Posted inଜାତୀୟ

ବିମାନ ବନ୍ଦରରୁ ୨୫୦ କିଲୋଗ୍ରାମ୍‌ କାଲିଫୋର୍ନିୟମ୍‌ ଜବତ, ଦାମ ୪,୨୫୦ କୋଟି…

କୋଲକାତା,୨୬।୮: ପଶ୍ଚିମବଙ୍ଗର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୨୫୦ କିଲୋଗ୍ରାମ୍‌ ରେଡ଼ିଓ ଆକ୍ଟିଭ୍‌ ଧାତୁ କାଲିଫୋର୍ନିୟମ୍‌ ଜବତ ହୋଇଛି। ସିଆଇଡି ପକ୍ଷରୁ ଚଢାଉ କରାଯାଇ ଦୁଇ ଅଭିଯୁକ୍ତଙ୍କ ଠାରୁ ଏହା ଜବତ ହୋଇଛି। ଅନ୍ତର୍ଜାତୀୟ ବଜାରରେ ଏହାର ଦାମ ୪,୨୫୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହା ନ୍ୟୁକ୍ଲିୟର ରିଆକ୍ଟର ଷ୍ଟାଟ୍‌ କରିବାରେ ବ୍ୟବହୃତ ହୋଇଥାଏ। ଗିରଫ ଅଭିଯୁକ୍ତଙ୍କୁ ପଚରା ଉଚରା ଜାରି ରହିଛି। ଦୁଇ ଅଭିଯୁକ୍ତ ସୈଲାନ୍‌ କର୍ମାକର ଏବଂ ଅସିତ ଘୋଷ ହୁଗୁଳି ଜିଲା ବାସିନ୍ଦା। ଏହି ରେଡିଓ ଆକ୍ଟିଭ୍‌ ଧାତୁକୁ ୧୯୫୦ରେ ଆମେରିକାର ଏକ ଲ୍ୟାବ୍‌ରେ ପ୍ରଥମେ ସିନ୍ଥେସିସ୍‌ କରାଯାଇଥିଲା। ୯୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରାରେ ଏହା ତରଳିଥାଏ। ଏହି ଧାତୁ ଅତି କୋମଳ। ଏହାକୁ ବ୍ଲେଡ୍‌ରେ ମଧ୍ୟ କାଟି ହୋଇଥାଏ। ତେଲ ଖଣି ସହିତ ସୁନା ରୁପା ଖଣି ଚିହ୍ନଟ ପାଇଁ ଏହାର ବ୍ୟବହାର କରାଯାଇଥାଏ। ମେଟାଲ ଡିଟେକ୍ଟରରେ ଏହା ବ୍ୟବହୃତ ହୋଇଥାଏ। ଘର ତାପମାତ୍ରାରେ ଏହା କଠିନ ଅବସ୍ଥାରେ ରହିଥାଏ। କାଲିଫୋର୍ନିୟମ ସମସ୍ତ ଆଇସୋଟପ୍‌ ରେଡିଓ ଆକ୍ଟିଭ୍‌। ଏହାର ଆଇସୋଟପ୍‌ ସିଏଫ୍‌-୨୫୧ର ହାଫ୍‌ ଲାଇଫ୍‌ ପିରିୟଡ୍‌ ୮୦୦ ବର୍ଷ ହୋଇଥାଏ। ଏହାର ଆଇସୋଟପ୍‌ ସିଏଫ୍‌-୨୫୨ର ଏକ ମାଇକ୍ରୋଗ୍ରାମ୍‌ରୁ ପ୍ରତି ମିନିଟରେ ୧୭୦ ନିୟୁତ ନ୍ୟୁଟ୍ରନ୍‌ ସୃଷ୍ଟି କରାଯାଇ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri