଳରେ ସ୍ବତନ୍ତ୍ର ବଜାର ସୃଷ୍ଟି କରିପାରିଛି। ନୂଆ ଶିଳ୍ପ ଯୁଗରେ ପ୍ରବେଶ କରୁଥିବାରୁ ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରିଛୁ। ସ୍ଥିର ଅଭିବୃଦ୍ଧି ପାଇଁ ସରକାର, ଶିଳ୍ପ ଏବଂ ଲୋକଙ୍କ ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି। ବହୁମୂଲ୍ୟ ସଂସ୍କୃତି ଓ ପରମ୍ପରା ପାଇଁ ଓଡ଼ିଶା ବେଶ୍‌ ପରିଚିତ। ଓଡ଼ିଶାରେ ପୁଞ୍ଜିବିନିଯୋଗ ପାଇଁ ଆସିଥିବା ନିବେଶକଙ୍କୁ ରାଜ୍ୟ ସରକାର ସବୁଠାରୁ ଉତ୍ତମ ସୁବିଧା ସୁଯୋଗ ପ୍ରଦାନ କରିଛନ୍ତି। ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଧଉଳି,ଉଦୟ ଗିରି, ରତ୍ନଗିରି ଏବଂ ଲଳିତଗିରିର ରୂପାନ୍ତରଣ କରାଯାଇଛି। ଓଡ଼ିଶା ଆସି ଏହି ପରିବର୍ତ୍ତନର ସ୍ବାଦ ଚାଖିବା ସହ ପୁଞ୍ଜିନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ଜାପାନ ଶିଳ୍ପପତିଙ୍କୁ ଆହ୍ବାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିବେଶକାରୀଙ୍କ ସହିତ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଛନ୍ତି। ଏଥିସହିତ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଜାଇକାର ବରିଷ୍ଠ ଅଧିକାରୀଙ୍କ ସହ ଓଡ଼ିଶାରେ ଚାଲୁ ରହିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜାପାନ ଏବଂ ଇଣ୍ଡୋ ପାସିଫିକ୍‌ ଅଞ୍ଚଳରୁ ୨୦୦ରୁ ଊର୍ଦ୍ଧ୍ୱ ନିବେଶକାରୀ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସମଗ୍ର ଦେଶରେ ଏକ ପୁଞ୍ଜିନିବେଶକାରୀ ସ୍ଥଳରେ ପରିଣତ ହୋଇଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ସେ ନିବେଶକାରୀଙ୍କୁ ଆମନ୍ତ୍ରଣ କରିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନିବେଶକାରୀଙ୍କୁ ସ୍ବାଗତ କରିବା ସହ ଓଡ଼ିଶା କିପରି ପୁଞ୍ଜିନିବେଶ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିପାରିଛି ସେ ସମ୍ପର୍କରେ ସୂଚନା ଦେଇଥିଲେ। ଜେଇଟିଆରଓ ଏକ୍‌ଜିକ୍ୟୁଟିଭ ଭାଇସ୍‌ ପ୍ରେସିଡେଣ୍ଟ କାଜୁୟା ନକାଜୋ ଭାରତ ଓ ଜାପାନ ମଧ୍ୟରେ ଭବିଷ୍ୟତ ବ୍ୟବସାୟିକ ସୁଯୋଗ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ କ୍ରୋସାକି ହରିମା କର୍ପୋରେଶନ ନିର୍ଦ୍ଦେଶକଙ୍କୁ ଭେଟିବା ସହ ଏସିଆ ପାସିଫିକ୍‌ ଉପାଧ୍ୟକ୍ଷ କୋଇଚିରୋ କିମୁରାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଏଥିସହିତ ସେ ଜାପାନରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାର ଚିନ୍ତା: ପର୍ଯ୍ୟଟନ ଋତୁ ପୂର୍ବରୁ ନୂଆ ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର,୨୬।୬(ବ୍ୟୁରୋ): କରୋନା ପରିସ୍ଥିତି ଆଉ କେତେଦିନ ଲାଗିରହିବ, ତାହାର ଉତ୍ତର କାହା ପାଖରେ ନାହିଁ। କିନ୍ତୁ ଏଭଳିସ୍ଥଳେ ଗତ ୩ ମାସ ଧରି ସମ୍ପୂର୍ଣ୍ଣ ବନ୍ଦହୋଇ...

କିଷାନ ସହ ମିଶ୍ରଣ ପ୍ରସଙ୍ଗରେ ବର୍ଷିଲା ନବ ନିର୍ମାଣ କୃଷକ ସଂଗଠନ: କହିଲା ‘ଭୋଟ ହାତେଇବା ପାଇଁ ‘କାଳିଆ’ ଏକ ଚାଲ୍‌ ଥିଲା’

ଭୁବନେଶ୍ୱର,୫।୧୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ‘କିଷାନ’ ଯୋଜନା ଓ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ମିଶ୍ରଣ ସୁନିଶ୍ଚିତ ହୋଇଛି। ଆସନ୍ତା ଆର୍ଥିକ ବର୍ଷରୁ ଏହା ଲାଗୁ ହେବାକୁ ଯାଉଛି।...

୨୩ରୁ ଖୋଲିବ ଆଖଣ୍ଡଳମଣି ମନ୍ଦିର

ଆରଡ଼ି,୨୧।୮(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ଆଖଣ୍ଡଳମଣି ମନ୍ଦିର ଆସନ୍ତା ୨୩ ତାରିଖ ତଥା ସୋମବାର ଖୋଲିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।...

ଏଡିଏମ୍‌ ବିଶ୍ୱଜିତ୍‌ଙ୍କ କୁବେର ସମ୍ପତ୍ତି : ସରକାରୀ ବାସଭବନରେ ଚଢ଼ାଉ

ସୁନ୍ଦରଗଡ଼,୧୨।୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଏଡିଏମ୍‌ ବିଶ୍ୱଜିତ୍‌ ମହାପାତ୍ର ଶୁକ୍ରବାରଠାରୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଶନିବାର ତାଙ୍କୁ ସୁନ୍ଦରଗଡ଼ଠାରେ...

ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ପରଲୋକ

ଭଞ୍ଜନଗର,୨୫।୫(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ର (୮୧)ଙ୍କ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ଘଟିଛି। କରୋନାରେ ଚିକିତ୍ସଧୀନ...

କିନ୍ନରଙ୍କୁ କଲେ ଜୀବନସାଥୀ

ଅନୁଗୋଳ ଅଫିସ,୨୩ା୧୨: ୫ ବର୍ଷ ତଳୁ ଭଲ ପାଉଥିବା କିନ୍ନରଙ୍କୁ ମଙ୍ଗଳବାର ଜୀବନସାଥୀ କରିଛନ୍ତି ଜଣେ ଯୁବକ। ଏହି ଚର୍ଚ୍ଚିତ ବିବାହ ହୋଇଛି ଅନୁଗୋଳ ସହରସ୍ଥିତ...

ଉତ୍କଳ ପ୍ରଦେଶ କ୍ରାନ୍ତିତୀର୍ଥକୁ ରକ୍ତତୀର୍ଥରେ ପରିଣତ କରିଥିଲା: ରାଜ୍ୟପାଳ

ଭୁବନେଶ୍ୱର,୯ା୮(ଅସମାପିକା ସାହୁ): ଅଗ୍ନିବର୍ଷାର ମନ୍ତ୍ରଦାତା ମହାତ୍ମାଗାନ୍ଧୀ  ୧୯୪୨ ଅଗଷ୍ଟ ୯ରେ ‘କର ବା ମର’ ଆହ୍ବାନ ଦେଇଥିଲେ। ସେହି ଆହ୍ବାନ ଇଂରେଜଙ୍କୁ ଭାରତ ଛାଡ଼ିବାକୁ ସାବଧାନ...

ଖୋଲିଲା ରାଜମହଲ ବହୁତଳ କାର୍‌ ପାର୍କିଂ

ଭୁବନେଶ୍ୱର,୯।୧୨(ବ୍ୟୁରୋ):ରାଜମହଲ ନିକଟ ୟୁନିଟ-୨ସ୍ଥିତ ନୂତନ ବହୁତଳ କାର୍‌ ପାର୍କିଂକୁ ପରୀକ୍ଷାମୂଳକ ଭାବେ ଖୋଲାଯାଇଛି। ଗୁରୁବାର ସନ୍ଧ୍ୟାରେ ଏଠାରେ ଗାଡ଼ି ରଖିବାକୁ ସାଧାରଣ ଲୋକଙ୍କୁ ସୁଯୋଗ ମିଳିଛି।...

Advertisement
Archives

Model This Week