କନ୍ୟାଶ୍ରମର ୨୬ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ

ଭବାନୀପାଟଣା,୩୧।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଦୁଲକିବନ୍ଦ ସରକାରୀ କନ୍ୟାଶ୍ରମର ୨୬ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। କେଉଁ କାରଣରୁ ଏତେ ସଂଖ୍ୟକ ଛାତ୍ରୀ ଆକ୍ରାନ୍ତ ହେଲେ ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଖାଦ୍ୟରେ କିଛି ଅପମିଶ୍ରଣ ଯୋଗୁ ଏଭଳି ହୋଇଥିବା ଅନୁମାନ କରାଯାଉଛି।

ସୂଚନା ଅନୁସାରେ, ଦୁଲକିବନ୍ଧଠାରେ ସରକାରଙ୍କ ତଫସିଲ ଭୁକ୍ତଜାତି ଜନଜାତି ଦ୍ୱାରା ପରିଚାଳିତ ଏକ କନ୍ୟାଶ୍ରମ (ବାଳିକା ବିଦ୍ୟାଳୟ) ରହିଛି। ଏଠାରେ ପ୍ରାୟ ୩୫୦ଜଣ ଛାତ୍ରୀ ନିବାସରେ ରହି ପାଠ ପଢୁଛନ୍ତି। ଏମାନଙ୍କ ମଧ୍ୟରୁ ଗୁରୁବାର ସକାଳେ ଡୋଳେଶ୍ୱରୀ ଶବର, ବନିତା ମାଝି, କୁମାରୀ ଶବର, ତରୁଲତା ମାଝି, ଚାସନୁ ମାଝି, ଜ୍ୟୋତି ମାଝି, ତୁଳସୀ ଶବର, ବନିତା ବାଣୁଆ, ପ୍ରଭାତୀ ବାଗ, ବର୍ଷା ନିଆଲ, ଧନମତୀ ମାଝି, ଲଳିତା ଶବର, ଖୁଲଣା ମାଝି, ତ୍ରୀପୁରା ଶବର, ସୁପ୍ରଭା ମାଝି, ବବିତା ନାଏକ, ସୌଭାଗ୍ୟ ମାଝି, ଝରଣା ତାଣ୍ଡି, ପୁଷ୍ପାଞ୍ଜଳୀ ମାଝି, ତୁଳସୀ ମାଝି, ମୀନା ମାଝି, ବାସନ୍ତୀ ମାଝି, ବିନୋଦିନୀ ମାଝି, ଟିକେଶ୍ୱରୀ ଦୁର୍ଗା, ଜୟନ୍ତୀ ବାଗ ଓ ଭାରତୀ ଦୁରିଆ ପ୍ରମୁଖ ଛାତ୍ରୀ ଝାଡ଼ାବାନ୍ତିର ଶିକାର ହେଇଛନ୍ତି ା

ଏ ନେଇ ବିଦ୍ୟାଳୟ ପକ୍ଷରୁ ତୁରନ୍ତ ବ୍ଲକ ପ୍ରଶାସନ ଓ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରାଯାଇଥିଲା। ଏମ୍‌ଏଚ୍‌ଟିର ସ୍ବତନ୍ତ୍ର ଚିକିତ୍ସା ଟିମ୍‌ ବିଦ୍ୟାଳୟକୁ ଯାଇ ଆକ୍ରାନ୍ତ ଛାତ୍ରୀଙ୍କ ଅବସ୍ଥା ବୁଝିବା ସହ ୨୬ ଜଣଙ୍କୁ ଆଣି କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିି କରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ କଲମପୁର ବିଡିଓ ପ୍ରସନ୍ନ କୁମାର ପଟେଲ, ତହସିଲଦାର କରିଶ୍ମା ବେଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ଚିକିତ୍ସାଧୀନ ଛାତ୍ରୀଙ୍କ ଅବସ୍ଥା ବୁଝିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଏହାସହ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡାକ୍ତର ରାକେଶ କୁମାର ସାହୁ ଏକ ସ୍ବତନ୍ତ୍ର ଟିମ୍‌ ସହ ବିଦ୍ୟାଳୟରେ ପହଞ୍ଚତ୍ ଥିଲେ। ସେଠାରେ ସେ ବିଦ୍ୟାଳୟର ପାରିପାର୍ଶ୍ୱିକ ଅବସ୍ଥା ଦେଖିବା ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରଥିଲେ। ପରେ ସେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ପହଞ୍ଚତ୍ ଚିକିତ୍ସାଧୀନ ଛାତ୍ରୀଙ୍କ ଅବସ୍ଥା ବୁଝିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ବାଙ୍କୀରେ ୧୬୩ ଧାରା ଉଲ୍ଲଂଘନ: ଭାଜପା-ବିଜେଡି ମୁହାଁମୁହିଁ, ୭ ଦିନିଆ ଚେତାବନୀ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଏନ୍‌ଏସ୍‌ର ୧୬୩ ଧାରା ଜାରି ହୋଇଥିବା ସତ୍ତ୍ବେ ଦୁଇ ପ୍ରମୁଖ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା-ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଗଞ୍ଜାମ, ୧୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପରିସରରେ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମଙ୍ଗଳବାର…

ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଘଟିଥିଲା ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ: ବର୍ଷେ ପରେ ୩ ଅଭିଯୁକ୍ତ ଗଲେ ଜେଲ 

ଦିଗପହଣ୍ଡି, ୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଗତ ବର୍ଷ ଘଟିଥିବା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଉଦ୍ୟମ ମାମଲାରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri