Posted inଖେଳ

୨୦୨୧ ଆଇପିଏଲ୍‌ : ଟାଇଟଲ ପ୍ରାୟୋଜକ ଭାବେ ଭିଭୋର ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ, ୨୦।୨(ପି.ଟି.): ଚାଇନା ମୋବାଇଲ ଉତ୍ପାଦନକାରୀ କମ୍ପାନୀ ଭିଭୋ ଆଗାମୀ ୨୦୨୧ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଟାଇଟଲ ପ୍ରାୟୋଜକ ରହିବ ବୋଲି ଘୋଷଣା କରାଯାଇଛି। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶୁକ୍ରବାର ସ୍ପଷ୍ଟ କରିଛି। ଏଥିସହିତ ଭିଭୋ ତା’ର ପୁରୁଣା ଭୂମିକାକୁ ପ୍ରତ୍ୟାବର୍ତ୍ତନ କରିବା ନିଶ୍ଚିତ ହୋଇଛି।
ଅନ୍ୟ ବଡ଼ ବଡ଼ କମ୍ପାନୀକୁ ପ୍ରାୟୋଜନ ଅଧିକାର ଟ୍ରାନ୍ସଫର କରିବା ନେଇ ପ୍ରୟାସ କରାଯାଇଥିଲେ ମଧ୍ୟ ଏଥିରେ ସଫଳତା ମିଳିପାରି ନାହିଁ। ଏ ନେଇ ମିଳିଥିବା ପ୍ରସ୍ତାବ ଆଶାନୁରୂପ ହୋଇପାରି ନ ଥିବାରୁ ଭିଭୋକୁ ପୁଣି ଥରେ ଏହି ଅଧିକାର ପ୍ରଦାନ କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ପୂର୍ବରୁ ବର୍ଷକୁ ୪୪୦ କୋଟି ଟଙ୍କା ବିନିମୟରେ ଭିଭୋ ଆଇପିଏଲ୍‌ ପ୍ରାୟୋଜକ ରହିଥିଲା ଓ ବିସିସିଆଇ ସହିତ ୫ ବର୍ଷୀୟା ଚୁକ୍ତି କରିଥିଲା। ତେବେ ଲଦାଖରେ ଭାରତ ଓ ଚାଇନା ମଧ୍ୟରେ ଦେଖାଦେଇଥିବା ସୀମା ବିବାଦ ଓ ଏ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ସଂଘର୍ଷ କାରଣରୁ ଭିଭୋର ଏହି ପ୍ରାୟୋଜନ ଚୁକ୍ତିକୁ ୨୦୨୦ରେ ସାମୟିକ ଭାବେ ବାତିଲ କରାଯାଇଥିଲା। ତେବେ ପ୍ରାୟୋଜନ ଅଧିକାର ହାସଲ କରିବାକୁ ଡ୍ରିମ୍‌ ୧୧ ଓ ଅନ୍‌ଏକାଡେମୀ ତରଫରୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଭିଭୋ ଭଳି ଏହା ଆଶାନୁରୂପ ହୋଇପାରି ନ ଥିଲା। ଆସନ୍ତାବର୍ଷ ଏହି କମ୍ପାନୀଗୁଡିକ ଏ ନେଇ ପ୍ରୟାସ କରିବେ। ଫଳରେ ଶେଷରେ ଭିଭୋକୁ ପୁଣି ଥରେ ଏହି ଗୁରୁଦାୟିତ୍ୱ ବହନ କରିବାକୁ ହେବ ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ।
ଉଲ୍ଲେଖଥାଉ କି ଡ୍ରିମ୍‌ ୧୧ ଆଇପିଏଲ୍‌ର ୨୦୨୦ ସଂସ୍କରଣରେ ଟାଇଟଲ ସ୍ପୋନ୍ସର ଥିଲା। ୨୨୨ କୋଟି ଟଙ୍କା ବିନିମୟରେ ଡ୍ରିମ୍‌ ୧୧ ଏହି ଅଧିକାର ହାସଲ କରିଥିଲା। ବର୍ଷକୁ ଭିଭୋ ଦେଉଥିବା ଅର୍ଥର ଏହା ଅଧା ଥିଲା। ପୂର୍ବରୁ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଭିଭୋ ଆଇପିଏଲ୍‌ ପ୍ରାୟୋଜକ ଥିଲା। ଏଥିପାଇଁ ଭିଭୋକୁ ୨୧୯୦ କୋଟି ଟଙ୍କା ପୈଠ କରିବାକୁ ହୋଇଥାନ୍ତା। ତେବେ ଲଦାଖରେ ଭାରତ ଓ ଚାଇନା ସଂଘର୍ଷ ହୋଇଥିଲା ଓ ଏଥିରେ ୨୦ଜଣ ଭାରତୀୟ ସୈନିକ ପ୍ରାଣ ହରାଇଥିଲେ। ଏହାପରେ ସାରା ଦେଶରେ ଚାଇନା ବିରୋଧରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଫଳରେ ଚାଇନା କମ୍ପାନୀଗୁଡିକର ଜିନିଷକୁ ବର୍ଜନ କରିବାକୁ ଦାବି ଜୋର ଧରିଥିଲା। ଫଳରେ ଭିଭୋ ଓ ବିସିସିଆଇ ୨୦୨୦ ସେସନ ପାଇଁ ଚୁକ୍ତି ବାତିଲ କରିବାକୁ ସହମତିରେ ନିଷ୍ପତ୍ତି ନେଇଥିଲେ। ଭିଭୋ ବର୍ଷକୁ ଦେଉଥିବା ଅର୍ଥର ଅଧା ଆଇପିଏଲ ଫ୍ରାଞ୍ଚାଇଜଗୁଡିକ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆଯାଇଥିଲା। ଫଳରେ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ୨୭.୫ କୋଟି ଟଙ୍କା ଲେଖାଏ ପାଇଥିଲେ। କୋଭିଡ୍‌-୧୯ କାରଣରୁ ଆଇପିଏଲ୍‌ ୟୁନାଇଟେଡ ଆରବ ଏମିରେଟ୍ସରେ ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?