Posted inଖେଳ

କ୍ରିକେଟକୁ ଅଲବିଦା କହିଲେ ୨୦୧୧ ବିଶ୍ୱକପ୍‌ ହିରୋ

କଲମ୍ବୋ, ୨୩।୨ : ୨୦୧୧ ବିଶ୍ୱକପ୍‌ ହିରୋ ତଥା ଶ୍ରୀଲଙ୍କା ଦଳର ଭେଟେରାନ ଓପନର ଉପୁଲ ଥରଙ୍ଗା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୧୫ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟରରେ ସେ ଶ୍ରୀଲଙ୍କା ଦଳର ଅଧିନାୟକ ହେବାର ସମ୍ମାନ ମଧ୍ୟ ପାଇଥିଲେ। ଅନ୍ତିମ ଥର ୨୦୧୯ରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ୩୬ ବର୍ଷୀୟ ଥରଙ୍ଗା। ” ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଲାଗି ନିଷ୍ପତ୍ତି ନେଇସାରିଛି “ ବୋଲି ଥରଙ୍ଗା ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି।

ଉଲ୍ଲେଖଥାଉ କି, ଭାରତରେ ଖେଳାଯାଇଥିବା ୨୦୧୧ ଆଇସିସି ବିଶ୍ୱକପ୍‌ରେ ଥରଙ୍ଗା ଶ୍ରୀଲଙ୍କା ପାଇଁ ତିଲକରତ୍ନେ ଦିଲଶାନଙ୍କ ପରେ ସର୍ବାଧିକ ରନ୍‌ ସ୍କୋରର ଥିଲେ। ଆଉ ପୂରା ଟୁର୍ନାମେଣ୍ଟରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ଥିଲେ ଥରଙ୍ଗା। ୨୦୦୫ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଏହି ବାମହାତୀ ବ୍ୟାଟ୍ସମ୍ୟାନ ୩୧ ଟେଷ୍ଟରୁ ୩ ଶତକ ଓ ୮ ଅର୍ଦ୍ଧଶତକ ସହ କରିଥିଲେ ୧୭୫୪ ରନ୍‌। ତେବେ ଦିନିକିଆ ଫର୍ମାଟରେ ତାଙ୍କୁ ମିଳିଥିଲା ସର୍ବାଧିକ ସଫଳତା। ୨୩୫ ମ୍ୟାଚ୍‌ରେ ୬,୯୫୧ ରନ୍‌ ସ୍କୋର କରିଥିଲେ ଥରଙ୍ଗା। ଏଥିରେ ସାମିଲ ଥିଲା ୧୫ ଶତକ ଓ ୩୭ ଅର୍ଦ୍ଧଶତକ। ୨୬ଟି ଟି୨୦ ମ୍ୟାଚ୍‌ ଖେଳି ସଂଗ୍ରହ କରିଥିଲେ ୪୦୭ ରନ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ବତନ୍ତ୍ର ରେକର୍ଡ ଅଧିକାରୀ ପୋଲାର୍ଡ

ପାଲିକେଲ,୫ା୩- ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ...

ସାତ ବର୍ଷ ପରେ ନ୍ୟୁ ସାଉଥ ଓ୍ବେଲ୍ସକୁ ଫେରିଲେ ଜାମ୍ପା

ମେଲବୋର୍ନ, ୧୪ା୬ (ପି.ଟି.)-ଆସନ୍ତା ସିଜନ ପାଇଁ ଅଷ୍ଟ୍ରେଲୀୟ ସ୍ପିନର ଆଡାମ ଜାମ୍ପା ନ୍ୟୁ ସାଉଥ୍‌ ଓ୍ବେଲ୍ସ ସହ ଏକ ଚୁକ୍ତି କରିଛନ୍ତି। ଫଳରେ ଦୀର୍ଘ ୭...

କୋହଲିଙ୍କୁ ଡରୁଥିଲେ ଅଷ୍ଟ୍ରେଲିଆ ଖେଳାଳି: କ୍ଲାର୍କ

ମେଲବୋର୍ନ, ୮।୪(ପି.ଟି.)-ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମ୍ପର୍କରେ ଏକ ଟିପ୍ପଣୀ ଦେଇ ହଇଚଇ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲୀୟ କ୍ରିକେଟରମାନେ...

ଆଇପିଏଲ୍‌ରେ ବିଫଳ ହେଲେ ଧୋନୀଙ୍କ ଲାଗି ବନ୍ଦ ହୋଇଯିବ ପ୍ରତ୍ୟାବର୍ତ୍ତନର ଦ୍ୱାର

ନୂଆଦିଲ୍ଲୀ, ୨୪।୭: ହାଇପ୍ରୋଫାଇଲ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବା ନେଇ ସ୍ପଷ୍ଟ ହୋଇଯାଇଛି। ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ତାରିଖ...

କ୍ୱାର୍ଟର ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୩।୧୧, (କ୍ରୀଡ଼ା ପ୍ରତିନିଧି): ଜାପାନର ଟୋକିଓରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ପାରା ବ୍ୟାଡମିଣ୍ଟନ୍‌ ବିଶ୍ୱ ଚାମ୍ପିୟନଶିପ୍‌ର ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ...

ଥୋମାସ କପ୍‌ରେ ଇତିହାସ ରଚିଲା ଭାରତ ପୁରୁଷ ବ୍ୟାଡ୍‌ମିଣ୍ଟନ ଟିମ୍‌

ନୂଆଦିଲ୍ଲୀ,୧୩।୫: ଦୀର୍ଘ ୪୩ ବର୍ଷ ପରେ ‘ଥୋମାସ କପ୍‌’ରେ ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ଇତିହାସ ରଚିଛି। ଶକ୍ତିଶାଳୀ ମାଲେସିୟାକୁ ୩-୨ରେ ପରାସ୍ତ କରି ଭାରତୀୟ...

ରଣଜୀ ଟ୍ରଫି: ସୌରାଷ୍ଟ୍ରକୁ ପ୍ରଥମ ଟାଇଟଲ

ରାଜକୋଟ,୧୩।୩ (ପି.ଟି.): ଦେଶର ସର୍ବବୃହତ୍‌ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫିରେ ସୌରାଷ୍ଟ୍ର ନୂଆ ଚାମ୍ପିୟନ ଭାବେ ଉଭା ହୋଇଛି। ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ...

ଆଇସିସି ବିଶ୍ୱକପ: ବିଜୟ ସହ ଓ୍ବେଷ୍ଟଇଣ୍ଡିଜର ଅଭିଯାନ ଶେଷ

ଲିଡ୍ସ,୫।୭(ପି.ଟି.)- ଦୁଇଥର ବିଶ୍ୱକପ୍‌ ଟାଇଟଲ ଜିତିଥିବା ଓ୍ବେଷ୍ଟଇଣ୍ଡିଜ ଏକ ସାନ୍ତ୍ୱନାମୂଳକ ବିଜୟ ସହ ଏଥର ଅଭିଯାନ ଶେଷ କରିଛି। ଲିଡ୍ସର ହେଡିଂଲେ ଗ୍ରାଉଣ୍ଡରେ ଗୁରୁବାର ଖେଳଯାଇଥିବା...

Advertisement
Archives

Model This Week