୬ ଟଙ୍କାର କ୍ୟାରିବ୍ୟାଗ୍‌ ପାଇଁ ୨୫ ହଜାର ତଣ୍ଡ

କଟକ ଅଫିସ,୫ା୧୧: ୬ ଟଙ୍କାର କ୍ୟାରିବ୍ୟାଗ୍‌ ପାଇଁ କଟକ ବକ୍ସିବଜାରସ୍ଥିତ ବଜାର କୋଲକାତା ଶପିଂ ମଲ ତଣ୍ଡ ଗଣିବ। ଉକ୍ତ ଶପିଂ ମଲ୍‌କୁ ଜିଲା ଖାଉଟି ଅଦାଲତ ଏଭଳି ଦଣ୍ଡିତ କରିଛନ୍ତି। ଜଣେ ଗ୍ରାହକଙ୍କୁ ନ ଜଣାଇ କ୍ୟାରି ବ୍ୟାଗ ପାଇଁ ୬ ଟଙ୍କା ନେବା ଅଭିଯୋଗର ଶୁଣାଣି କରି ଅଦାଲତ ୨୫ ହଜାର ଟଙ୍କା ଅର୍ଥଦଣ୍ଡ ୩୦ ଦିନ ମଧ୍ୟରେ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି। ବିଚାରପତି ଦେବାଶିଷ ନାୟକ ଓ ଶିବାନନ୍ଦ ମହାନ୍ତିଙ୍କ ଖଣ୍ଡପୀଠ ଗତ ୧୯ ତାରିଖରେ ଏହି ରାୟ ଶୁଣାଇଛନ୍ତି।
ପୁରୀଘାଟ ଥାନା ଅନ୍ତର୍ଗତ ହରିପୁର ମୂଳିଆସାହିର ପଦ୍ମଲୋଚନ ରାଉତ ବକ୍ସିବଜାରସ୍ଥିତ ବଜାର କୋଲକାତାରୁ ୨୦୨୦ ଡିସେମ୍ବର ୨୮ରେ ଏକ ଟି-ଶାର୍ଟ କିଣିଥିଲେ। ଏ ବାବଦରେ ୨୪୯ ଟଙ୍କା ଦେବାକୁ ସେ କାଉଣ୍ଟରରେ ଉପସ୍ଥିତ ଥିବାବେଳେ ତାଙ୍କୁ କ୍ୟାରିବ୍ୟାଗ୍‌ ଦରକାର କି ବୋଲି ପଚରାଯାଇଥିଲା। ସେ ହଁ କହିବାରୁ ତାଙ୍କୁ ଗୋଟାଏ କ୍ୟାରି ବ୍ୟାଗ ଦିଆଯାଇଥିଲା। ମାତ୍ର ସେ କାର୍ଡ ମାଧ୍ୟମରେ ଟଙ୍କା ଦେବା ପରେ ଜାଣିଲେ ଯେ ତାଙ୍କଠାରୁ ୬ ଟଙ୍କା ଅଧିକ ନିଆଯାଇଛି। କ୍ୟାରି ବ୍ୟାଗ ନେବାକୁ ପଚାରିବାବେଳେ ଏଥିପାଇଁ ୬ ଟଙ୍କା ଦେବାକୁ ପଡ଼ିବ ବୋଲି ତାଙ୍କୁ କେହି କହି ନ ଥିଲେ କି ମଲ୍‌ ମଧ୍ୟରେ ଏ ସମ୍ପର୍କିତ କୌଣସି ଲେଖା ମଧ୍ୟ ନ ଥିଲା। ସେ ଏ କଥା ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ। ସେ ମାନସିକ ଭାବେ ଆଘାତ ପାଇ ଫେରିଆସିଥିଲେ। ପରେ ଉକ୍ତ ଶପିଂ ମଲ୍‌ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଲିଗାଲ ନୋଟିସ ପଠାଇଥିଲେ। ନିର୍ଦ୍ଧାରିତ ଦିନ ସପିଂ ମଲ୍‌ ତରଫରୁ କେହି କାଉନସେଲିଂ ସେଣ୍ଟରକୁ ଆସି ନ ଥିଲେ। ଫଳରେ ପଦ୍ମଲୋଚନ ରାଉତ ଏନେଇ ଜିଲା ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ କ୍ଷତିପୂରଣ ୬୦ ହଜାର ଟଙ୍କା, ମାନସିକ ନିର୍ଯାତନା ନିମନ୍ତେ ୧୫ ହଜାର ଟଙ୍କା ଓ ମାମଲାଜନିତ ଖର୍ଚ୍ଚ ବାବଦରେ ୧୫ ହଜାର ଟଙ୍କା ପ୍ରଦାନ ପାଇଁ ଦାବି କରିଥିଲେ। ତେବେ ବିଚାରପତିଙ୍କ ଖଣ୍ଡପୀଠ ତାଙ୍କ ରାୟରେ ମାନସିକ ନିର୍ଯାତନାଜନିତ କ୍ଷତିପୂରଣ ବାବଦରେ ୧୦ ହଜାର ଟଙ୍କା ଓ ମାମଲା ଖର୍ଚ୍ଚଜନିତ ୧୫ ହଜାର ଟଙ୍କା ଶପିଂ ମଲ୍‌ ପକ୍ଷରୁ ଆବେଦନକାରୀଙ୍କୁ ପ୍ରଦାନ କରିବା ପାଇଁ ଆଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri