ଓଡ଼ିଶାର ଏସବୁ ଜିଲାରେ ବାଜିବ ସାଇରନ୍‌, ହଠାତ ହୋଇଯିବ ‘ବ୍ଲାକଆଉଟ୍‌’; ଜାଣନ୍ତୁ କେଉଁଠାରେ କାଲିଠୁ ହେବ …

ନୂଆଦିଲ୍ଲୀ/ଭୁବନେଶ୍ୱର,୬।୫: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ଏହି ଉତ୍ତେଜନା ପ୍ରତିଦିନ ବୃଦ୍ଧି ପାଉଛି। ଏହି ସମୟରେ ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ପହଲଗାମ ଆକ୍ରମଣର ପ୍ରତିଶୋଧ ନିଶ୍ଚିତ ଭାବରେ ନିଆଯିବ। ଏହି ପରିପ୍ରେକ୍ଷୀରେ ମେ’ ୭ରେ ଦେଶର ୨୪୪ଟି ଜିଲାରେ ଏକ ମକ ଡ୍ରିଲ ଅନୁଷ୍ଠିତ ହେବାକୁ ଯାଉଛି। ୧୯୭୧ ପରେ ପ୍ରଥମ ଥର ପାଇଁ ଏପରି ଡ୍ରିଲ ହେଉଛି। ସମ୍ପ୍ରତି ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପର୍ଯ୍ୟନ୍ତ, ସମସ୍ତେ ତିନି ସେନା ମୁଖ୍ୟଙ୍କ ସହ ସାକ୍ଷାତ କରିଛନ୍ତି। ଏହି କାରଣରୁ ଜମ୍ମୁ-କାଶ୍ମୀରରେ ଅଧିକ ସଂଖ୍ୟକ ସେନାଙ୍କୁ ମୁତୟନ କରାଯାଇଛି। ମକ ଡ୍ରିଲ ସମ୍ପର୍କରେ ଏକ ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ସାରା ଦେଶର ୨୪୪ ଜିଲାର ନାମ ଅନ୍ତର୍ଭୁକ୍ତ। ମଙ୍ଗଳବାର ଅର୍ଥାତ ଆଜିଠାରୁ ଏହି ଜିଲାଗୁଡ଼ିକରେ ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଏହି ମକ୍‌ ଡ୍ରିଲ୍‌ ସମୟରେ ବ୍ଲାକଆଉଟ ହେବ। ଏହାର ଅର୍ଥ ହେଉଛି ଆକ୍ରମଣ ସମୟରେ ସମସ୍ତ ଘର, କାର୍ଯ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନର ଲାଇଟ ବନ୍ଦ ହୋଇଯିବ। ଏହା ସହିତ ଜୋରରେ ସାଇରନ ମଧ୍ୟ ବଜାଯିବ। ସାଇରନ ଶୁଣିବା ମାତ୍ରେ ଲୋକଙ୍କୁ ସତର୍କ ରହିବାକୁ ପଡିବ ଏବଂ ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିବ। ଆକ୍ରମଣ ସମୟରେ ନାଗରିକମାନଙ୍କୁ ବଞ୍ଚିବା ପାଇଁ ତାଲିମ ଦିଆଯିବ।
ଡ୍ରିଲ ସମୟରେ ନିଆଯିବାକୁ ଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ବିମାନ ଆକ୍ରମଣ ଚେତାବନୀ ସାଇରନ ଚଳାଇବା ଏବଂ କୌଣସି ଆକ୍ରମଣ ହେଲେ ନିଜକୁ ସୁରକ୍ଷା ଦେବା ପାଇଁ ସୁରକ୍ଷା ଦିଗଗୁଡ଼ିକ ଉପରେ ନାଗରିକମାନଙ୍କୁ ତାଲିମ ଦେବା ଅନ୍ତର୍ଭୁକ୍ତ ରହିଛି।
ବୁଧବାର ହେବାକୁ ଥିବା ମକ ଡ୍ରିଲ ପାଇଁ ଆଜି (୬ ମଇ) ଗୃହ ମନ୍ତ୍ରଣାଳୟରେ ଏକ ବୈଠକ ଚାଲିଛି। ଏନ୍‌ଡିଆର୍‌ଏଫ୍‌ ଡିଜି, ହୋମଗାର୍ଡ ଡିଜି, ଅଗ୍ନିଶମ ଡିଜି ଏଥିରେ ଯୋଗ ଦେଇଥିଲେ। ରେଳ ଏବଂ ବାୟୁ ସୁରକ୍ଷା ସହିତ ଜଡିତ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଶ୍ରୀନଗରରେ ମକ ଡ୍ରିଲ ପାଇଁ SDRF ପ୍ରସ୍ତୁତି ଆରମ୍ଭ କରିଦେଇଛି।
ଓଡ଼ିଶାର ୧୨ଟି ଜିଲା:
ତାଳଚେର
ବାଲେଶ୍ୱର
କୋରାପୁଟ
ଭୁବନେଶ୍ୱର
ଗୋପାଳପୁର
ହୀରାକୁଦ
ପାରାଦୀପ
ରାଉରକେଲା
ଭଦ୍ରକ
ଢେଙ୍କାନାଳ
ଜଗତସିଂପୁର
କେନ୍ଦ୍ରାପଡ଼ା
ଭଦ୍ରକ
ଢେଙ୍କାନାଳ
ଜଗତସିଂପୁର

Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?