Posted inଖେଳ

ଓଡ଼ିଶାକୁ ୨୩ ପଦକ

କଟକ,୧୮ା୯ ପ୍ରିୟଦର୍ଶିନୀ): ଉତ୍ତରାଖଣ୍ଡରେ ଜାତୀୟ କାନୋଇଂ ସ୍ପ୍ରିଣ୍ଟ ଚାମ୍ପିଅନଶିପ ରବିବାର ଉଦ୍‌ଯାପିତ ହୋଇଯାଇଛି । ୮ ସ୍ବର୍ଣ୍ଣ, ୬ ରୌପ୍ୟ ଏବଂ ୯ଟି ବ୍ରୋଞ୍ଜ ପଦକକୁ ମିଶାଇ ଚାମ୍ପିଅନଶିପ୍‌ରେ ଓଡ଼ିଶା ମୋଟ୍‌ ୨୩ଟି ପଦକ ଜିତିଛି । ଏଥି ସହିତ ଦଳଗତ ଭାବେ ରାଜ୍ୟ ମହିଳା ଦଳ ରନର୍ସଅପ ହୋଇଥିବା ବେଳେ ପୁରୁଷ ଦଳ ୩ୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି।

ଚାମ୍ପିଅନଶିପ୍‌ର ୧୦୦୦ ମିଟର ବିଶିଷ୍ଟ ଇଭେଣ୍ଟରୁ ଓଡ଼ିଶାର ପ୍ରତିଯୋଗୀମାନେ ମୋଟ ୬ଟି ପଦକ ଜିତିଛନ୍ତି। ସେହିପରି ୫ହଜାର ମିଟରରୁ ୨ଟି, ୫୦୦ ମିଟରରୁ ୯ଟି ଏବଂ ୨୦୦ମିଟରରୁ ୬ଟି ପଦକ ବିଜୟୀ ହୋଇଛନ୍ତି। ଉଦ୍‌ଯାପନୀ ଦିବସରେ ୨୦୦ମିଟର ଇଭେଣ୍ଟ ହୋଇଥିଲା। ଏହି ଇଭେଣ୍ଟର କାନୋଇଂ-୪ ମହିଳା ବିଭାଗରେ ସଲାମ ଆର୍ଶି ଦେବୀ, ସୋଫିଆ ଦେବୀ, ସଚ୍ଚିମା କେରକେଟା, ରଶ୍ମୀତା ସାହୁ ସ୍ବର୍ଣ୍ଣ ପଦକ ଜିତିଥିଲେ। କାୟାକିଂ-୧ ପୁରୁଷ ବିଭାଗରେ ନାନାଓ ମିତେଇ ରୌପ୍ୟ, କାୟାକିଂ-୧ ମହିଳା ବିଭାଗରେ ରୋଜି ଦେବୀ ବ୍ରୋଞ୍ଜ, କାୟାକିଂ-୨ ମହିଳା ବିଭାଗରେ ଓଇନାମ ବିଦ୍ୟାଦେବୀ ଓ ଫୁଲମଣି ଖାଖା ସ୍ବର୍ଣ୍ଣ, କାୟାକିଂ-୪ ମହିଳା ବିଭାଗରେ ଶ୍ରୁତି ଚୌଗୁଲେ, ଓଇନାମ ବିଦ୍ୟା ଦେବୀ, ଆଲରିକା ଟପ୍ପୋ, ଫୁଲମଣୀ ଖାଖା ବ୍ରୋଞ୍ଜ, କାୟାକିଂ-୪ ପୁରୁଷ ବିଭାଗରେ ଏନ ଟମଥିଲଙ୍ଗବା, ସୂରଜ ବିଜାଲେ, ନାନାଓ ମିତେଇ ଏବଂ ରାହୁଲ ସିଂ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଆଗାମୀ ଦିନରେ ଗୋଆରେ ହେବାକୁ ଥିବା ଜାତୀୟ କ୍ରୀଡ଼ା ନିମନ୍ତେ ଓଡ଼ିଶା ଯୋଗ୍ୟତା ହାସଲ କରିଛି ବୋଲି ରାଜ୍ୟ କାୟାକିଂ ଓ କାନୋଇଂ ସଂଘ ସମ୍ପାଦକ ବିପିନ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?