Posted inଜାତୀୟ

୨୦୦ କୋଟିର ଜିଏସ୍‌ଟି ଠକେଇ ମାମଲା: ୧୪ ସ୍ଥାନରେ ଚଢ଼ାଉ, ୩୩ ଗିରଫ

ଅହମଦାବାଦ, ୮।୧୦: ଅହମଦାବାଦ କ୍ରାଇମବ୍ରାଞ୍ଚ ପକ୍ଷରୁ ଜିଏସ୍‌ଟି ଠକେଇ ବିରୋଧରେ ବଡ଼ ଅଭିଯାନ ଆରମ୍ଭ ହୋଇଛି। ଅହମ୍ମଦାବାଦ, ଜୁନାଗଡ଼, ସୁରଟ, ଖେଡ଼ା, ଭାବନଗର ଆଦି ସମେତ ଗୁଜରାଟର ୧୪ସ୍ଥାନରେ ଏହି ଚଢ଼ାଉ ହୋଇଛି। ଚଢ଼ାଉ ପରେ ୧୨ଟି ନକଲି ସଂସ୍ଥା ସହ ଜଡ଼ିତ ୩୩ ଜଣଙ୍କୁ ଗିରଫ କରାଯାଇଛି। ଡିରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ଗୁଡସ୍‌ ଆଣ୍ଡ ସର୍ଭିସ୍‌ ଟାକ୍ସ (ଡିଜିଜିଆଇ)ର ଗୋଇନ୍ଦା ଆଧାରରେ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନରେ ନକଲି ଇନ୍‌ପୁଟ ଟାକ୍ସ କ୍ରେଡିଟ ଓ ନକଲି ଇନ୍‌ଭଏସ ସହ ଜଡ଼ିତ ୨୦୦ କୋଟି ଟଙ୍କା ଦୁର୍ନୀତିର ଖୁଲାସା ହୋଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମହେଶ ଲାଙ୍ଗା ନାମକ ଜଣେ ଖବରଦାତା ରହିଛନ୍ତି। ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ନକଲି ସଂସ୍ଥାଗୁଡ଼ିକୁ ପଞ୍ଜୀକୃତ କରି ଟାକ୍ସ କ୍ରେଡିଟ୍‌ ପାଉଥିବା ନେଇ ତାଙ୍କ ନାମରେ ଅଭିଯୋଗ ରହିଛି। ଗୋଟିଏ ଦିନ ପୂର୍ବରୁ ସେ ଜିଏସ୍‌ଟି ବ୍ୟବସ୍ଥାକୁ ସର୍ବସାଧାରଣରେ ସମାଲୋଚନା କରିଥିଲେ। ପଞ୍ଜୀକରଣ ସମ୍ବନ୍ଧୀୟ ସମସ୍ୟାକୁ ନେଇ ସେ ଟୁଇଟ୍‌ କରିବା ସହ ଭାରତରେ ବ୍ୟବସାୟ କରିବାର ସହଜତା ଉପରେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ। ତେଣୁ ତାଙ୍କର ଗିରଫଦାରି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଡିଜିଜିଆଇର ଜୋନାଲ ଡାଇରେକ୍ଟର ହିମାଂଶୁ ଜୋଶୀଙ୍କ ଦ୍ୱାରା ଅହମଦାବାଦ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରାଯିବା ପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା। ଧ୍ରୁବ୍‌ ଏଣ୍ଟରପ୍ରାଇଜେସ୍‌ ନାମକ ଏକ ନକଲି କମ୍ପାନୀ ଦେଶବ୍ୟାପୀ ୨୦୦ରୁ ଅଧିକ ନକଲି ଫାର୍ମ ସୃଷ୍ଟି କରି ଅନେକ କୋଟି ଟଙ୍କା ମୂଲ୍ୟର ନକଲି ବିଲ୍‌ ତିଆରି କରିଥିବା ନେଇ ଜୋଶୀ ଅଭିଯୋଗ କରିଥିଲେ। ଜିଏସ୍‌ଟି ନମ୍ବର ପାଇବା ପାଇଁ ଏକ ଜାଲ ଲିଜ୍‌ ଚୁକ୍ତି ଅହମଦାବାଦ ଜିଏସ୍‌ଟି ବିଭାଗରେ ଅନ୍‌ଲାଇନରେ ଦାଖଲ ହୋଇଥିବା ନେଇ ଅଭିଯୋଗ ହୋଇଥିଲା, ଯାହାକୁ ନେଇ ଏକ ବଡ଼ ଧରଣର ଆପରାଧିକ ଷଡ଼ଯନ୍ତ୍ର ରଚା ଯାଇଥିବା ଅନୁମାନ କରାଯାଉଛି।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୦୨୩ ମେ’ରୁ ୨୦୨୪ ମଧ୍ୟରେ ଏହି ଦୁର୍ନୀତିରେ କେବଳ ଗୁଜରାଟରୁ ମୋଟ ୫୦ ହଜାର କୋଟିରୁ ଅଧିକ ଜାଲିଆତି ବିଲ୍‌ ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି। ଏହି ମାମଲାରେ ଦାଖଲ ହୋଇଥିବା ଏଫ୍‌ଆଇଆର୍‌ରେ ଅନେକ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କୁ ସହଅଭିଯୁକ୍ତ ଭାବେ ତାଲିକାଭୁକ୍ତ କରାଯାଇଛି। ଠକେଇର ସମ୍ପୂର୍ଣ୍ଣ ପରିମାଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। କେନ୍ଦ୍ରୀୟ ଜିଏସ୍‌ଟି, ଇଓଡବ୍ଲ୍ୟୁ, ଏସ୍‌ଓଜି ଓ ବହୁ ଅନ୍ୟ ଏଜେନ୍ସି ଏହି ତଦନ୍ତରେ ସାମିଲ ହୋଇଛି। ତଦନ୍ତ ଆଗକୁ ବଢ଼ିବା ପରେ ଗିରଫ ସଂଖ୍ୟା ବଢ଼ିବ ବୋଲି ଅନୁମାନ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଶାହାଙ୍କ ବଡ଼ ଘୋଷଣା

