୨୦ ଲକ୍ଷ ଚର

ଚାଇନାର ବିସ୍ତାରବାଦୀ ଚିନ୍ତାଧାରାର ଏକ ଭିନ୍ନ ନମୁନା ‘ଦି ଅଷ୍ଟ୍ରେଲିଆନ୍‌’ ଖବରକାଗଜରେ ପ୍ରକାଶ ପାଇବା ପରେ ଏବେ ସମଗ୍ର ବିଶ୍ୱ ତଟସ୍ଥ ହୋଇଯାଇଛି। ଚାଇନା କମ୍ୟୁନିଷ୍ଟ ପାର୍ଟି (ସିସିପି)ର ୨୦ ଲକ୍ଷ ଏଜେଣ୍ଟ ବିଶ୍ୱର ବୃହତ୍‌ କମ୍ପାନୀ, ବ୍ୟାଙ୍କ, ଗଣମାଧ୍ୟମ, ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ସଂସ୍ଥାରେ ଗୋପନରେ ଅବସ୍ଥାପିତ ହୋଇଛନ୍ତି। ପ୍ରଘଟ ହୋଇଥିବା ତଥ୍ୟାବଳୀରେ କେବଳ ସିସିପି ସଦସ୍ୟଙ୍କ ନାମ ସହିତ ଦଳୀୟ ପଦବୀ, ଜନ୍ମ ତାରିଖ, ଜାତୀୟତା ପରିଚୟ ନମ୍ବର ମଧ୍ୟ ସ୍ଥାନ ପାଇଛି। ଏହି ସଦସ୍ୟମାନେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ନିକଟରେ ଉତ୍ତରଦାୟୀ ଥିବା ବିଷୟ ଜଣାପଡ଼ିଛି। ପୃଥିବୀସାରା ଲୋକେ ଜାଣୁଥିଲେ ଯେ, ଚାଇନାର ଶସ୍ତା ସାମଗ୍ରୀ ଚାରିଆଡ଼େ ଖେଳେଇ ହୋଇଯାଇଛି। ଓବର୍‌ (ଓ୍ବାନ୍‌ ବେଲ୍‌ଟ, ଓ୍ବାନ୍‌ ରୋଡ୍‌) ଭଳି ଭିତ୍ତିଭୂମି ସୃଷ୍ଟି କରି ବେଜିଂ ବିଭିନ୍ନ ମହାଦେଶକୁ ଯୋଡ଼ିବାର ପ୍ରୟାସ ଜାରି ରଖିଛି। ପଡ଼ୋଶୀ ଦେଶର ସ୍ଥଳ ଓ ଜଳଭାଗକୁ ଅକ୍ତିଆର କରି ତା’ର ଭୂଖଣ୍ଡ ବଢ଼ାଇବା ଚିନ୍ତାରେ ଅହରହ ମୁଣ୍ଡ ଖେଳାଉଛି। ହେଲେ ଗୁପ୍ତଚରି କାର୍ଯ୍ୟରେ ତା’ର ବଛାବଛା ଲୋକଙ୍କୁ ବିଶ୍ୱସାରା ବିଭିନ୍ନ କ୍ଷେତ୍ରରେ ଲଗାଇ ରଖିବା ସୂଚାଇ ଦେଉଛି ଯେ, ଆଗାମୀ ଦିନରେ ସୁପରପାଓ୍ବାର ହେବା ଚାଇନାର ଏକମାତ୍ର ଲକ୍ଷ୍ୟ। ଅବଶ୍ୟ ତା’ର ଏହି ଲକ୍ଷ୍ୟ ସାଧନକୁ ବିପୁଳ ଜନସଂଖ୍ୟା ଓ ନୂଆ ପ୍ରଯୁକ୍ତି ବ୍ୟବହାର ତ୍ୱରାନ୍ବିତ କରୁଛି।
ନିକଟରେ ପ୍ରକୃତିକୁ ନିୟନ୍ତ୍ରଣ କଲା ଭଳି ପଦକ୍ଷେପ ବିଷୟରେ ଚାଇନା ଘୋଷଣା କରିଛି। ଆଗାମୀ ୫ ବର୍ଷ ମଧ୍ୟରେ ବିରାଟକାୟ ଭୂଖଣ୍ଡ ଉପରେ କୃତ୍ରିମ ବର୍ଷା କଲା ଭଳି ଓ୍ବେଦର ମୋଡିଫିକେଶନ ବା ପାଣିପାଗ ରୂପାନ୍ତରଣ କାର୍ଯ୍ୟକ୍ରମ ଲାଗି ଚାଇନା ପରୀକ୍ଷଣ ଆରମ୍ଭ କରିଦେଇଛି। କେତେ ଜଣ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହି ଭୂଖଣ୍ଡ ଭାରତୀୟ ଉପମହାଦେଶଠାରୁ ବୃହତ୍‌। ଏଭଳି ପରୀକ୍ଷଣ ପଛରେ କୌଣସି ମହତ୍‌ ଉଦ୍ଦେଶ୍ୟ ଥିଲା ଭଳି ମନେହୁଏ ନାହିଁ। ଶତ୍ରୁ ରାଷ୍ଟ୍ରରେ କରୋନା ଭାଇରସ୍‌ ଛାଡ଼ି ଅଧିକାଂଶ ପୁରୁଷଙ୍କୁ ଆକ୍ରାନ୍ତ କଲା ଭଳି ଉଦ୍ୟମ କରିଥିବା ଚାଇନା ଏହି କୃତ୍ରିମ ବର୍ଷା ମାଧ୍ୟମରେ ହୁଏତ ବଡ଼ଧରଣର ବନ୍ୟା ସୃଷ୍ଟି କରି ପ୍ରବଳ କ୍ଷତି କରାଇବାର ଉଦ୍ଦେଶ୍ୟ ରଖିଥାଇପାରେ। କୌତୂହଳରେ କୁହାଯାଉଛି, ଆସନ୍ତା ୨୦୨୧ ମସିହା କେଉଁଭଳି ହେବ ତାହା ନିର୍ଭର କରେ ଆଜି ଚାଇନାବାସୀ କେଉଁ ପୋକଜୋକ ଖାଉଛନ୍ତି। ସେହିଭଳି ଅଧୁନା ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ କରୁଥିବା ଚାଇନା ଭବିଷ୍ୟତରେ ଅନେକ ନକାରାତ୍ମକ କାର୍ଯ୍ୟରେ ସେସବୁ ପ୍ରଯୁକ୍ତି ବ୍ୟବହାର କରିବାର ଯୋଜନା ରଖିଛି। ‘ଦି ଅଷ୍ଟ୍ରେଲିଆନ୍‌’ରେ ବାହାରିଥିବା ତଥ୍ୟ ଆଜିକା ପୃଥିବୀରେ ବିଶେଷ ଗୁରୁତ୍ୱ ରଖୁଛି, କାରଣ ୨୦ ଲକ୍ଷ ଚାଇନା ଗୁପ୍ତଚର କେବଳ ସାମରିକ ତଥ୍ୟ ଚୋରିକରିବା ଉଦ୍ଦେଶ୍ୟରେ ବିଶ୍ୱସାରା ବ୍ୟାପୀ ନାହାନ୍ତି; ପ୍ରତ୍ୟେକ ପାଶ୍ଚାତ୍ୟ ଦେଶରେ ପାଠପଢ଼ିବା ଆଳରେ ଯାଇ ଚାଇନାର ଛାତ୍ରୀଛାତ୍ରମାନେ ଅତି ଗୁରୁତ୍ୱପୂର୍ଣ୍ଣ ଗବେଷଣାଧର୍ମୀ ପ୍ରକଳ୍ପରେ କାର୍ଯ୍ୟ କରି ସବୁ ତଥ୍ୟ ସଂଗ୍ରହ କରିବାରେ ଲାଗିଛନ୍ତି। ଏହାଠାରୁ ଅଧିକ ମାରାତ୍ମକ ହେଉଛି ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ, ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ସଂସ୍ଥାରେ ବଡ଼ ପଦବୀରେ ରହି ଅନେକ ଗୁୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାଭଳି ସ୍ଥାନ ଏହି ଚାଇନା ଲୋକ ଅକ୍ତିଆର କରିସାରିଲେଣି। ଏହାଦ୍ୱାରା ସେମାନେ ଅନେକ ଦେଶରେ ନୀତିନିୟମକୁ ପ୍ରଭାବିତ କରୁଛନ୍ତି।
ଭାରତ ତା’ର ଆଭ୍ୟନ୍ତରୀଣ ଅଶାନ୍ତି ଓ ସମସ୍ୟାରେ ବୁଡ଼ିରହିଥିବା ବେଳେ ବିରୋଧୀ ଚାଇନା ବିଶ୍ୱଦଖଲ କାର୍ଯ୍ୟରେ ମାତିଛି। ଭାରତର ରାଜନୈତିକ ନେତୃତ୍ୱଠାରୁ ଆରମ୍ଭ କରି ସାମରିକ କର୍ତ୍ତୃପକ୍ଷ ସମସ୍ତେ ଚାଇନା, ଚାଇନା ହେଉଛନ୍ତି। ଯଦି ଚାଇନା ସହ ୧୫ ଦିନ ଘମାଘୋଟ ଲଢ଼େଇ ହୁଏ, ସେଥିପାଇଁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସରଞ୍ଜାମ ମହଜୁଦ କରି ରଖିବା ସକାଶେ ସେନାକୁ ନିକଟରେ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବିପିନ୍‌ ରାଓ୍ବତ ଭାରତୀୟ ସ୍ଥଳ, ଜଳ ଓ ବାୟୁସେନାର ଶକ୍ତି ବିଷୟରେ ବାରମ୍ବାର ଦୋହରାଇ ଚାଲିଛନ୍ତି। ଦୁଃଖର ବିଷୟ ଯେ, ଭାରତ କାହା ସହ ବି ଯୁଦ୍ଧ ଲଢ଼ିଲେ ୧୦ ଦିନ ମଧ୍ୟରେ ସବୁ ଗୋଳାବାରୁଦ ଶେଷ ହୋଇଯିବ ବୋଲି କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରୋଲ (ସିଏଜି) ଏକାଧିକ ବାର ରିପୋର୍ଟ ପ୍ରକାଶ କରିସାରିଛନ୍ତିି। ସିଏଜିର ୧୦ ଦିନିଆ ଯୁଦ୍ଧ ପାଇଁ ପ୍ରସ୍ତୁତି ସମ୍ପର୍କିତ ତଥ୍ୟ ପ୍ରକାଶ ଏବଂ ରାଜନୈତିକ ନେତୃତ୍ୱର ୧୫ ଦିନିଆ ଯୁଦ୍ଧ ପାଇଁ ପ୍ରସ୍ତୁତି ନିର୍ଦ୍ଦେଶ ଭାରତର ବାସ୍ତବ ଅପ୍ରସ୍ତୁତି ଦିଗକୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri