Posted inଜାତୀୟ

ମଦ ଉପରେ ୨୦% ଗୋ ଶୁଳ୍କ

ଯୋଧପୁର, ୫ା୧୦: ରାଜସ୍ଥାନର ଯୋଧପୁରସ୍ଥିତ ପାର୍କ ପ୍ଲାଜା ହୋଟେଲ ଜିଓଫ୍ରେ ବାର୍‌ର ଏକ ବିଲ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବିଲ୍‌ରେ ମଦ ପାଇଁ ଗୁଡ୍ସ ଆଣ୍ଡ୍‌ ସର୍ଭିସେସ୍‌ ଟାକ୍ସ (ଜିଏସ୍‌ଟି) ଏବଂ ଭାଲ୍ୟୁ ଆଡେଡ୍‌ ଟାକ୍ସ (ଭାଟ) ବ୍ୟତୀତ ୨୦% ଅତିରିକ୍ତ କାଓ ସେସ୍‌ ବା ଗୋ ଶୁଳ୍କ ଆଦାୟ କରାଯାଇଛି। ଗୋ ସୁରକ୍ଷା ଏବଂ ଗୋ ଆଶ୍ରୟସ୍ଥଳଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଏହି କାଓ ସେସ୍‌ ଆଦାୟ କରାଯାଇଛି। ଗତ ସେପ୍ଟେମ୍ବର ୩୦ରେ ଜିଓଫ୍ରେ ବାର୍‌ରେ ଜଣେ ଗ୍ରାହକ କିଛି ଆମେରିକାନ୍‌ କର୍ନ ଫ୍ରିଟର୍ସ ଏବଂ ୬ଟି ବିଅର ଅର୍ଡର କରିଥିଲେ। ଗ୍ରାହକଙ୍କୁ ୨,୬୫୦ ଟଙ୍କାର ବିଲ୍‌ ଆସିଥିବାବେଳେ ଜିଏସ୍‌ଟି, ଭାଟ୍‌ ଏବଂ କାଓ ସେସ୍‌ ବାବଦକୁ ତାଙ୍କୁ ସମୁଦାୟ ୩,୨୬୨ ଟଙ୍କା ପୈଠ କରିବାକୁ ପଡ଼ିଥିଲା। ଏହି ବିଲ୍‌ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ବିତର୍କ ସୃଷ୍ଟି ହୋଇଛି। ଘଟଣାକୁ ନେଇ ପାର୍କ ପ୍ଲାଜାର ମ୍ୟାନେଜର ନିଖିଲ ପ୍ରେମ କହିଛନ୍ତି, ରାଜସ୍ଥାନ ସରକାରଙ୍କ ଆଇନ ଅନୁଯାୟୀ ମଦ ବିକ୍ରୟ ପାଇଁ ଏହି ସେସ୍‌ ଲାଗୁ କରିବାକୁ ରାଜ୍ୟର ସମସ୍ତ ହୋଟେଲ ଏବଂ ବାର୍‌ ବାଧ୍ୟ। ଏନେଇ ୨୦୧୮ରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେଣୁ ମଦ ଉପରେ କାଓ ସେସ୍‌ ଲଗାଯିବା ଘଟଣାରେ କୌଣସି ନୂତନତ୍ୱ ନାହିଁ। କାଓ ସେସ୍‌ କେବଳ ମଦ ବିକ୍ରି ଉପରେ ଲାଗୁ ହୋଇଥାଏ, ଖାଦ୍ୟ ଉପରେ ଏହା ଲାଗୁ ହୁଏ ନାହିଁ ବୋଲି ସେ କହିଛନ୍ତି। ଆଇନ ