୨୧ ସୁଦ୍ଧା ଡେଟ୍‌ ସିଲିଂ ଡିଲ୍‌

ଓ୍ବାଶିଂଟନ୍‌,୧୮ା୫: ଆମେରିକାରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ସରକାର ଓ ବିରୋଧୀଙ୍କ ମଧ୍ୟରେ ସିଲିଂ ଡିଲ୍‌ ଚୂଡ଼ାନ୍ତ ନ ହେଲେ ଦେଶ ଦେବାଳିଆ ଅବସ୍ଥାକୁ ଚାଲିଯିବ। ଫଳରେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ମଧ୍ୟ ଅସମ୍ଭବ ହୋଇଯିବ। ଏଥିଯୋଗୁ ୭୦ ଲକ୍ଷ କର୍ମଚାରୀଙ୍କ ଚାକିରି ହରାଇବା ଆଶଙ୍କା ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସାରା ବିଶ୍ୱରେ ମାନ୍ଦାବସ୍ଥା ଦେଖାଦେଇପାରେ। ସମସ୍ୟା ଏତେ ଜଟିଳ ଯେ, ରାଷ୍ଟ୍ରପତି ଜୋ ବାଇଡେନ୍‌ କ୍ୱାଡ୍‌ ସମ୍ମିଳନୀରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ କଂଗ୍ରେସନାଲ ରିପବ୍ଲିକାନ୍‌ କେଭିନ୍‌ ମ୍ୟାକ୍‌କାର୍ଥି ବୁଧବାର କହିଛନ୍ତି, ଦେଶ ପାଇଁ ଆସନ୍ନ ଆର୍ଥିକ ଦୁର୍ଗତିକୁ ଏଡ଼ାଇବା ପାଇଁ ସଂଘୀୟ ସରକାରଙ୍କ ୩୧.୪ ଟ୍ରିଲିୟନ୍‌ ଡଲାର ଡେଟ୍‌ ସିଲିଂର ସୀମା ବୃଦ୍ଧି ନେଇ ୨୧ ତାରିଖ ସୁଦ୍ଧା ସେମାନେ ଏକ ଡିଲ୍‌ କରିବାକୁ ଯାଉଛନ୍ତି। ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ଏବଂ ପ୍ରତିନିଧି ସଭା ବାଚସ୍ପତିଙ୍କ ମଧ୍ୟରେ ମାସେ ଧରି ମୁହଁାମୁହିଁ ସ୍ଥିତି ଲାଗିରହିବା ପରେ ଉଭୟେ ପ୍ରତ୍ୟକ୍ଷ ଭାବେ ଏକ ଡିଲ୍‌ ପାଇଁ ଆଲୋଚନା କରିବାକୁ ମଙ୍ଗଳବାର ରାଜି ହୋଇଥିଲେ। ସରକାରୀ ରାଜକୋଷ ଖାଲି ହେବାକୁ ବସିଥିବାବେଳେ କଂଗ୍ରେସର ଉଭୟ ସଦନରେ ଜୁନ୍‌ ୧ ଡେଡ୍‌ଲାଇନ୍‌ ପୂର୍ବରୁ ଯଥାଶୀଘ୍ର ସମ୍ଭବ ଏକ ଚୁକ୍ତିନାମା ଉପରେ ସହମତି ପ୍ରକାଶ କରି ତାକୁ ଗୃହୀତ କରାଇବାକୁ ପଡ଼ିବ। କିଛି ବିକଳ୍ପ ନ ଥିବାରୁ ଆମେ ଏକାଠି ହେବାକୁ ଯାଉଛୁ ବୋଲି ହ୍ବାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ବାଇଡେନ୍‌ ଖବରଦାତାମାନଙ୍କୁ କହିଛନ୍ତି। ଅର୍ଥାତ୍‌ ବଜେଟର ରୂପରେଖ ନେଇ ଆଲୋଚନା ଏବଂ ଡେଟ୍‌ ସିଲିଂ ଉପରେ କଂଗ୍ରେସର ନେତାମାନେ ସହମତି ପ୍ରକାଶ କରିଛନ୍ତି। ଆମେ ଡିଫଲ୍ଟ (ଖିଲାପ) କରିବୁ ନାହିଁ। ଏଥିରେ ସମସ୍ତ ନେତା ଏକମତ ବୋଲି ବାଇଡେନ୍‌ ସ୍ପଷ୍ଟ କରିଛନ୍ତି।
୨୨୨-୨୧୩ ସଂଖ୍ୟାଗରିଷ୍ଠତା ସହ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସକୁ ନିୟନ୍ତ୍ରଣ କରୁଥିବା ରିପବ୍ଲିକାନ୍‌ମାନେ ଶାସକ ଡେମୋକ୍ରାଟ୍‌ମାନଙ୍କ ନିକଟରେ ଖର୍ଚ୍ଚକାଟ୍‌ ପରିବର୍ତ୍ତେ କଂଗ୍ରେସ ନିଜେ ଧାର୍ଯ୍ୟ କରିଥିବା ଡେଟ୍‌ ଲିମିଟ୍‌କୁ ବୃଦ୍ଧି କରିବା ନେଇ ଅନେକ ମାସ ଧରି ଦାବି କରିଆସୁଛନ୍ତି। ସରକାର ଟିକସ ବାବଦକୁ ନେଉଥିବା ଅର୍ଥର ପରିମାଣଠାରୁ ଅଧିକ ଖର୍ଚ୍ଚ କରୁଥିବାରୁ ଉକ୍ତ ସୀମାକୁ ନିୟମିତ ଭାବେ ବୃଦ୍ଧି କରାଯିବା ଆବଶ୍ୟକ। କ୍ୟାପିଟୋଲରେ ଏନେଇ ଖବରଦାତାମାନେ ପ୍ରଶ୍ନ କରିବାରୁ ମ୍ୟାକ୍‌କାର୍ଥି କହିଥିଲେ, ବାଇଡେନ୍‌ ଏସିଆ ଗସ୍ତରୁ ଫେରିବା ପରେ ଡେଟ୍‌ ସିଲିଂ ଡିଲ୍‌ ହୋଇପାରିବ। ଏଥିପାଇଁ ଆମ ହାତରେ ଖୁବ୍‌ କମ୍‌ ସମୟ ରହିଛି।
ହିରୋଶିମାରେ ମେ’ ୧୯ରୁ ୨୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଶ୍ୱନେତାଙ୍କ ଜି ୭ ସମ୍ମିଳନୀରେ ଯୋଗଦେବା ପାଇଁ ବାଇଡେନ୍‌ ବୁଧବାର ଜାପାନ ଗସ୍ତ କରିଛନ୍ତି। ସେଠାକୁ ଯିବା ପୂର୍ବରୁ ବାଇଡେନ୍‌ କହିଥିଲେ, ସେ ବୈଠକରେ ଥିବାବେଳେ ବରିଷ୍ଠ ଆଇନପ୍ରଣେତାମାନଙ୍କ ସହ ଫୋନ୍‌ କଥା ହେବେ ଏବଂ ଫେରିବା ପରେ ସେମାନଙ୍କୁ ସାକ୍ଷାତ କରିବେ।
ବାଇଡେ୍‌ନ୍‌ ଓ ମ୍ୟାକ୍‌କାର୍ଥି ମଙ୍ଗଳବାର ହ୍ବାଇଟ୍‌ ହାଉସ୍‌ରେ ସିନେଟ୍‌ ମେଜରିଟି ଲିଡର ଚୁଙ୍କ୍‌ ସ୍କୁମେର, ସିନେଟ୍‌ ରିପବ୍ଲିକାନ୍‌ ଲିଡର ମିଚ୍‌ ମ୍ୟାକ୍‌କୋନେଲ ଏବଂ ହାଉସ୍‌ ଡେମୋକ୍ରାଟିକ୍‌ ଲିଡର ହାକିମ୍‌ ଜେଫ୍ରିଜ୍‌ଙ୍କ ସହ ପ୍ରାୟ ଘଣ୍ଟାଏ ସମୟ ଧରି ଆଲୋଚନା କରିଥିଲେ। ଏହି ଆଲୋଚନା ଫାଇନାନ୍ସିଆଲ ମାର୍କେଟରେ ଉତ୍ସାହିତ ଭରିଦେଇଛି। ବୁଧବାର ଆମେରିକାର ଷ୍ଟକ୍ସ ଉପରମୁହଁା ହୋଇଛି। ଡାଓ ଜୋନ୍ସ ୪୦୦ ପଏଣ୍ଟ ଉପରକୁ ଉଠିଥିବାବେଳେ ନେସ୍‌ଡେକ୍‌ ୧୬୦ ଏବଂ ଏସ୍‌ଆଣ୍ଡପି-୫୦୦ରେ ପ୍ରାୟ ୫୦ ପଏଣ୍ଟ ବୃଦ୍ଧି ଦେଖିବାକୁ ମିଳିଛି।

ଜୁନ୍‌ ୧ ଡେଡ୍‌ଲାଇନ୍‌

ୟୁଏସ୍‌ ଟ୍ରେଜେରି କହିଛି, ଜୁନ୍‌ ୧ ସୁଦ୍ଧା ସରକାରୀ ବିଲ୍‌ ପଇଠ କରିବା ପାଇଁ ପାଣ୍ଠି ଶେଷ ହୋଇଯାଇଛି। ଷ୍ଟାଫ୍‌ଙ୍କୁ ଦରମା ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପେନ୍‌ସନ ଦେବା ପାଇଁ ପାଣ୍ଠି ଶେଷ ହେବା ଅବସ୍ଥାକୁ ଚାଲିଆସିଛି। ଏହାକୁ ଦେଖି ଅର୍ଥନୀତିଜ୍ଞମାନେ ମାନ୍ଦାବସ୍ଥା ମାଡ଼ିଆସିବା ଆଶଙ୍କା କରିଛନ୍ତି। ତେଣୁ ବାଇଡେନ୍‌ ରବିବାର ହିରୋଶିମାରୁ ଓ୍ବାଶିଂଟନ୍‌ ଫେରିବା ପୂର୍ବରୁ ଏକ ସହମତିରେ ପହଞ୍ଚତ୍ବା ଲାଗି ମଧ୍ୟସ୍ଥମାନେ ଉଦ୍ୟମ ଆରମ୍ଭ ଚଳାଇଛନ୍ତି। ହାଉସ୍‌ ସ୍ପିକର ମ୍ୟାକ୍‌କାର୍ଥି କହିଛନ୍ତି, ଡିଲ୍‌କୁ ଡେମୋକ୍ରାଟ୍‌ମାନଙ୍କ ୫୧-୪୯ ମାର୍ଜିନ୍‌ ନିୟନ୍ତ୍ରଣରେ ଥିବା ସିନେଟ୍‌କୁ ଅନୁମୋଦନ ପାଇଁ ପଠାଇବା ପୂର୍ବରୁ ହାଉସ୍‌ରେ ପ୍ରଥମେ ଭୋଟ କରାଯିବ। ସିନେଟ୍‌ରେ ସହମତି ପାଇଁ ଡିଲ୍‌କୁ ଅନୂ୍ୟନ ୯ ରିପବ୍ଲିକାନ୍‌ଙ୍କ ସମର୍ଥନ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?