ରାଞ୍ଚି,୩।୧୧: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାଜପାର ମନିଫେଷ୍ଟୋ ପ୍ରକାଶ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଭାଜପା...

ଚନ୍ଦ୍ରବାବୁ ନାଇଡୁ, ନୀତୀଶ କୁମାର ଫେରାଇ ନେବେ ମୋଦି ସରକାରରୁ ସମର୍ଥନ? ମୌଲାନାଙ୍କ ବଡ଼ କଥା

ନୂଆଦିଲ୍ଲୀ,୩।୧୧: ରବିବାର (୩ ନଭେମ୍ବର, ୨୦୨୪) ୱାକଫ ବୋର୍ଡ ସଂଶୋଧନ ଉପରେ ଜାମିଆତ-ଉଲେମା-ଇ-ହିନ୍ଦ ଅଧ୍ୟକ୍ଷକ ମୌଲାନା ଅର୍ଶଦ ମଦାନୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି...

ଭାଜପାର ବଡ଼ ଆକ୍ସନ, ଅଧ୍ୟକ୍ଷ ପଦରୁ ହଟିଲେ ରବୀନ୍ଦ୍ର

ଶ୍ରୀନଗର,୩।୧୧: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପରେ ଭାଜପା ବର୍ତ୍ତମାନ ସଂଗଠନରେ ପରିବର୍ତ୍ତନ ଆଣିବା ଆରମ୍ଭ କରିଛି। ଭାଜପା ସତ ଶର୍ମାଙ୍କୁ ଜମ୍ମୁ କଶ୍ମୀର ଭାଜପାର...

୧୦୦ ଥ୍ରେଟ୍‌ ଇମେଲ ପଠାଇଥିବା ବ୍ୟକ୍ତି ଖୋଲିଲେ ଏହାର ରାଜ୍‌, ଲେଖିଛନ୍ତି ଆତଙ୍କବାଦ ଉପରେ ପୁସ୍ତକ

ନୂଆଦିଲ୍ଲୀ,୩।୧୧: ଦେଶର ଏୟାରଲାଇନ୍ସ ଏବଂ ହୋଟେଲଗୁଡିକ ଗତ କିଛି ଦିନ ହେବ ବୋମା ଧମକ ପାଉଛନ୍ତି। ଏହି ମାମଲାରେ ନାଗପୁର ପୋଲିସ ୩୫ବର୍ଷ ବୟସ୍କ ଯୁବକଙ୍କୁ...

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ୧୦ ଦିନରେ ଇସ୍ତଫା ନ ଦେଲେ…

ଲକ୍ଷ୍ନୌ/ମୁମ୍ବାଇ,୩।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ସେଲ୍‌ ଏକ ଅଜଣା ନମ୍ବରରୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛି।...

ସନାତନ ଧର୍ମର ସୁରକ୍ଷା ପାଇଁ ପଓ୍ବନ କଲ୍ୟାଣ ଲଞ୍ଚ କଲେ ‘ନରସିଂହ ବାରାହି ବ୍ରିଗେଡ’

ଅମରାବତି,୩।୧୧: ଦକ୍ଷିଣର ଜଣାଶୁଣା ସୁପରଷ୍ଟାର ତଥା ଜନସେନା ପାର୍ଟି (ଜେଏସପି) ମୁଖ୍ୟ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ତାଙ୍କ ଦଳ ମଧ୍ୟରେ ନରସିଂହ ବାରାହି ବ୍ରିଗେଡ...

ଯୁବତୀଙ୍କ ସହ ଅଶ୍ଳୀଳ ଭିଡିଓ କଂଗ୍ରେସ ନେତାଙ୍କ ପାଇଁ ପଡିଲା ଭାରି, ଅଜୟ ରାୟ ନେଲେ ବଡ଼ ଆକ୍ସନ

ଲକ୍ଷ୍ନୌ,୩।୧୧: ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହିତ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ ଡକ୍ଟର ୟୁନୁସ ଚୌଧୁରୀଙ୍କୁ...

ପ୍ରଦୂଷଣଜନିତ ରୋଗରେ ଦିଲ୍ଲୀର ୬୯% ପରିବାର

ନୂଆଦିଲ୍ଲୀ, ୩।୧୧: ଦୀପାବଳି ଯୋଗୁ ଦିଲ୍ଲୀ-ଏନ୍‌ସିଆର୍‌ରେ ବାୟୁ ମାନ ହ୍ରାସ ପାଇଛି। ଫଳରେ ଲୋକଙ୍କ ଶ୍ୱାସକ୍ରିୟାଜନିତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଡିଜିଟାଲ ପ୍ଲାଟ୍‌ଫର୍ମ ଲୋକାଲ ସର୍କଲ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri