କୁମଝରିଆ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ, ରକ୍ତଦାନ କାର୍ଯ୍ୟକ୍ରମ

କୁଆଁରମୁଣ୍ଡା,୧୬।୧୨(ଡି.ଏନ.ଏ)-ସ୍କୁଲ ପ୍ରତି ଅଧିକ ସଂଖ୍ୟକ ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିବା ଓ ସ୍କୁଲର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅଭିଭାବକ, ଜନସାଧାରଣ,ପୁରାତନ ଛାତ୍ରୀଛାତ୍ରମାନଙ୍କୁ ସଂଶ୍ଳିଷ୍ଟ କରି ଅଞ୍ଚଳରେ ସରକାରୀ ସ୍କୁଲ ଶିକ୍ଷାର ପ୍ରସାର ଘଟାଇବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଉଛି। ଅଧୁନା କରୋନା ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଛାତ୍ରୀଛାତ୍ରଙ୍କ ପାଇଁ ବନ୍ଦ ରହିଛି। ହେଲେ ମୋ ସ୍କୁଲ ଅଭିଯାନରେ ପୁରାତନ ଛାତ୍ରୀଛାତ୍ର, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇ ସ୍ବେଚ୍ଛାକୃତ ରକ୍ତଦାନ କରିବା ଏକ ବିରଳ ଘଟଣା। ମୋ ସ୍କୁଲ ଅଭିଯାନରେ ଏହି ରକ୍ତଦାନ ଶିବିର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାର ବଣ, ପାହାଡଘେରା କୁଆଁରମୁଣ୍ଡା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ କୁମଝିରଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାଏକ ଯୋଗଦେଇ ମୋ ସ୍କୁଲ ଅଭିଯାନରେ ଛାତ୍ରୀଛାତ୍ର, ଅଭିଭାବକ, ଶିକ୍ଷୟିତ୍ରୀ, ଶିକ୍ଷକ ସ୍ବେଚ୍ଛାକୃତ ରକ୍ତଦାନ କରି ରାଜ୍ୟର ରକ୍ତ ଶିକୁଳିଜନିତ ରୋଗରେ ପୀଡିତ ରୋଗୀ, ଥାଲାସେମିଆ ରୋଗୀ ଇତ୍ୟାଦିଙ୍କ ରକ୍ତ ଆବଶ୍ୟକତାରେ ସହାୟକ ପାଇଁ ଯେଉଁ ପ୍ରୟାସ କରିଛନ୍ତି ତାହା ସାରା ରାଜ୍ୟରେ ସ୍ବତନ୍ତ୍ର ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ସ୍କୁଲର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାମଲ ନିଜେ ରକ୍ତଦାନ କରି ଅନ୍ୟ ଶିକ୍ଷକମାନଙ୍କୁ ରକ୍ତଦାନ କରି ରୋଗୀଙ୍କର ଜୀବନ ବଞ୍ଚାଇବାକୁ ଉତ୍ସାହିତ କରିଥିବାରୁ ମୁଖ୍ୟ ଅତିଥି ରାଉରକେଲା ବିଧାୟକ ନାଏକ ପ୍ରଧାନଶିକ୍ଷକ ସାମଲଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହି ରକ୍ତଦାନ ଶିବିରରେ ୨୦ ଜଣଙ୍କ ଠାରୁ ମୋଟ ୨୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ରାଉରକେଲା ସରକାରୀ ଡାକ୍ତରଖାନାର ସ୍ବାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଜିଲା ପରିଷଦ ଅଧ୍ୟକ୍ଷା ଏମ୍ମା ଏକ୍କା, କୁମଝରିଆ ପଞ୍ଚାୟତ ସରପଞ୍ଚ ବାତିଆ ଲାକ୍ରା, ବୀରମିତ୍ରପୁର ବିଜେଡ଼ି ଯୁବନେତା ସନ୍ଦୀପ ମିଶ୍ରା, କୁଆଁରମୁଣ୍ଡା ସମିତି ସଭ୍ୟ ତଥା ବିଜେଡ଼ି ବ୍ଲକ ସଭାପତି ରାଜେଶ ହାଁସଦା, ଡୁମେରଯୋର ସମିତି ସଭ୍ୟ ରାଜେନ୍ଦ୍ର କୁଜୁର, ଜିଲା ପରିଷଦ ସଭ୍ୟା ସୁନିତା ଅହିର, ରାଜେଶ ଖାଲଖୋ ଓ ଅନ୍ୟମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

ଅସ୍ତିତ୍ୱ ହରାଉଛି ଗଡ଼ଖୋର୍ଦ୍ଧା, ପାଣ୍ଡବଘରା

ଖୋର୍ଦ୍ଧା,୧୮ା୪ (ପ୍ରଭାତ ପାଣିଗ୍ରାହୀ)ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଖୋର୍ଦ୍ଧାର ଅନେକ ଐତିହ୍ୟ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଐତିହ୍ୟ ଗଡ଼ଖୋର୍ଦ୍ଧା ଏବଂ ବରୁଣେଇ ପାହାଡ଼ ଶୀର୍ଷରେ ଥିବା ପାଣ୍ଡବ...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri