Posted inଜାତୀୟ

ପିଆଜ, ରସୁଣ ପାଇଁ ଭାଙ୍ଗିଲା ୨୨ ବର୍ଷର ସ୍ତ୍ରୀ-ସ୍ବାମୀ ସମ୍ପର୍କ: ପୂରା ଘଟଣା ଜାଣିଲେ…

ଅହମଦାବାଦ,୧୧ା୧୨:ବିବାହର ୨୨ ବର୍ଷ ପରେ ଗୁଜରାଟର ଏକ ଦମ୍ପତି ସମ୍ପର୍କ ତୁଟାଇ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଏହାର କାରଣ ଅନେକଙ୍କୁ ବିସ୍ମିତ କରିଛି। ମହିଳା ଜଣକ ସ୍ବାମୀନାରାୟଣ ଦୀକ୍ଷା ନେଇଥିବାରୁ ପିଆଜ, ରସୁଣ ଖାଇବାକୁ ମନା କରିଦେଇଥିଲେ। ଏହି ବିବାଦ ଏପରି ଘନେଇଲା ଯେ, ମାମଲା ଅଦାଲତକୁ ଯାଇଥିଲା। ଗୁଜରାଟ ହାଇକୋର୍ଟ
ଫାମିଲି କୋର୍ଟ ରାୟକୁ ବଳବତ୍ତର ରଖି ବିଚ୍ଛେଦ ଅନୁମତି ଦେଇଛନ୍ତି। ସ୍ବାମୀନାରାୟଣ ସମ୍ପ୍ରଦାୟର ଅନ୍ୟମାନଙ୍କ ଭଳି ଏହି ମହିଳା ପିଆଜ ଓ ରସୁଣ ଖାଆନ୍ତି ନାହିଁ। ଉକ୍ତ ଦମ୍ପତି ୨୦୦୨ରେ ବିବାହ କରିଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ସାଧାରଣ ବ୍ୟଞ୍ଚନ ଖାଉଥିବାବେଳେ ସ୍ବାମୀଙ୍କ ମା’ ସମ୍ପୃକ୍ତ ମହିଳାଙ୍କ ପାଇଁ ବିନା ପିଆଜ ରସୁଣରେ ଭିନ୍ନ ପ୍ରକାରେ ରୋଷେଇ କରନ୍ତି। ଏହାକୁ ନେଇ ପରିବାରରେ ବିବାଦ ଆରମ୍ଭ ହୋଇଥିଲା। ମହିଳା ଜଣକ ନିଜ ପିଲାଙ୍କୁ ଧରି ୨୦୦୭େରେ ଶାଶୁ ଘର ଛାଡ଼ି ମା’ ଘରକୁ ଚାଲିଯାଇଥିଲେ। ଫଳରେ ସ୍ବାମୀ ୨୦୧୩ରେ ଅହମଦାବାଦ ଫାମିଲି କୋର୍ଟକୁ ଯାଇ ଛାଡ଼ପତ୍ର ପାଇଁ ଅନୁମତି ମାଗିଥିଲେ। ୨୦୨୪ ମେ’ରେ ପରିବାର ଅଦାଲତ ବିବାହ ଭଙ୍ଗ ପାଇଁ ଅନୁମତି ଦେଇଥିବାବେଳେ ସ୍ତ୍ରୀ ଏଥିରେ ସହମତି ପ୍ରକାଶ କରିବା ସହ ଉପର କୋର୍ଟରେ ଅପିଲ କରି ନ ଥିଲେ। ତେବେ ମହିଳାଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବା ପାଇଁ ଫାମିଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସ୍ବାମୀ ୧୮ ମାସ ହେଲା ଭରଣପୋଷଣ ଦେଇ ନ ଥିବାରୁ ମହିଳା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ କେବଳ ୨.୭୨ ଲକ୍ଷ ଟଙ୍କା ଅନ୍ତରୀଣ ଖର୍ଚ୍ଚ ପାଇଥିବାବେଳେ ଅବଶିଷ୍ଟ ୧୩.୨ ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ମହିଳାଙ୍କ ଓକିଲ ହାଇକୋର୍ଟରେ ଯୁକ୍ତି ବାଢ଼ିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ଅଭାବ ଭିତରେ ଭୁବନେଶ୍ୱରରେ ବଦଳିଲା ତେଲଦର! ଜାଣନ୍ତୁ କ’ଣ ହୋଇଛି ପରିବର୍ତ୍ତନ

ନୂଆଦିଲ୍ଲୀ,୧୪।୫: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି ।…

୨୦ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୧୪ା୫(ରବିନାରାୟଣ ଜେନା):ଓଡ଼ିଶାର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମେ’ ୨୦ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ଅପରାହ୍ନ…

କେନ୍ଦୁପତ୍ର ବୋଝେଇ ପିକଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ରିଆମାଳ, ୧୪୫(ବଦ୍ରିନାରାୟଣ ଅଗ୍ରୱାଲା):ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କରଲଗା ଜିରୋ ପଏଣ୍ଟଠାରେ ଏକ କେନ୍ଦୁପତ୍ର ବୋଝେଇ ପିକଅପ ଜବତ ହେବା ସହ ଦୁଇ ଜଣକୁ…

ମାସେ ହେଲା ଅଚଳ ଜଳ ଯୋଗାଣ ପ୍ରକଳ୍ପ: ଚୁବୁକାଦାଦର ଗାଁରେ ପାନୀୟ ଜଳ ସମସ୍ୟା

ଅମରପାଲି,୧୪ା୫(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଚୁବୁକାଦାଦର ଗଁାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ଏତିକି ଟଙ୍କା ଯାଏ କିଣିପାରିବେ ପେଟ୍ରୋଲ, ପେଟ୍ରୋଲ-ଡିଜେଲ ନିୟମରେ ସରକାର କଲେ ବଡ଼ ପରିବର୍ତ୍ତନ!

ନୂଆଦିଲ୍ଲୀ,୧୪।୫: କେରଳରେ ପେଟ୍ରୋଲ ଏବଂ ଡିଜେଲ କ୍ରୟ ସମ୍ୱନ୍ଧୀୟ ନୂତନ ନିୟମାବଳୀ ଜାରି କରାଯିବା ସମ୍ପର୍କରେ ଖବର ପ୍ରକାଶ ପାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେରଳର ଇନ୍ଧନ…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

ପଶ୍ଚିମ ଓଡିଶା ପାଇଁ ଆଉ ଏକ ନୂଆ ଟ୍ରେନ: ସ୍ବପ୍ନ ପୂରଣ କଲେ ଅଶ୍ୱିନୀ ବୈଷ୍ଣବ

କେସିଙ୍ଗା,୧୪।୫(ତୁମେଶ୍ୱର ସାହୁ): କେସିଙ୍ଗାରୁ ଭୁବନେଶ୍ୱରକୁ ନୂତନ ଟ୍ରେନ ପାଇଁ ଦାବି ଜୋର ଧରିଥିଲା। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରୁ କୋରାପୁଟ ସିଧା ପଶ୍ଚିମ ଓଡ଼ିଶାରକୁ ସଂଯୋଗ…

ସଙ୍କଟ ମଧ୍ୟରେ ଭାରତ ପାଇଁ ଆସିଲା ଖୁସି ଖବର: ହର୍ମୁଜରେ…

ନୂଆଦିଲ୍ଲୀ,୧୪।୫: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଭାରତ ପାଇଁ ଆଉ ଏକ ଖୁସି ଖବର ଆସିଛି। LPG ଟ୍ୟାଙ୍କର୍‌ MV ସନ୍‌ସାଇନ ହର୍ମୁଜ ପ୍ରଣାଳୀ ପାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri