Posted inଜାତୀୟ

ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ୨୦୦ ଭିଭିଆଇପି

ଲକ୍ଷ୍ନୌ,୧୮।୩: ଉତ୍ତରପ୍ରଦେଶ ବିଧାନସଭାରେ ଭାଜପାର ବିପୁଳ ବିଜୟ ପରେ ଯୋଗୀ ଆଦିତ୍ୟ ନାଥଙ୍କ ଶପଥ ଗ୍ରହଣ ଉତ୍ସବ ପ୍ରସ୍ତୁତି ଜୋରଦାର ଚାଲିଛି। ଲକ୍ଷ୍ନୌ ସ୍ଥିତ ଏକନା ଷ୍ଟାଡିୟମରେ ମାର୍ଚ୍ଚ ୨୧ରେ ଯୋଗୀ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୪ହଜାର ୫ଶହ ଲୋକଙ୍କ ଉପସ୍ଥିତି ରହିବା ନେଇ ଯୋଜନା କରାଯାଉଛି। ଏପରି କି ରାଜ୍ୟ ସରକାରୀ ଯୋଜନାରେ ଉପକୃତ ହିତାଧିକାରୀଙ୍କୁ ମଧ୍ୟ ଉତ୍ସବରେ ନିମନ୍ତ୍ରଣ କରାଯିବ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ଉତ୍ସବରେ ଯୋଗଦେବା ନେଇ ୨୦୦ ଭିଭିଆଇପି ଅତିଥିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉତ୍ସବକୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସୋନିଆ ଗାନ୍ଧୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ମୁଲାୟମ ସିଂହ ଯାଦବ ଓ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ବୋଲି ଜଣାପଡିଛି। ଏଥି ସହ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉତ୍ସବରେ ଯୋଗ ଦେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ବିଧାନସଭା ନର୍ବାଚନରେ ଭାଜପା ୨୫୫ ଆସନ ପାଇଥିବା ବେଳେ ସହଯୋଗୀ ଅପନା ଦଳ ଏବଂ ନିଷାଦ ପାର୍ଟି ଯଥାକ୍ରମେ ୧୨ ଓ ୬ଟି ଆସନ ପାଇଥିଲା। ସମାଜବାଦୀ ପାର୍ଟି ୧୧୧ଟି ଆସନ ପାଇଥିବା ବେଳେ ତାଙ୍କ ସହଯୋଗୀ ରାଷ୍ଟ୍ରୀୟ ଲୋକଦଳ ୮ ଓ ଅନ୍ୟତମ ସହଯୋଗୀ ସୁହେଲଦେବ ଭାରତୀୟ ସମାଜ ପାର୍ଟି ୬ଟି ଆସନ ଜିତିଥିଲା। କଂଗ୍ରେସ ୨ଟି ଆସନ ପାଇଥିବା ବେଳେ ବିଏସ୍‌ ଗୋଟିଏ ଓ ଅନ୍ୟାନ୍ୟ ୨ଟି ଆସନରେ ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ନୂତନ ବର୍ଷ ଦେଶବାସୀଙ୍କ ଜୀବନରେ ଉତ୍ତମ ସ୍ବାସ୍ଥ୍ୟ, ସୁଖ ଏବଂ ସମୃଦ୍ଧତା ଆଣିବ ବୋଲି...

ଆଣ୍ଡାମାନ ସାଗରରେ ଭୂକମ୍ପ, ଥରିଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ,୧୨।୯: ମଙ୍ଗଳବାର ସକାଳେ ଆଣ୍ଡାମାନ ସାଗରରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (ଏନସିଏସ) ଏହି ସୂଚନା ଦେଇଛି। ଏନସିଏସ ଅନୁଯାୟୀ ଆଣ୍ଡାମାନ...

ମିଶନ ୨୦୨୪: କଂଗ୍ରେସ-ଭାଜପା ଅନଲାଇନ ଲଢ଼େଇ…

ନୂଆଦିଲ୍ଲୀ,୨୭।୬ : ମିଶନ ୨୦୨୪ ଅନ୍ତର୍ଗତ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ କଂଗ୍ରେସ ମଧ୍ୟରେ ଅନଲାଇନ ଲଢ଼େଇ ଜୋରଦାର ହେବାରେ ଲାଗିଛି। ଭାଜପାକୁ ସମାଲୋଚନା...

ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ: ସଂସଦର ଶୀତ ଅଧିବେଶନ ନେଇ ଅନିଶ୍ଚିତତା !

ନୂଆଦିଲ୍ଲୀ,୧୬।୧୧: ଦିଲ୍ଲୀରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଦିନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଙ୍କଟ...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଜୈଶର ୩ ଆତଙ୍କବାଦୀ ନିହତ

ଶୋପିଆନ,୫।୧୦: ଜମ୍ମୁ-କଶ୍ମୀର ଶୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ବେଳେ ଏକ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।...

ନୂଆ ମନ୍ତ୍ରୀଙ୍କ ପାଇଁ ‘ଲକ୍ଷ୍ମଣ ରେଖା’ ଟାଣିଲେ ମୋଦି

ନୂଆଦିଲ୍ଲୀ,୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସମ୍ପ୍ରସାରଣ ବୁଧବାର ହୋଇଯାଇଛି । ଗୁରୁବାର ନୂଆ ବିଭାଗ ଦାୟିତ୍ୱ ନେଉଥିବା ମନ୍ତ୍ରୀଙ୍କ ପାଇଁ କିନ୍ତୁ ମୋଦି...

ସାମନାରେ ଭାଜପାକୁ ଟାର୍ଗେଟ କଲା ଶିବସେନା: ବେକାରୀ ବୃଦ୍ଧି, କଶ୍ମୀର ଅଶାନ୍ତ, ହେଲେ ବିଶ୍ୱକୁ ମାର୍ଗଦର୍ଶନ ଦେଉଥିବା ମୋଦି ଚୁପ

ମୁମ୍ବାଇ,୨୯ ।୫: ଶିବସେନା ତା’ର ମୁଖପତ୍ର ସାମନା ଜରିଆରେ ଦେଶରେ ବେକାରୀ, କଶ୍ମୀର ସମସ୍ୟା ଓ ଜ୍ଞାନବ୍ୟାପି ମସଜିଦ ଭଳି ବିଷୟକୁ ନେଇ ଭାରତୀୟ ଜନତା...

ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୫: ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ଶ୍ରମଜୀବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏମାନେ ହିଁ ସୁନ୍ଦର ଓ ସମୃଦ୍ଧ ଭାରତର ଭିତ୍ତି...

Advertisement
Archives

Model This Week