ଧୂଳି ନ ଉଡ଼ିବାକୁ ୨୧ଲକ୍ଷ ଖର୍ଚ୍ଚ

କଟକ ଅଫିସ,୨୩ା୧୧: ବାଲିଯାତ୍ରାରେ ଅନିୟମିତତା ଅଭିଯୋଗରେ ଜିଲା ପ୍ରଶାସନ ବିବାଦରେ ଥିବା ବେଳେ ଏବେ ଏହା ଭିତରକୁ ଟାଣି ହୋଇଆସିଛି କଟକ ମହାନଗର ନିଗମ(ସିଏମ୍‌ସି) ା ବିରୋଧୀ କର୍ପୋରେଟର ଅଭିଯୋଗ କରିଛନ୍ତି ଯେ ଏହି ବାଲିଯାତ୍ରାରେ ପ୍ରାୟ ୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସିଏମ୍‌ସି ଏହାର ତିନି ଭାଗରୁ ଗୋଟିଏ ଭାଗର ରିର୍ପୋଟ ପ୍ରଦାନ କରିଛି ା ବାଲିଯାତ୍ରାରେ ସମୁଦାୟ କେତେ ଟଙ୍କା ଖର୍ଚ୍ଚ ହୋଇଛି ସିଏମ୍‌ସି କର୍ପୋରେଟରମାନଙ୍କୁ ଖର୍ଚ୍ଚର ବିବରଣୀ ପ୍ରଦାନ କରୁନାହିଁ ା ଏପରିକି ବାଲିଯାତ୍ରା ପାଇଁ ସିଏମ୍‌ସି ପକ୍ଷରୁ କରାଯାଇଥିବା ସବ୍‌ କମିଟିଗୁଡିକୁ ମଧ୍ୟ କୌଣସି ଗୁରୁତ୍ୱ ଦିଆଯାଇ ନାହିଁ ା ସବ କମିଟିକୁ ଆୟ ଏବଂ ବ୍ୟୟକୁ ନେଇ ଅନ୍ଧାରରେ ରଖାଯାଉଛି ବୋଲି ଅଭିଯୋଗ ହେଉଛି ା
ସିଏମ୍‌ସି ପକ୍ଷରୁ କର୍ପୋରେଟରଙ୍କୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ବାଲିଯାତ୍ରାରେ ୩ କୋଟି ୩୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ା ବାଲିଯାତ୍ରା ପଡିଆରେ ବିଭିନ୍ନ କାର୍ଯ୍ୟ ପାଇଁ ବୁଲଡୋଜର, ହାଇଡ୍ରୋଲିକ୍‌ ଟିପ୍ପର ଏବଂ ଖନନକାରୀଙ୍କ ପାଇଁ ୧ ଲକ୍ଷ ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି ା ସେହିପରି ମୋରମ ବାବଦରେ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ା ତେବେ ସମୁଦାୟ ମାଟି ପକାଇବା ଏବଂ ରାସ୍ତା ଆଦି ନିର୍ମାଣ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ହେଉଛି ା ସେହିପରି ଯାତ୍ରା ସମୟରେ ଧୂଳି ନଉଡ଼ିବା ପାଇଁ କେମିକାଲ ସିଞ୍ଚନ କରାଯାଉଥିବା କୁହାଯାଇଥିଲା। ହେଲେ ଏହାର ସେଭଳି କୌଣସି ପରିଣାମ ଦେଖିବାକୁ ମିଳିନଥିଲା। ତଳ ପଡିଆରେ କୌଣସି ପ୍ରକାରର ସିଞ୍ଚନ କରାଯାଇ ନଥିବା ବେଳେ ଉପର ପଡିଆରେ ଓରମାସ ପରିସରରେ ସବୁଜ ରଙ୍ଗ କପଡାରେ ଭୂମିକୁ ଘୋଡା ଯାଇଥିଲା। ଆଉ ବାକି ଖାଲି ପଡିଥିବା ସ୍ଥାନରେ କେମିକାଲ ସିଞ୍ଚନ କରାଯାଉଥିଲା। ଏଥିପାଇଁ ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ‘କଟକ ଇନ କଟକ’ ପରିସରରେ ଗଛ ଚାରି ପାଖରେ ପିଣ୍ଡି ନିର୍ମାଣ ପାଇଁ ୧୫ ଲକ୍ଷ, ଅସ୍ଥାୟୀ ଷ୍ଟଲ ନିର୍ମାଣ ପାଇଁ ୩୦ ଲକ୍ଷ, ଇଲେକ୍ଟ୍ରି କାର୍ଯ୍ୟ ପାଇଁ ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ା ତେବେ ଏନେଇ କଂଗ୍ରେସ କର୍ପୋରେଟର ସନ୍ତୋଷ ଭୋଳ କହିଛନ୍ତି ସିଏମସି କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଅନୁଯାୟୀ ଧୂଳି ନ ଉଡିବା ପାଇଁ ୨୧ ଲକ୍ଷ ଖର୍ଚ୍ଚ ହୋଇଥିଲା ଯାହା ଅବିଶ୍ୱସନୀୟ। ସିଏମ୍‌ସି ଅଧିକ ଖର୍ଚ୍ଚ ଦେଖାଉଥିବା ବୋଲି ଭୋଳ ଅଭିଯୋଗ କରିବାସହ କେବଳ ଏହାର ତଦନ୍ତ ନୁହେଁ ବରଂ ଆୟ ଏବଂ ବ୍ୟୟ ଉପରେ ଏକ ସ୍ବତନ୍ତ୍ର ଅଡିଟ୍‌ ମଧ୍ୟ କରାଯାଉ ବୋଲି ସେ ଦାବି କରିଛନ୍ତି।
ସେହିଭଳି ଭାଜପା କର୍ପୋରେଟର ଗୋପାଳ ବେହେରା ଅଭିଯୋଗ କରିଛନ୍ତି ଯେ ସିଏମସି ଏଥିରେ ଅନାବଶ୍ୟକ ଖର୍ଚ୍ଚ କରିଛି ା ବାଲିଯାତ୍ରା ପଡିଆ ସଫା କରିବା ପାଇଁ ସିଏମ୍‌ସି ଏକ ଘରୋଇ ଏଜେନ୍ସିକୁ ନିୟୋଜିତ କରିଥିବାବେଳେ ୱାର୍ଡ ସଫେଇ କର୍ମୀଙ୍କୁ ଏଥିରେ ନିୟୋଜିତ କରିବା ସହ ଆବର୍ଜନା ପରିବହନ ପାଇଁ ଏଜେନ୍ସି ଦ୍ୱାରା ସିଏମ୍‌ସି ଗାଡି ବ୍ୟବହାର କରାଯାଇଛି। କଟକ ପାଇଁ ଗର୍ବର ବିଷୟ ଯେ ପ୍ରସିଦ୍ଧ ବାଲିଯାତ୍ରା ଗିନିଜ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲା। କିନ୍ତୁ ରେକର୍ଡ ସୃଷ୍ଟି କରିବାରେ ବ୍ୟୟବରାଦର ସବିଶେଷ ତଥ୍ୟ ଲୋକମାନେ ଜାଣିବା ଉଚିତ ବୋଲି କର୍ପୋରେଟର କହିଛନ୍ତି। ତେବେ ଦିଆଯାଇଥିବା ରିପୋର୍ଟରେ ଡଙ୍ଗା ତିଆରି ଓ ଲେଜର ଲାଇଟ ଶୋ ବାବଦକୁ କେତେ ଖର୍ଚ୍ଚ ହୋଇଛି ତଥ୍ୟ ଦେଇନାହିଁ। କେବଳ ବିରୋଧୀ ଦଳର ନୁହନ୍ତି, ଶାସକ ଦଳର କିଛି କର୍ପୋରେଟର ମଧ୍ୟ ଏନେଇ ପ୍ରଶ୍ନ ଉଠାଇଛନ୍ତି ା ଏନେଇ ସିଏମ୍‌ସି ମେୟର ସୁବାସ ସିଂ କହିଛନ୍ତି, ଏସବୁ ଅଭିଯୋଗ ଭିତ୍ତିହୀନ। ଆୟବ୍ୟୟର ତଥ୍ୟ କିମ୍ବା ଏ ସମ୍ପର୍କିତ ସଫେଇ ପ୍ରଶାସନିକ ଅଧିକାରୀ ଦେବେ। ମୁଁ କିଛି କହିପାରିବି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରୁ ଧମକ, ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ ): ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ…

ଆଦର୍ଶ ଆଇନଜୀବୀ ଭାବେ ପରିଚିତ ଥିଲେ ବଂଶୀଧର, ଆଜି ତାଙ୍କୁ ଝୁରୁଛି ଓକିଲ ସଂଘ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟ ବରିଷ୍ଠ ଆଇନଜୀବୀ ବଂଶୀଧର ପାଳଙ୍କ ଭୁବନେଶରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…

EPFରେ ବଡ଼ ପରିବର୍ତ୍ତନ; ୫୧ ଲକ୍ଷରୁ ଅଧିକ କର୍ମଚାରୀ ହେବେ ଉପକୃତ, ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୧୬ା୯: କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । EPF ଓ EPS କଭରେଜ୍‌ ପାଇଁ ଲାଗୁଥିବା…

ସହରର ମୁଖ୍ୟ ରାସ୍ତାରେ ଗଦାହୋଇଛି ବାଲି, ଦୁର୍ଘଟଣାକୁ ଆମନ୍ତ୍ରଣ କରି…

ଗଞ୍ଜାମ,୧୬ା୯(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥଠାରୁ ଗଞ୍ଜାମ ସହରକୁ ସଂଯୋଗ ମୁଖ୍ୟ ରାସ୍ତାରେ ଅଧିକାଂଶ ସମୟରେ ଘର ନିର୍ମାଣ କାର୍ଯ୍ୟ ପାଇଁ ବାଲି ଶୁଖା ଯାଉଥିବା…

ବାଲସି ଗାଁରେ ନୂଆଖାଇ ଜୁହାର, ଏକାଠି ହୋଇ ନବାନ୍ନ ଭକ୍ଷଣ କରିବା ପରେ…

କେସିଙ୍ଗା,୧୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମର ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଷଣା ବଂଶ ପକ୍ଷରୁ ନୂଆଖାଇ ଓ ଜୁହାର କାର୍ଯ୍ୟକ୍ରମ…

Asian Games 2026: ଏସିଆନ୍ ଗେମ୍ସ ପୂର୍ବରୁ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ବାଦ୍ ପଡ଼ିଲେ ବରୁଣ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୬।୯: ଏସିଆନ୍ ଗେମ୍ସ ୨୦୨୬ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳରେ ପରିବର୍ତ୍ତନ ହୋଇଛି । ଆହତ କାରଣରୁ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏସିଆନ୍ ଗେମ୍ସରୁ ବାଦ୍…

ବଜ୍ରପାତରେ ଦୁଇ ପରିବାରର ଚାଲିଗଲା ୨ ଜୀବନ

ବଞ୍ଚୋ/ଆନନ୍ଦପୁର,,୧୬ା୯(ପ୍ରଦୋଷ ବିଶ୍ୱାଳ/ ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବୁଧବାର ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅଚାନକ ବଜ୍ରପାତରେ ଦୁଇଟି…

ଶ୍ରୀଦେବୀଙ୍କ ସମ୍ପତ୍ତିକୁ ନେଇ ଉଠିଲାଣି ବିବାଦ; ସୁପ୍ରିମକୋର୍ଟ ଦେଲେ ଏମିତି ପରାମର୍ଶ

ନୂଆଦିଲ୍ଲୀ,୧୬।୯: ସୁପ୍ରିମକୋର୍ଟ ବଲିଉଡର ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପାରିବାରିକ ସମ୍ପତ୍ତି ସହ ଜଡ଼ିତ ବିବାଦର ସମାଧାନ ପାରସ୍ପରିକ ଆଲୋଚନା ମାଧ୍ୟମରେ କରିବାକୁ ପରାମର୍ଶ ଦେଇଛନ୍ତି। ଚେନ୍ନାଇର ଶୋଲିଙ୍ଗାନାଲୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?