Posted inଜାତୀୟ

ଦେଶରେ ଖୋଲିବ ୨୩ ନୂଆ ସୈନିକ ସ୍କୁଲ: ରାଜନାଥଙ୍କ ମଞ୍ଜୁରୀ…

ନୂଆଦିଲ୍ଲୀ,୧୬।୯ : ବର୍ତ୍ତମାନ ଦେଶରେ ୨୩ ଟି ନୂଆ ସୈନିକ ସ୍କୁଲ ଖୋଲିବାକୁ ଯାଉଛି। ଶନିବାର ସରକାରୀ ସୂଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବିଦ୍ୟାଳୟଗୁଡ଼ିକୁ ସହଭାଗୀତା ମୋଡରେ ପ୍ରତିଷ୍ଠା କରିବାକୁ ଅନୁମୋଦନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ, ନୂତନ ବିଦ୍ୟାଳୟଗୁଡ଼ିକ ସମ୍ପୃକ୍ତ ଶିକ୍ଷା ବୋର୍ଡ ସହ ଜଡିତ ହେବା ବ୍ୟତୀତ ସୈନିକ ସ୍କୁଲ ସୋସାଇଟି ଅଧୀନରେ କାର୍ଯ୍ୟ କରିବେ ଏବଂ ସୋସାଇଟି ଦ୍ୱାରା ନିର୍ଦ୍ଧାରିତ ସହଭାଗୀତା ମୋଡରେ ନୂତନ ସୈନିକ ସ୍କୁଲ ପାଇଁ ନିୟମ ପାଳନ କରିବେ।

ସହଭାଗୀତା ମୋଡ ଅଧୀନରେ ଦେଶର ୧୧ ଟି ରାଜ୍ୟରେ ୨୩ ଟି ନୂଆ ସୈନିକ ସ୍କୁଲ ଖୋଲାଯିବ। ସେଥିମଧ୍ୟରୁ ଉତ୍ତରପ୍ରଦେଶର ମଥୁରା, ଲକ୍ଷ୍ନୌ, ଏଟୱା, ହରିୟାଣାର କୁରୁକ୍ଷେତ୍ର, ହିମାଚଳ ପ୍ରଦେଶର ହମିରପୁରରେ ବିଦ୍ୟାଳୟଗୁଡ଼ିକ ଖୋଲିବ।

ଏହା ସହିତ ଆନ୍ଧ୍ରପ୍ରଦେଶର ଗୋଟିଏ ଜିଲାରେ, ବିହାରରେ ଗୋଟିଏ, ଛତିଶଗଡରେ ଚାରିଟି, କର୍ନାଟକରେ ଦୁଇଟି, କେରଳରେ ଦୁଇଟି, ମଧ୍ୟପ୍ରଦେଶରେ ତିନୋଟି, ମହାରାଷ୍ଟ୍ରରେ ଦୁଇଟି ଏବଂ ରାଜସ୍ଥାନରେ ୪ ଜିଲାରେ ଏହି ସ୍କୁଲ ଖୋଲିବ। ମନ୍ତ୍ରଣାଳୟ କହିଛି ଏହି ପଦକ୍ଷେପ ସହିତ ସୈନିକ ସ୍କୁଲ ସୋସାଇଟି ଅଧୀନରେ ସହଭାଗୀତା ମୋଡ ଅଧୀନରେ କାର୍ଯ୍ୟ କରୁଥିବା ନୂତନ ସୈନିକ ସ୍କୁଲ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି, ଏହା ବ୍ୟତୀତ ବିଦ୍ୟମାନ ୩୩ ଟି ସୈନିକ ସ୍କୁଲ ବିଦ୍ୟମାନ ଢାଞ୍ଚାରେ କାର୍ଯ୍ୟ କରୁଛି।

ଏନଜିଓ, ବେସରକାରୀ ବିଦ୍ୟାଳୟ ଏବଂ ରାଜ୍ୟ ସରକାରଙ୍କ ସହଭାଗିତାରେ ୧୦୦ଟି ନୂତନ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ସରକାର ଏହି ପଦକ୍ଷେପକୁ ଅନୁମୋଦନ କରିଛନ୍ତି ବୋଲି ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି। ଏହି ପଦକ୍ଷେପ ଷଷ୍ଠ ଶ୍ରେଣୀରୁ ଆରମ୍ଭ କରିବା ଲାଗି ଏକ ବ୍ୟବସ୍ଥିତ ଢଙ୍ଗରେ ଆରମ୍ଭ ହୋଇଛି। ଏହି ପଦକ୍ଷେପ ଅନୁଯାୟୀ ସୈନିକ ସ୍କୁଲ ସୋସାଇଟି ଦେଶର ୧୯ ଟି ନୂତନ ସୈନିକ ସ୍କୁଲ ସହିତ ଚୁକ୍ତି ସ୍ବାକ୍ଷର କରିଛି। ସହଭାଗୀତା ମୋଡରେ ନୂତନ ସୈନିକ ସ୍କୁଲ ଖୋଲିବା ପାଇଁ ଆବେଦନଗୁଡିକର ମୂଲ୍ୟାଙ୍କନ ପରେ ପ୍ରତିରକ୍ଷା ମନ୍ତ୍ରୀ ଭାଗିଦାରୀ ମୋଡରେ ନୂତନ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?