ଭାରତରେ ୨୦୨୧ ପଞ୍ଚମ ଉତ୍ତପ୍ତ ବର୍ଷ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ବେଳକୁ ବେଳ ମହାବିପଦର ସଙ୍କେତ ଦେଲାଣି। ଜଙ୍ଗଲ ପୋଡ଼ିଠାରୁ ଆରମ୍ଭ କରି ଶିଳ୍ପ, ଜନବସତି, ଦ୍ରୁତ ସହରୀକରଣ ଓ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରତ୍ୟେକ ବର୍ଷ ହଜାର ହଜାର ହେକ୍ଟର ଘଞ୍ଚ ଜଙ୍ଗଲକୁ ନଷ୍ଟ କରାଯାଉଛି, ଯାହାକି ପରିବେଶ ଓ ମାନବଜାତି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହାର ପ୍ରଭାବ ଗତ କିଛିବର୍ଷ ହେବ ଦେଖିବାକୁ ମିଳିଲାଣି। କ୍ରମାଗତ ଭାବେ ବିଶ୍ୱତାପନ ବଢ଼ିବାରେ ଲାଗିଛି। ଉଭୟ ଜଳ ଓ ସ୍ଥଳଭାଗର ତାପମାତ୍ରା ବଢ଼ିଚାଲିଛି। ଏଭଳିସ୍ଥଳେ ଭାରତରେ ୧୨୧ ବର୍ଷ ମଧ୍ୟରେ ୨୦୨୧ ପଞ୍ଚମ ଉତ୍ତପ୍ତ ବର୍ଷ ଭାବେ ଉଭା ହୋଇଛି। ଭାରତୀୟ ପାଣିପାଗ ସଂସ୍ଥା(ଆଇଏମ୍‌ଡି) ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି। ପୂର୍ବରୁ ଦେଶରେ ୨୦୦୯, ୨୦୧୦, ୨୦୧୬ ଏବଂ ୨୦୧୭ ଉତ୍ତପ୍ତ ବର୍ଷ ଭାବେ ଗଣାଯାଇଥିଲା। ଲଗାତର ଉତ୍ତପ୍ତ ବର୍ଷ ଦେଶ ପାଇଁ ସତର୍କଘଣ୍ଟି ବଜାଇଲାଣି।

ସାରା ବିଶ୍ୱ କଥା ଦେଖିଲେ, ୨୦୨୧କୁ ସପ୍ତମ ଉତ୍ତପ୍ତ ବର୍ଷ ଭାବେ ରେକର୍ଡ ହୋଇଛି। ଏହି ବର୍ଷ ଉଭୟ ଜଳ ଓ ସ୍ଥଳ ଭାଗର ତାପମାତ୍ରା ୧.୦୪ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇଛି। ୧୯୮୦ ପ୍ରାକ୍‌ ଶିଳ୍ପ ସମୟ ପରଠାରୁ ଏହି ତାପମାତ୍ରା ବୃଦ୍ଧି ହୋଇଛି। ଜାତିସଂଘ ସଂସ୍ଥା ବିଶ୍ୱ ଜଳବାୟୁ ସଂଗଠନ(ଡବ୍ଲ୍ୟୁଏମ୍‌ଓ) ଦ୍ୱାରା କରାଯାଇଥିବା ରେକର୍ଡରୁ ଏଭଳି ତଥ୍ୟ ପଦାକୁ ଆସିଛି। ଏହା ପୂର୍ବରୁ ୨୦୧୮ ଷଷ୍ଠ ଏବଂ ୨୦୧୬ ପଞ୍ଚମ ଉତ୍ତପ୍ତ ବର୍ଷ ହୋଇଥିଲା। ଯଦିଓ ୨୦୨୦ ସେପ୍ଟେମ୍ବରରେ ପ୍ରଶାନ୍ତ ମହାସାଗରରେ ଲା-ନିନା ସୃଷ୍ଟି ହୋଇଥିଲା ତେବେ ଏହା ବିଶ୍ୱତାପନକୁ ଥଣ୍ଡା କରିବାରେ ସମର୍ଥ ହୋଇପାରି ନ ଥିଲା। ୨୦୨୧ରେ ଉତ୍ତର ମେରୁ ଅଞ୍ଚଳର ତାପମାତ୍ରା ୧.୦୯ ଡିଗ୍ରୀ ସେଲ୍‌ସିୟସ ବଢ଼ି ଯାଇଥିଲା, ଯାହାକି ଗତ ୧୪୨ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ବିଶେଷ କରି ବିଶ୍ୱର ଉତ୍ତର ଆଫ୍ରିକା, ଦକ୍ଷିଣ ଆମେରିକାର ଦକ୍ଷିଣ ଭାଗ ଏବଂ ଦକ୍ଷିଣ ଏସିଆର ସ୍ଥଳଭାଗର ତାପମାତ୍ରା ସର୍ବାଧିକ ଥିବା ରେକର୍ଡ କରାଯାଇଛି। ସେହିପରି ଗତ ୭ ବର୍ଷ (୨୦୧୫ରୁ ୨୦୨୧) ହେବ ଲଗାତର ସମୁଦ୍ର ଜଳର ଉପରିଭାଗ ଉତ୍ତପ୍ତ ହୋଇ ରହୁଛି।

