ପୂଜା ହିଂସାରେ ଜଳିଗଲା ୨୦ ହିନ୍ଦୁଙ୍କ ଘର

ଢାକା,୧୮।୧୦: ଫେସବୁକ ପୋଷ୍ଟକୁ କେନ୍ଦ୍ର କରି ବାଂଲାଦେଶରେ ଦୁର୍ଗା ପୂଜା ବେଳେ ମନ୍ଦିର ଭଙ୍ଗାରୁଜା କରାଯିବା ସହ ଅନେକ ହିନ୍ଦୁଙ୍କ ଘର ଭାଙ୍ଗି ଦିଆଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ, ୬୬ ଘର ଭାଙ୍ଗି ଦିଆଯାଇଥିବା ବେଳେ ଅତିକମ୍‌ରେ ୨୦ ଘର ଜାଳି ଦିଆଯାଇଥିବା କୁହାଯାଇଛି।

ହିନ୍ଦୁ ପରିବାର ଉପରେ ଏଭଳି ଅତ୍ୟାଚାର ରାଜଧାନୀ ଢ଼ାକାଠାରୁ ୨୫୫ କିମି ଦୂର ଏକ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଘଟିଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ମାଛଧରାଳିଙ୍କ କଲୋନିରେ ପହଞ୍ଚିଥିଲା। ଜଣେ ହିନ୍ଦୁ ଯୁବକ ଫେସବୁକ ପୋଷ୍ଟ ଜରିଆରେ ଇସ୍ଲାମ ଧର୍ମକୁ ଅସମ୍ମାନିତ କରିଥିବା ଗୁଜବ ପ୍ରକାଶ ପାଇବା ପରେ ଗ୍ରାମରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଉକ୍ତ ଯୁବକଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଦେଇଥିଲା ପୋଲିସ। ଏଣୁ ଆକ୍ରମଣକାରୀମାନେ ଆଖପାଖ ଘରେ ନିଆଁ ଲଗାଇ ଦେଇଥିଲେ ବୋଲି ଜିଲାର ଏସ୍‌ପି ମହମ୍ମଦ କ୍ୱାମରୁଜାମାନ ଘଟଣାର ରିପୋର୍ଟରେ ପ୍ରକାଶ କହିଛନ୍ତି।

ଫାୟାର ସର୍ଭିସ କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ମଝିପାରା ଅଞ୍ଚଳରେ ୨୯ ଘରକୁ ଜାଳି ଦିଆଯାଇଥିଲା। ପ୍ରବଳ ସଂଖ୍ୟାରେ ଏକତ୍ରିତ ହୋଇଥିବା ଭିଡ଼ ଏହି ଅଗ୍ନିକାଣ୍ଡ ପାଇଁ ଦାୟୀ। ରାତି ୮.୪୫ରେ ଆମକୁ ଖବର ମିଳିଥିଲା। ସକାଳ ୪ଟା ୧୦ରେ ନିଆଁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣକୁ ଆସିଥିଲା। ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ଜଣାପଡ଼ି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଜନସଂଖ୍ୟା ବୃଦ୍ଧି ମନ୍ଥର

ବେଜିଂ, ୧୨ା୫: ଗତ ଦଶନ୍ଧି ମଧ୍ୟରେ ଚାଇନାର ଜନସଂଖ୍ୟା ବୃଦ୍ଧି ମନ୍ଥର ହୋଇଛି। ୧୦ ବର୍ଷ ମଧ୍ୟରେ ଏହା ୭ କୋଟି ୨୦ ଲକ୍ଷ ବୃଦ୍ଧି...

ଧୂଳିଝଡ଼ ନେଇ ହାହାକାର, ୪ ହଜାରରୁ ଅଧିକ ହସ୍ପିଟାଲରେ ଭର୍ତ୍ତି, ସ୍କୁଲ-କଲେଜ-ଅଫିସ ବନ୍ଦ…

ବାଗ୍‌ଦାଦ, ୧୮।୫ : ଇରାକରେ ଭୟଙ୍କର ଧୂଳିଝଡ଼ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ନିଶ୍ୱାସ ନେବାରେ ଅସୁବିଧା ହେବାରୁୁ ୪ ହଜାରରୁ ଅଧିକ...

ମାତ୍ର ୨୬ ବର୍ଷରେ ଆଖିବୁଜିଲେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ପୁଅ

ନ୍ୟୁୟର୍କ,୧।୩:ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ୨୬ ବର୍ଷର ପୁଅ ଜେନ ନାଡେଲାଙ୍କର ମୃତ୍ୟୁ ହୋଇଛି। ଜନ୍ମରୁ ଜେନଙ୍କର ସେରେବ୍ରାଲ୍‌ ପାଲସି...

ଘର ଉପରେ ଖସି ପଡ଼ିଲା ବିମାନ

ମିଲନ,୩।୧୦: ଇଟାଲିର ମିଲନ ସହରର ଏକ ଦୁଇ ମହଲା ବିଶିଷ୍ଟ କୋଠା ଉପରେ ରବିବାର ଖସି ପଡ଼ିଛି ଏକ ବେସରକାରୀ ବିମାନ। ଏହି ଦୁର୍ଘଟଣାରେ ୮...

ଶକ୍ତି ପରୀକ୍ଷାରେ ବିଜୟୀ ହେଲେ ଇମ୍ରାନ୍‌

ଇସଲାମାବାଦ୍‌,୬।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ଉପରୁ ସଙ୍କଟ ହଟି ଯାଇଛି। ଶନିବାର ନ୍ୟାଶନାଲ ଆସେମ୍ବ୍ଲିରେ ଇମ୍ରାନ ଶକ୍ତି ପରୀକ୍ଷାରେ ବିଜୟୀ ହୋଇଛନ୍ତି। ସରକାରଙ୍କୁ...

ଦୀର୍ଘ ଦିନ ଯାଏ କୋଭିଡ୍‌ ବିପଦରୁ ସୁରକ୍ଷା ଦେଇ ନ ପାରେ ଟିକା

ଓ୍ବାଶିଂଟନ୍‌, ୨୬ା୫: ଟିକା ଦୀର୍ଘ ଦିନ ଧରି କୋଭିଡ୍‌ ବିପଦରୁ ସୁରକ୍ଷା ଦେଇ ନ ପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ନେଚର ମେଡିସିନ୍‌ ଜର୍ନାଲରେ...

ଇରାନରେ ୧୭ ସିଆଇଏ ଗୁପ୍ତଚରଙ୍କୁ ମୃତ୍ୟୁ ଦଣ୍ଡାଦେଶ

ତେହେରାନ୍‌,୨୨।୭: ଇରାନରେ ଆମେରିକାର ସେଣ୍ଟ୍ରାଲ୍‌ ଇଣ୍ଟେଲିଜେନ୍ସ ଏଜେନ୍ସି(ସିଆଇଏ)ର ୧୭ ଗୁପ୍ତଚରଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ଏନେଇ ଇରାନ ଗଣମାଧ୍ୟମ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ୩...

୨୦ ବର୍ଷୀୟା ଯୁବତୀଙ୍କୁ ଡାକ୍ତର କହିଲେ ମୃତ, ଅନ୍ତିମସଂସ୍କାର ବେଳେ ଘଟିଲା ଏମିତି

ଆମେରିକାର ମିଶିଗନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ଯୁବତୀଙ୍କ ପରିବାର ପକ୍ଷରୁ...

Advertisement
Archives

Model This Week