୨୫% ସଂରକ୍ଷିତ ସିଟ୍‌ ଲାଗି କଡ଼ାକଡ଼ି ହେବ ନିୟମ

ଭୁବନେଶ୍ୱର, ୨୬।୧(ବ୍ୟୁରୋ): ଶିକ୍ଷା ଅଧିକାର ଆଇନ(ଆର୍‌ଟିଇ) ଅନୁସାରେ ଗରିବ ତଥା ଆର୍ଥତ୍କ ଅନଗ୍ରସର ପିଲାଙ୍କ ନାମଲେଖା ପାଇଁ ୨୫% ସଂରକ୍ଷଣ ରହିବା ଉଚିତ। ଏହାକୁ ରାଜ୍ୟରେ ଅଧିକାଂଶ ସ୍କୁଲ ପାଳନ କରୁ ନ ଥିବା ଦେଖାଯାଉଛି। ତେଣୁ ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ପ୍ରତ୍ୟେକ ଘରୋଇ ସ୍କୁଲର ୨୫ପ୍ରତିଶତ ସିଟ୍‌ରେ ନାମଲେଖା ଅଧିକାର ସରକାରଙ୍କ ପାଖରେ ରହିବ। ଆର୍ଥତ୍କ ଦୁର୍ବଳ ଶ୍ରେଣୀର ପିଲାମାନେ ଏହି ୨୫ପ୍ରତିଶତ କୋଟା ସିଟ୍‌ରେ ପଢ଼ିବାର ସୁଯୋଗ ପାଇପାରିବେ। ତେବେ ଏହି ନିୟମକୁ ଅବମାନନା କଲେ କିମ୍ବା ନାମଲେଖାରେ ପ୍ରିୟାପ୍ରୀତି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓସେପା ପକ୍ଷରୁ ସୂଚନା ମିଳିଛି। ଏପରିକି ୨୫ପ୍ରତିଶତ ସିଟ୍‌ରେ ଗରିବ ପିଲାଙ୍କୁ ନାମ ଲେଖାଇବାର ସୁଯୋଗ ନ ଦେଲେ ସମ୍ପୃକ୍ତ ସ୍କୁଲକୁ ଏନ୍‌ଓସି ମିଳିବ ନାହିଁ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

ପୂର୍ବରୁ ଘରୋଇ ସ୍କୁଲରେ ଗରିବ ପିଲାଙ୍କ ଲାଗି ୨୫ପ୍ରତିଶତ ସିଟ୍‌ ସଂରକ୍ଷିତ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସମ୍ପୃକ୍ତ ସିଟ୍‌ରେ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ମ୍ୟାନେଜମେଣ୍ଟ ସିଟ୍‌ କହି ଅଧିକ ଟଙ୍କାରେ ନାମ ଲେଖାଉଥିବା ବେଳେ ଗରିବ ପିଲାମାନେ ଏହି କୋଟାରେ ପଢ଼ିବାରୁ ବଞ୍ଚତ୍ତ ହେଉଥିଲେ। ହେଲେ ଏଣିକି ଏହି ୨୫% କୋଟା ସିଟ୍‌ ସରକାରଙ୍କ ପାଖରେ ରହିବ। ଆବେଦନକାରୀମାନେ ଏହି ସିଟ୍‌ ଲାଗି ସରକାରଙ୍କ ପାଖରେ ଆବେଦନ କରିବେ। ତେବେ ୨୫% ସିଟ୍‌ରେ ନାମଲେଖା ଲାଗି ସରକାର ଯେଉଁ ନିୟମ କରିଛନ୍ତି, ସେହି ନିୟମ ମଧ୍ୟରେ ଯେଉଁ ଆବେଦନକାରୀମାନେ ରହିବେ ସେମାନଙ୍କୁ ଘରୋଇ ସ୍କୁଲରେ ପଢ଼ିବାର ସୁଯୋଗ ମିଳିବ। ଏନେଇ ଚଳିତ ବର୍ଷରୁ ଅନ୍‌ଲାଇନ୍‌ରେ କମନ୍‌ ଡାଟାବେସ୍‌ ଲାଗୁ କରାଯିବ। ଫଳରେ ଏହା ମାଧ୍ୟମରେ ଯୋଗ୍ୟ ଛାତ୍ରୀଛାତ୍ରମାନେ ସିଧାସଳଖ ସ୍କୁଲରେ ଆବେଦନ ନ କରି ଏହି କମନ୍‌ ଡାଟାବେସ୍‌ରେ ଆବେଦନ କରିପାରିବେ। ଆବେଦନ ସମୟରେ ଆବେଦନକାରୀମାନେ ସ୍କୁଲ ତାଲିକାରେ ୫ଟି ସ୍କୁଲର ନାମ ରଖିବେ। ପିଲା ରହୁଥିବା ଠିକଣାଠାରୁ ନିକଟତର ଘରୋଇ ସ୍କୁଲରେ ପଢ଼ିବାକୁ ସୁଯୋଗ ଦିଆଯିବ। ତେବେ ଆବେଦନ ସମୟରେ ବାର୍ଷିକ ଆୟ, ଉଭୟ ଅଭିଭାବକ ଏବଂ ପିଲାର ଆଧାର ନମ୍ବର, ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ତାଲିକା ଫର୍ମରେ ଉଲ୍ଲେଖ କରାଯିବ ବୋଲି ନିର୍ଦ୍ଦେଶ ରହିଛି। ତେବେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ।

ସୂଚନାଯୋଗ୍ୟ, ରାଜ୍ୟରେ ୩୫୦ରୁ ଅଧିକ ପ୍ରତିଷ୍ଠିତ ଘରୋଇ ସ୍କୁଲ ରହିଥିବା ବେଳେ ସମ୍ପୃକ୍ତ ସ୍କୁଲଗୁଡ଼ିକରେ ନାମଲେଖା ବାବଦରେ ଲକ୍ଷାଧିକ ଟଙ୍କା ଆଦାୟ ହେଉଛି। ଗରିବ ପିଲାଙ୍କ ଲାଗି ଉଦ୍ଦିଷ୍ଟ ୨୫% କୋଟା ସିଟ୍‌କୁ ଅନେକ ଘରୋଇ ସ୍କୁଲର କର୍ତ୍ତୃପକ୍ଷ ମ୍ୟାନେଜମେଣ୍ଟ ସିଟ୍‌ ନାଁରେ ବିକ୍ରି କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା। ତେଣୁ ଏପରି ସମସ୍ୟାର ସମାଧାନ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରତିବର୍ଷ କେତେ ଗରିବ ପିଲା ଆବେଦନ କଲେ ଏବଂ କେଉଁ ସ୍କୁଲରେ ନାମଲେଖାଇବାର ସୁଯୋଗ ପାଇଲେ ତାହା ସ୍ପଷ୍ଟ ହୋଇପାରିବ। ଏପରିକି ରାଜ୍ୟରେ ଥିବା ଘରୋଇ ସ୍କୁଲଗୁଡ଼ିକରେ ଧାର୍ଯ୍ୟ ହୋଇଥିବା କୋଟା ସିଟ୍‌ରୁ କେତେ ପୂରଣ ହେଲା ଏବଂ କେତେ ସିଟ୍‌ ବଳକା ରହିଲା ତାହାର ରିପୋର୍ଟ ମଧ୍ୟ ବିଭାଗ ପାଖରେ ରହିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?