ଓଡ଼ିଶାରେ ମଧ୍ୟ ଜଳବାୟୁ ପରିବର୍ତ୍ତନର ସୂଚନା ଦେଖିବାକୁ ମିଳିଲାଣି। ଅତ୍ୟଧିକ ବର୍ଷା, ତାପମାତ୍ରା ବୃଦ୍ଧି ଭଳି ଜଳବାୟୁ ପରିବର୍ତ୍ତନ ଚାଷ କାର୍ଯ୍ୟକୁ ପ୍ରଭାବିତ କଲାଣି। ୨୦୨୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅନିୟମିତତା ଯୋଗୁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଚଳିତ ମୌସୁମୀ ସମୟରେ ଅଗଷ୍ଟ ମାସରେ ୫୦ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ସେପ୍ଟେମ୍ବରରେ ୪୦ ପ୍ରତିଶତ ଅଧିକ ବର୍ଷା ହୋଇଥିଲା, ଯାହାକି ଚାଷ କାର୍ଯ୍ୟକୁ ପ୍ରଭାବିତ କରିଥିଲା। ସହରୀକରଣ, ଶିଳ୍ପାୟନ, ଜନସଂଖ୍ୟା ବୃଦ୍ଧି ଯୋଗୁ ରାଜ୍ୟରେ ବହୁ ପରିମାଣ ଗଛ କାଟିବାକୁ ପଡୁଛି। ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରକଳ୍ପ ସକାଶେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବା କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ବିଭିନ୍ନ ପ୍ରକଳ୍ପ ପାଇଁ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ୫୭ ହଜାର ୪୧୦ ହେକ୍ଟର ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କିସମରେ ପରିଣତ କରାଯାଇଛି। ଅନ୍ୟପକ୍ଷରେ ୨୦୨୧ ଦେଶର ଜଙ୍ଗଲଗୁଡ଼ିକ ପାଇଁ ଅଭିଶାପର ବର୍ଷ ପାଲଟିଥିଲା। ୨୦୨୦ ନଭେମ୍ବରରୁ ୨୦୨୧ ଜୁନ୍‌ ମଧ୍ୟରେ ୩,୪୫,୯୮୯ଟି ବନାଗ୍ନି ଘଟଣା ଘଟିଥିଲା, ଯାହାକି ପୂର୍ବ ବର୍ଷ ତୁଳନାରେ ୩ଗୁଣରୁ ଊର୍ଦ୍ଧ୍ୱ ଥିଲା। ତେବେ ଏହି ବନାଗ୍ନି ଘଟଣା ଓଡ଼ିଶାରେ ସର୍ବାଧିକ ଘଟିଥିଲା। ଉକ୍ତ ଅବଧି ମଧ୍ୟରେ ରାଜ୍ୟରେ ୫୧,୯୬୮ଟି ଜଙ୍ଗଲ ନିଅଁା ଘଟଣା ଘଟିଥିଲା, ଯାହାକି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୫ ଗୁଣ ଅଧିକ ଥିଲା।
ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱରେ ତାପମାତ୍ରା ବଢୁଛି। ଏହାର ପ୍ରଭାବ ରାଜ୍ୟରେ ମଧ୍ୟ ଅନୁଭୂତ ହେବ। ଗତ ବର୍ଷ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ହୋଇଛି, ତାହା ପୁଣେସ୍ଥିତ ଭାରତୀୟ ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଗଲେ ଜାଣି ହେବ। ଆମ ପାଖରେ ସେମିତି କିଛି ଡାଟା ନାହିଁ। ତେବେ ଜଳବାୟୁ ପରିବର୍ତ୍ତନ ଓଡ଼ିଶା ଉପରେ ପଡ଼ିବ। ବିଶେଷ କରି ଚାଷକାର୍ଯ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇ ଯୋଜନା ପ୍ରସ୍ତୁତ କରିବାକୁ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?