Posted inଜାତୀୟ

ମାଲଗାଡ଼ିର ୨୧ ବଗି ଓଲଟିଲା…

ଲକ୍ଷ୍ନୌ,୧୧।୧୧: ଉତ୍ତରପ୍ରଦେଶର ଜୈନପୁର ଜିଲାରେ ଗୁରୁବାର ସକାଳେ ଶ୍ରୀକୃଷ୍ଣ ନଗର ରେଳ ଷ୍ଟେସନ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସୁଲତାନପୁରରୁ ଉଦଗପୁର ଘାଟପୁର ନିକଟ ମୁଗଲସରାଇ ଅଭିମୁଖେ ଯାଉଥିବା ଏକ ମାଲଗାଡ଼ିର ୨୧ ଟି ବଗି ଓଲଟି ପଡିଛି। ଏହି କାରଣରୁ ଜୈନପୁର-ବାରାଣାସୀ ରେଳ ମାର୍ଗ ଅବରୋଧ ହୋଇଯାଇଛି। ବିଭିନ୍ନ ସ୍ଥାନରେ ରୁଟ ଟ୍ରେନକୁ ଅଟକ କରାଯାଇଛି।

ସୂଚନାନୁସାରେ, ମୋଗଲସରାଇରୁ କୋଇଲା ଆଣିବା ପାଇଁ ମାଲଗାଡ଼ିଟି ସକାଳ ୬ଟା ୫୮ରେ ସୁଲତାନପୁର ଛାଡିଥିଲା। ଗାଲଗାଡ଼ିରେ ୫୯ଟି ବଗି ଥିଲା। ମାଲଗାଡ଼ିଟିଉଦୟପୁର ଘାଟପୁର ନିକଟରେ ୭ଟା ୫୮ରେ ଶ୍ରୀକୃଷ୍ଣ ନଗର ରେଳ କ୍ରସିଂ ପାର ହେବା ପରେ ପହଞ୍ଚିଥିଲା। ହଠାତ୍‌ କିଛି ବଗି ମଧ୍ୟଭାଗରୁ ଟ୍ରାକରୁ ବାହାରି ଯାଇଥିଲା।

ମାଲଗାଡ଼ିର ବେଗ ଅଧିକ ଥିବାରୁ ଆଗରୁ ୧୬ ଏବଂ ପଛରୁ ୨୧ ଟି ବଗି ଛାଡ଼ି ମଝିରେ ଥିବା ଅବଶିଷ୍ଟ ୨୧ ବଗି ଓଲଟି ପଡିଛି। ତେବେ ଡ୍ରାଇଭର ଏ.କେ ଚୌହ୍ବାନ ଏବଂ ଗାର୍ଡ ସଞ୍ଜୟ ଯାଦବ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଏହି ଘଟଣା ଯୋଗୁଁ ବାରାଣାସୀ-ସୁଲତାନପୁର ରେଳ ମାର୍ଗ ଅବରୋଧ ହୋଇ ଯାଇଛି। ମହାମନା ଏକ୍ସପ୍ରେସ, ସୁଲତାନପୁର ଜୈନପୁର ବାରାଣାସୀ ପାସେଞ୍ଜରକୁ ଅଧାବାଟରେ ଅଟକ ରଖାଯାଇଛି।

ପିଡବ୍ଲ୍ୟୁଡି ଜୈନପୁର ବ୍ରିଜେଶ ଯାଦବ କହିଛନ୍ତି ଯେ ସୁଲତାନପୁରରୁ ମୁଗଲସରାଇ ଅଭିମୁଖେ ଯାଉଥିବା ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣା ଯୋଗୁଁ ବାରାଣାସୀ-ଲକ୍ଷ୍ନୌ- ଭାୟା ଜାଫରବାଦ ରେଳ ଲାଇନରେ ଟ୍ରେନ ଚଳାଚଳ ବନ୍ଦ ହୋଇଯାଇଛି।

ଏହି ଘଟଣାର ସୂଚନା ଉତ୍ତର ରେଳବାଇର ଲକ୍ଷ୍ନୌ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ଦିଆଯାଇଛି। ସ୍ଥାନୀୟ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri