Posted inଜାତୀୟ

ବିବାହରେ ସାମିଲ ହେଲେ ୨୫୦ ଲୋକ: କ୍ୱାରାଣ୍ଟାଇନ ଖର୍ଚ୍ଚ, ଚିକିତ୍ସା ପାଇଁ ବର ପିତାଙ୍କ ଉପରେ ଲାଗିଲା ଲକ୍ଷାଧିକ ଟଙ୍କା ଜରିମାନା

ଜୟପୁର,୨୮।୬: ରାଜସ୍ଥାନର ଭିଲଓ୍ବାଡାରେ ଅନୁଷ୍ଠିତ ଏକ ବିବାହକୁ ନେଇ ଏବେ ସବୁଆଡେ ଚାଲିଛି ଚର୍ଚ୍ଚା। ଏଠାରେ ବରପକ୍ଷ ୨୫୦ ଜଣଙ୍କୁ ନିମନ୍ତ୍ରଣ ଦେଇଥିବା ବେଳେ ଏବେ ଏହା ତାଙ୍କପାଇଁ ଚିନ୍ତାର କାରଣ ପାଲଟିଛି। ଏପର୍ଯ୍ୟନ୍ତ ଏହି ବିବାହରେ ଯୋଗ ଦେଇଥିବା ପାଖାପାଖି ୧୫ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏଥିରେ ବରଙ୍କ ଦାଦା ସାମିଲ ହୋଇଥିବା ବେଳେ କରୋନା ସଂକ୍ରମଣ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି। ବର ସହିତ ତାଙ୍କ ପିତା ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୨୭ଜଣ କ୍ୱାରାଣ୍ଟାଇନରେ ଥିବା ବେଳେ ଏମାନଙ୍କ କ୍ୱାରାଣ୍ଟାଇନ ଖର୍ଚ୍ଚ ବାବଦକୁ ଓ ସଂକ୍ରମିତଙ୍କ ଚିକିତ୍ସା ପାଇଁ ବର ପିତାଙ୍କଠାରୁ ୬ଲକ୍ଷ ୨୬ହଜାର ୬୦୦ଶହ ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହାଠାରୁ ଅଧିକ ଖର୍ଚ୍ଚ ହୁଏ ତେବେ ତାହା ମଧ୍ୟ ବରଙ୍କ ପରିବାର ଲୋକେ ଭରଣା କରିବେ ବୋଲି ଜିଲାପାଳ ସ୍ଥାନୀୟ ତହସିଲଦାରଙ୍କୁ କହିଛନ୍ତି। ଉକ୍ତ ଜରିମାନା ରାଶି ୩ ଦିନ ମଧ୍ୟରେ ଆଦାୟ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପଠାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧୨ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି ମାତ୍ର ୨ ନର୍ସ

ବେଙ୍ଗାଲୁରୁ,୧୯।୭: କର୍ନାଟକରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବେଙ୍ଗାଲୁରୁରେ ସର୍ବାଧିକ ମାମଲା ସାମ୍ନାକୁ ଆସୁଛି। ଫଳରେ ୨୨ ଜୁଲାଇ ପର୍ଯ୍ୟନ୍ତ ଏଠାରେ ଲକ୍‌ଡାଉନ୍‌ ଘୋଷଣା...

ସନ୍ଧ୍ୟାରେ ଶେଷ ହେବ ପ୍ରଚାର, ଏବେ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ ଉପରେ ନଜର

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଶେଷ ଦିନରେ ଦିଲ୍ଲୀର ଶାସକ ଦଳ ଆମ ଆଦମୀ ପାର୍ଟି(ଏଏପି)...

ବିବାହ ବେଦୀରେ ବିଷ ପିଇଲେ କନ୍ୟା

କନୌଜ,୨।୬: ଉତ୍ତର ପ୍ରଦେଶର କନୌଜରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିବାହ ବେଦୀରେ କନ୍ୟା ବିଷ ପିଇବା ଓ ବର ପକ୍ଷ ଲୋକଙ୍କୁ ପୋଲିସ...

ଦିଲ୍ଲୀ ନିର୍ବାଚନ: ୧୦୦ରୁ ଊର୍ଦ୍ଧ୍ୱ ବୟସ୍କ ଭୋଟରଙ୍କ ସଂଖ୍ୟା ୧୩୨

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଗୁରୁବାର ଶେଷ ହୋଇଛି। ଆସନ୍ତା ୮ ତାରିଖରେ ଦିଲ୍ଲୀର ୭୦ଟି ଆସନ ପାଇଁ ମତଦାନ ଅନୁଷ୍ଠିତ...

କରୋନା ଭୂତାଣୁ ନମୁନା ଚିହ୍ନଟରେ ଭାରତ ପଞ୍ଚମ ରାଷ୍ଟ୍ର

ନୂଆଦିଲ୍ଲୀ,୧୫ା୩ : ମାନବ ଶରୀର ବାହାରେ କରୋନା ଭୂତାଣୁକୁ ସଫଳତାର ସହ ଚିହ୍ନଟ କରି ଅଲଗା କରିବାରେ ଭାରତ ପଞ୍ଚମ ରାଷ୍ଟ୍ର ବୋଲି କୁହାଯାଉଛି। ପୂର୍ବରୁ...

ଦିଲ୍ଲୀ ଦଙ୍ଗାରେ ମୃତ ଅଙ୍କିତ ଶର୍ମାଙ୍କ ପରିବାରକୁ ୧ କୋଟି ଟଙ୍କା ଅନୁକମ୍ପା ରାଶି ସହ ଜଣକୁ ମିଳିବ ଚାକିରି: କେଜରିଓ୍ବାଲ

ନୂଆଦିଲ୍ଲୀ,୨।୩: ଦିଲ୍ଲୀ ଦଙ୍ଗାରେ ଇଣ୍ଟଲିଜେନ୍ସ ବ୍ୟୁରୋର ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଗୋଟିଏ ଦିନ ପରେ ଡ୍ରେନ୍‌ରୁ ତାଙ୍କ ମୃତଦେହ ମିଳିବା...

ସାନିଟାରୀ ନାପକିନ୍‌ରେ ଲୁଚାଇରଖିଥିଲେ ୩ କୋଟି ଟଙ୍କାର ଡ୍ରଗ୍ସ: ମହିଳା ଗିରଫ

ବେଙ୍ଗାଲୁରୁ, ୧୮।୬: କର୍ନାଟକର କେମ୍ପେଗୌଡା ଜାତୀୟ ବିମାନବନ୍ଦରରେ ଶନିବାର ଡ୍ରଗ୍ସ କାରବାର ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ। ମହିଳାଜଣଙ୍କ ସାନିଟାରୀ ନାପକିନ୍‌ ଭିତରେ...

୮ ରାଜ୍ୟରେ ହିନ୍ଦୁଙ୍କୁ ମିଳୁ ଅଳ୍ପସଂଖ୍ୟକ ମାନ୍ୟତା: ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୨୦।୨: ଦେଶର ୮ ରାଜ୍ୟରେ ହିନ୍ଦୁଙ୍କୁ ଅଳ୍ପସଂଖ୍ୟକ ମାନ୍ୟତା ଦେବାକୁ କରାଯାଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି। ଏନେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଯେଉଁ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *