ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ ଏକ ଶୋଭାଯାତ୍ରା ବାହାରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ୨୪ ଘଣ୍ଟିଆ ଅନଶନ, ସତ୍ୟାଗ୍ରହ କରିବା ସହ ଏକ ପ୍ରତିବାଦ ସଭା ହୋଇଥିଲା। ଜିଲା କମିଟି ସଭ୍ୟ ଅନାସୀମ ଶବର, କୈଳାସ ଶବର, ବୃନ୍ଦାବନ ବିଡ଼ିକା ଓ ଅନ୍ୟାନ୍ୟ ନେତା ଗଣ ବକ୍ତବ୍ୟ ରଖିଥିଲେ। ସମାନ କାମକୁ ସମାନ ମଜୁରୀ ଯୋଗାଇବା, ଗରିବ, ଭୂମିହୀନଙ୍କ କୁଡ଼ିଆ ଘରଗୁଡ଼ିକୁ ବୁଲଡୋଜର ଲଗେଇ ଘର ଭଙ୍ଗା ବନ୍ଦ, ରହିବା ଘରକୁ ପଟ୍ଟା ପ୍ରଦାନ,
ସମସ୍ତ ପଞ୍ଚାୟତରେ ଭୂମିହୀନଙ୍କ ପାଇଁ ସରକାରୀ ବାସଗୃହ କଲୋନୀ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୭ ଲକ୍ଷ ନଗଦ ପ୍ରଦାନ, ଭିବିଜି ରାମ ଜୀ ଯୋଜନାରେ ୧୨୫ ଦିନର କାମ ଗ୍ୟାରେଣ୍ଟି ଦେବା ସହ ସର୍ବନିମ୍ନ ୭୦୦ ମଜୁରୀ ପ୍ରଦାନ, କୌଣସି କାମ ନାହିଁ, ତେବେ ବେକାରୀ ଭତ୍ତା ପାଇଁ ଏକ ବ୍ୟବସ୍ଥା ପ୍ରଣୟନ କରିବା, ଏସ୍‌ଆଇଆର ଆଧାରରେ ରାଶନକାର୍ଡରୁ ଗରିବ ଭୂମିହୀନ ଲୋକଙ୍କୁ ବାଦ୍‌ ବନ୍ଦ କରିବା, ସମସ୍ତ ଗରିବ ଭୂମିହୀନ ପରିବାରର ପିଲାମାନଙ୍କ ପାଇଁ ମାଗଣା ଉଚ୍ଚଶିକ୍ଷାର ଗ୍ୟାରେଣ୍ଟି ଦେବା, ସାମାଜିକ ସୁରକ୍ଷା ପେନସନରୁ ନାମ ବାଦ ଦେବା ବନ୍ଦ, ସମସ୍ତ ବୃଦ୍ଧଙ୍କୁ ୫୦୦୦ ସାମାଜିକ ସୁରକ୍ଷା ପେନସନ ପ୍ରଦାନ, ସାଟେଲାଇଟ ଟାଉନଶିପ୍‌ ଆଧାରରେ ଚାଷୀଙ୍କ ଜମିକୁ ଜୋରଦାର ହଡ଼ପ ବନ୍ଦ, ପଞ୍ଚାୟତ ଗୃହ, ରାସ୍ତା, ପାଣି ଇତ୍ୟାଦି ଉପରେ ବେଆଇନ ଟିକସ ଲାଗୁ କରିବା ବନ୍ଦ କରିବା ପାଇଁ ଜିଲା କମିଟି ସଭ୍ୟ ଅନାସୀମ ଶବର ସରକାରଙ୍କୁ ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?