Posted inଖେଳ

ସ୍ବାମୀଙ୍କ ପରେ ଦେଶକୁ ଚାମ୍ପିଅନ୍‌ କଲେ ସ୍ତ୍ରୀ

ଖ୍ରୀଷ୍ଟଚର୍ଚ୍ଚ,୩।୪: ମହିଳା ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ୭ମଥର ପାଇଁ ଟାଇଟେଲ୍‌ ଜିତିଛି। ବିଜୟ ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଅଷ୍ଟ୍ରେଲୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଆଲିସା ହେଲିଙ୍କୁ ଟୁର୍ନାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି ଭାବରେ ଚୟନ କରିଛି। ହେଲିଙ୍କ ସ୍ବାମୀ ତଥା କ୍ରିକେଟର ମିଚେଲ ଷ୍ଟାର୍କ ମଧ୍ୟ ୨୦୧୫ ଦିନିକିଆ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ପ୍ଲେୟାର ଅଫ ଦି ଟୁର୍ନାମେଣ୍ଟରେ ସମ୍ମାନିତ ହୋଇଥିଲେ। ମହିଳା ଦିନିକିଆ ବିଶ୍ୱକପ୍‌ ଫାଇନାଲ ମଧ୍ୟ ସ୍ତ୍ରୀଙ୍କୁ ଚିୟର୍‌ କରିବା ପାଇଁ ଷ୍ଟାର୍କ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଫାଇନାଲରେ ଆଲିସା ୧୭୦ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହିପରି, ସେ ମହିଳା ଏବଂ ପୁରୁଷ ବିଶ୍ୱକପରେ ୧୫୦ କିମ୍ବା ଅଧିକ ରନ ସ୍କୋର କରିବାରେ ପ୍ରଥମ ଖେଳାଳି ହୋଇଥିଲେ।
ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଏହି ଟୁର୍ନାମେଣ୍ଟରେ ହେଲି ସର୍ବାଧିକ ୫୦୯ ରନ ସ୍କୋର କରିଥିଲେ। ସେ ସେମିଫାଇନାଲ ଏବଂ ଫାଇନାଲରେ ଶତକ ହାସଲ କରିଥିଲେ। ସେ ଏହା କରିବାରେ ପ୍ରଥମ ଖେଳାଳି ହୋଇଥିଲେ। ୩୨ ବର୍ଷୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ହେଲି ୯ଟି ମ୍ୟାଚରେ ହାରାହାରି ୫୬.୫୫ରେ ୫୦୯ ରନ ସଂଗ୍ରହ କରିଛନ୍ତି। ୨ ଶତକ ଏବଂ ୨ ଅର୍ଦ୍ଧ ଶତକ ସ୍କୋର କରିଥିଲେ। ଏହା ବ୍ୟତୀତ ଉଇକେଟ କିପର ଭାବରେ ଚାରିଟି କ୍ୟାଚ ନେଇଥିଲେ ଏବଂ ଚାରିଟି ଷ୍ଟମ୍ପିଂ ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

ମୋହନା,୧୨।୮( ମନ୍ମଥ ମିଶ୍ର ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri