Posted inଖେଳ

୨୦୧୧: ଆୟୋଜକ ଦେଶ ଭାବେ ଭାରତ ବିଜେତା

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ଦଶମ ସଂସ୍କରଣ ଭାରତରେ ଖେଳା ଯାଇଥିଲା। ବାଂଲାଦେଶ ଓ ଶ୍ରୀଲଙ୍କା ସହ ଭାରତ ଆୟୋଜକ ଦେଶ ରହିଥିବା ବେଳେ ଭାରତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଆରମ୍ଭରୁ ଭାରତ ଓ ପାକିସ୍ତାନରେ ଏହି ବିଶ୍ୱକପ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ୨୦୦୯ରେ ଶ୍ରୀଲଙ୍କା ଦଳ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କାରଣରୁ ପାକିସ୍ତାନର ଆୟୋଜକ କ୍ଷମତା ପ୍ରତ୍ୟାହାର କରିଥିଲା ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ। ପାକିସ୍ତାନରେ ହେବାକୁ ଥିବା ୧୪ ମ୍ୟାଚ୍‌ ମଧ୍ୟରୁ ୮ ଭାରତରେ ଖେଳା ଯାଇଥିବା ବେଳେ ୪ଟି ଶ୍ରୀଲଙ୍କାରେ ଓ ଦୁଇଟି ବାଂଲାଦେଶରେ ଖେଳା ଯାଇଥିଲା। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଖେଳୁଥିବା ବେଳେ ୨୮ ବର୍ଷ ପରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଟ୍ରଫି ଉଠାଇବାର ସୌଭାଗ୍ୟ ହାସଲ କରିଥିଲା। ଶେଷ ଥର ପାଇଁ କପିଳ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ଦିନିକିଆ ବିଶ୍ୱକପ ଟ୍ରଫି ହାତେଇବାରେ ସକ୍ଷମ ହୋଇଥିଲା। ଅନ୍ୟ ପକ୍ଷରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ଏହା ଶେଷ ବିଶ୍ୱକପ୍‌ ହୋଇଥିବା ବେଳେ ସେ କ୍ୟାରିୟରରେ ପ୍ରଥମ ଟ୍ରଫି ଉଠାଇବାର ସୌଭାଗ୍ୟ ହାସଲ କରିଥିଲେ। ସେହିପରି ଏହି ବିଶ୍ୱକପ୍‌ରେ ଭାରତର ଟ୍ରମ୍ପ କାର୍ଡ ରହିଥିଲେ ଯୁବରାଜ ସିଂ। ଉଭୟ ବ୍ୟାଟ ଓ ବଲ୍‌ରେ ଚମତ୍କାର ପ୍ରଦର୍ଶନ ସହିତ ସେ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ।
ଭାରତରେ ଖେଳାଯାଇଥିବା ଏହି ଟୁର୍ନାମେଣ୍ଟରେ ୧୪ ଦଳ ଅଂଶଗ୍ରହଣ କରିଥିଲେ। ଦୁଇଟି ଗ୍ରୁପ୍‌ର ଟପ୍‌-୪ ଦଳ ନକ୍‌ଆଉଟକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଭାରତ କ୍ୱାର୍ଟର ଫାଇନାଲରେ ୪ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ସେମିରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଦଳ ଫାଇନାଲରେ ପହଞ୍ଚିଥିଲା। ଶ୍ରୀଲଙ୍କା ବିପକ୍ଷ ଫାଇନାଲକୁ ଦଳ ୬ ଉଇକେଟରେ ଜିତି ନେଇଥିଲା। ପ୍ରଥମ ଥର ପାଇଁ ଦୁଇ ଏସୀୟ ରାଷ୍ଟ୍ର ଫାଇନାଲରେ ପ୍ରବେଶ କରିଥିବା ବେଳେ ୧୯୯୨ ପରେ ପ୍ରଥମ ଥର ଫାଇନାଲ ଖେଳି ନ ଥିଲା ଅଷ୍ଟ୍ରେଲିଆ। ଏହି ବିଶ୍ୱକପ୍‌ରେ ଯୁବରାଜ ସିଂଙ୍କୁ ବାଦ୍‌ ଦେଲେ ଅନେକ ଖେଳାଳି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଦୁଇ ଓପନର ବୀରେନ୍ଦ୍ର ସେହ୍ବାଗ ୩୮୦ ଓ ଗୌତମ ଗମ୍ଭୀର ୩୯୩ ରନ୍‌ ସ୍କୋର କରିଥିଲେ। ସେହ୍ବାଗ ଗୋଟିଏ ଲେଖାଏ ଶତକ ଓ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଗମ୍ଭୀର ୪ ଅର୍ଦ୍ଧଶତକ ହାସଲ କରିଥିଲେ। କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ୯ ମ୍ୟାଚ୍‌ରୁ ୨ଟି ଲେଖାଏ ଶତକ ଓ ଅର୍ଦ୍ଧଶତକ ସହିତ ୪୮୨ ରନ୍‌ ସ୍କୋର କରିଥିଲେ। ଯୁବରାଜ ସିଂ ୯ ମ୍ୟାଚ୍‌ରୁ ୧ ଶତକ ଓ ୪ ଅର୍ଦ୍ଧଶତକ ସହିତ ୩୬୨ ରନ୍‌ ସ୍କୋର କରିଥିବା ବେଳେ ବୋଲିଂରେ ନେଇଥିଲେ ୧୫ ଉଇକେଟ। ଯୁବରାଜ ବିଶ୍ୱକପ୍‌ ସମୟରେ କ୍ୟାନ୍ସରରେ ଆକ୍ରାନ୍ତ ଥିଲେ ମଧ୍ୟ ଯେଉଁଭଳି ପ୍ରଦର୍ଶନ କରିଥିଲେ ତାହା ସର୍ବଦା ସ୍ମରଣୀୟ ରହିବ। ଏହି ଟୁର୍ନାମେଣ୍ଟରେ ଯୁବରାଜଙ୍କ ବ୍ୟାଟିଂ ଆଭରେଜ ୯୦.୫୦ ରହିଥିଲା। ଫାଇନାଲ ମ୍ୟାଚରେ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ରହିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ୯୧ ରନ୍‌ ଓ ଗୌତମ ଗମ୍ଭୀରଙ୍କ ଲଢୁଆ ୯୭ ରନ୍‌ ଭାରତକୁ ଟାଇଟଲ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ବୋଲିଂରେ ଜାହିର ଖାନ୍‌ ୨୧ ଉଇକେଟ ନେଇ ଭାରତୀୟ ବୋଲିଂର ନେତୃତ୍ୱ ନେଇଥିଲେ। ଯୁବରାଜ ସିଂ ୧୫ ଓ ମୁନାଫ ପଟେଲ ୧୧ ଉଇକେଟ ସହିତ ତାଙ୍କୁ ସହାୟତା କରିଥିଲେ।
ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳା ଯାଇଥିବା ବେଳେ ଶ୍ରୀଲଙ୍କାକୁ ୬ ଉଇକେଟରେ ପରାସ୍ତ କରିଥିଲା ଭାରତ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଅଧିନାୟକ ମାହେଲା ଜୟବର୍ଦ୍ଧନେଙ୍କ ଶତକ ବଳରେ ୬ ଉଇକେଟ ହରାଇ ୨୭୪ ରନ୍‌ କରିଥିଲା। ଜବାବରେ ମହେନ୍ଦ୍ର ସିଂ ଧୋନୀଙ୍କ ଅପରାଜିତ ୯୧ ଓ ଗୌତମ ଗମ୍ଭୀରଙ୍କ ୯୭ ରନ୍‌ ବଳରେ ଭାରତ ୧୦ ବଲ୍‌ ବାକିଥାଇ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଛକା ମାରି ସମ୍ପୂର୍ଣ୍ଣ ଷ୍ଟାଇଲରେ ମ୍ୟାଚ ଶେଷ କରିଥିଲେ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଯୁବରାଜ ସିଂଙ୍କୁ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା। ତିଳକରତ୍ନେ ଦିଲସାନ୍‌ ୫୦୦ ରନ୍‌ ସହ ଟୁର୍ନାମେଣ୍ଟର ହାଇଏଷ୍ଟ ସ୍କୋରର ରହିଥିବା ବେଳେ ୨୧ ଉଇକେଟ ସହିତ ସର୍ବାଧିକ ଉଇକେଟ ହାସଲକାରୀଙ୍କ ମଧ୍ୟରେ ଯୁଗ୍ମ ପ୍ରଥମ ସ୍ଥାନରେ ଥିଲେ ଜାହିର ଖାନ୍‌ ଓ ଶାହିଦ ଆଫ୍ରିଦି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?