କନ୍ୟାଶ୍ରମର ୨୬ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ

ଭବାନୀପାଟଣା,୩୧।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଦୁଲକିବନ୍ଦ ସରକାରୀ କନ୍ୟାଶ୍ରମର ୨୬ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। କେଉଁ କାରଣରୁ ଏତେ ସଂଖ୍ୟକ ଛାତ୍ରୀ ଆକ୍ରାନ୍ତ ହେଲେ ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଖାଦ୍ୟରେ କିଛି ଅପମିଶ୍ରଣ ଯୋଗୁ ଏଭଳି ହୋଇଥିବା ଅନୁମାନ କରାଯାଉଛି।

ସୂଚନା ଅନୁସାରେ, ଦୁଲକିବନ୍ଧଠାରେ ସରକାରଙ୍କ ତଫସିଲ ଭୁକ୍ତଜାତି ଜନଜାତି ଦ୍ୱାରା ପରିଚାଳିତ ଏକ କନ୍ୟାଶ୍ରମ (ବାଳିକା ବିଦ୍ୟାଳୟ) ରହିଛି। ଏଠାରେ ପ୍ରାୟ ୩୫୦ଜଣ ଛାତ୍ରୀ ନିବାସରେ ରହି ପାଠ ପଢୁଛନ୍ତି। ଏମାନଙ୍କ ମଧ୍ୟରୁ ଗୁରୁବାର ସକାଳେ ଡୋଳେଶ୍ୱରୀ ଶବର, ବନିତା ମାଝି, କୁମାରୀ ଶବର, ତରୁଲତା ମାଝି, ଚାସନୁ ମାଝି, ଜ୍ୟୋତି ମାଝି, ତୁଳସୀ ଶବର, ବନିତା ବାଣୁଆ, ପ୍ରଭାତୀ ବାଗ, ବର୍ଷା ନିଆଲ, ଧନମତୀ ମାଝି, ଲଳିତା ଶବର, ଖୁଲଣା ମାଝି, ତ୍ରୀପୁରା ଶବର, ସୁପ୍ରଭା ମାଝି, ବବିତା ନାଏକ, ସୌଭାଗ୍ୟ ମାଝି, ଝରଣା ତାଣ୍ଡି, ପୁଷ୍ପାଞ୍ଜଳୀ ମାଝି, ତୁଳସୀ ମାଝି, ମୀନା ମାଝି, ବାସନ୍ତୀ ମାଝି, ବିନୋଦିନୀ ମାଝି, ଟିକେଶ୍ୱରୀ ଦୁର୍ଗା, ଜୟନ୍ତୀ ବାଗ ଓ ଭାରତୀ ଦୁରିଆ ପ୍ରମୁଖ ଛାତ୍ରୀ ଝାଡ଼ାବାନ୍ତିର ଶିକାର ହେଇଛନ୍ତି ା

ଏ ନେଇ ବିଦ୍ୟାଳୟ ପକ୍ଷରୁ ତୁରନ୍ତ ବ୍ଲକ ପ୍ରଶାସନ ଓ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରାଯାଇଥିଲା। ଏମ୍‌ଏଚ୍‌ଟିର ସ୍ବତନ୍ତ୍ର ଚିକିତ୍ସା ଟିମ୍‌ ବିଦ୍ୟାଳୟକୁ ଯାଇ ଆକ୍ରାନ୍ତ ଛାତ୍ରୀଙ୍କ ଅବସ୍ଥା ବୁଝିବା ସହ ୨୬ ଜଣଙ୍କୁ ଆଣି କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିି କରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ କଲମପୁର ବିଡିଓ ପ୍ରସନ୍ନ କୁମାର ପଟେଲ, ତହସିଲଦାର କରିଶ୍ମା ବେଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ଚିକିତ୍ସାଧୀନ ଛାତ୍ରୀଙ୍କ ଅବସ୍ଥା ବୁଝିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଏହାସହ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡାକ୍ତର ରାକେଶ କୁମାର ସାହୁ ଏକ ସ୍ବତନ୍ତ୍ର ଟିମ୍‌ ସହ ବିଦ୍ୟାଳୟରେ ପହଞ୍ଚତ୍ ଥିଲେ। ସେଠାରେ ସେ ବିଦ୍ୟାଳୟର ପାରିପାର୍ଶ୍ୱିକ ଅବସ୍ଥା ଦେଖିବା ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରଥିଲେ। ପରେ ସେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ପହଞ୍ଚତ୍ ଚିକିତ୍ସାଧୀନ ଛାତ୍ରୀଙ୍କ ଅବସ୍ଥା ବୁଝିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୂଚନାକର୍ମୀଙ୍କ ଉପରେ ବୋମାମାଡ଼ ଘଟଣା, ୩ ଗିରଫ

ଯାଜପୁର ଅଫିସ,୭।୪: ଯାଜପୁର ଜିଲା ଧର୍ମଶାଳା ବ୍ଲକର ସୂଚନାକର୍ମୀ ସର୍ବେଶ୍ବର ବେହୁରାଙ୍କ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ...

ଧାମନଗର ବିଡିଓଙ୍କୁ ଗାଳିଗୁଲଜ କରିବା ଅଭିଯୋଗ: ଧାରଣାରେ ବସିଲେ ବ୍ଲକ, ତହସିଲ କର୍ମଚାରୀ

ଧାମନଗର,୧୮।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବିଡିଓଙ୍କୁ ଅଫିସ ମଧ୍ୟରେ ପଶି ଗାଳିଗୁଲଜ କରିବା ଅଭିଯୋଗରେ ଧାମନଗର ତହସିଲ ଏବଂ ବ୍ଲକ କର୍ମଚାରୀମାନେ ଶୁକ୍ରବାର ନିଜ କାର୍ଯ୍ୟାଳୟ...

‘ଓଡ଼ିଶା ମୋ ପରିବାର’ରେ ଫାଟ

ଅନୁଗୋଳ ଅଫିସ, ୧୦ା୮: ଅନୁଗୋଳ ଜିଲାରେ ବିଜୁ ଜନତା ଦଳର ‘ଓଡ଼ିଶା ମୋ ପରିବାର’ ଓ ‘ଜୀବନ ବିନ୍ଦୁ’ର ପୁନର୍ଗଠନ ହେଉ ହେଉ ଏଥିରେ ଫାଟ ଦେଖାଦେଇଥିବା...

ଠେଙ୍ଗାରେ ପିଟିପିଟି ସାଙ୍ଗକୁ ହତ୍ୟା କଲେ ସାଙ୍ଗ

କୁଆଁରମୁଣ୍ଡା,୪ା୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ତଲସେରା ଗ୍ରାମର ପ୍ରହ୍ଲାଦ ଲାଖୁଆ(୪୩)ଙ୍କୁ ସେହି ଗ୍ରାମର ରଞ୍ଜିତ୍‌ ପ୍ରଧାନ(୪୦) ବୁଧବାର ରାତିରେ ପିଟିପିଟି ହତ୍ୟା କରିଥିବା...

ମଦ ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ଅଧିକାରୀ

ସାରସକଣା,୧୯ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ପାକଟିଆ ଗ୍ରାମର ଦିଘି କଲୋନୀ ସାହିଠାରେ ଅବକାରୀ ବିଭାଗ ମଦ ଚଢ଼ାଉ କରିବାକୁ ଯାଇଥିବା ସମୟରେ ଗ୍ରାମବାସୀଙ୍କ...

ମହଙ୍ଗା ପଡିଲା ନାବାଳକଙ୍କୁ ଗାଡିଚାଳନା

ଭଦ୍ରକ ଅଫିସ,୮।୨: ଭଦ୍ରକରେ ଜଣେ ନାବାଳକଙ୍କୁ ଗାଡି ଚଳାଇବା ମହଙ୍ଗା ପଡିଛି। ଭଣ୍ଡାରିପୋଖରୀ ରାଣୀଗଡିଆ ନିକଟରେ ଆରଟିଓ ପକ୍ଷରୁ ତାଙ୍କ ନାଁରେ ୪୨,୫୦୦ଟଙ୍କା ଜରିମାନା କରାଯାଇଛି।...

ପୁଅ ଚିତା ନ ଲିଭୁଣୁ ଆଖି ବୁଜିଲେ ମା’

ପାତ୍ରପୁର,୨୦ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବାଦପୁର ଗ୍ରାମରେ ବୁଧବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। ପୁଅର ଚିତା ଜଳୁଥିବା ବେଳେ ମା’ଙ୍କ ମୃତ୍ୟୁ...

ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ପୁଅ

କ.ନୂଆଗଁ।,୧ା୩(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ.ନୂଆଗଁ। ବ୍ଲକ ସାରଙ୍ଗଗଡ ଥାନା ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଟାଙ୍ଗିଆରେ ହାଣି ମା’ଙ୍କୁ ହତ୍ୟା...

Advertisement
Archives

Model This Week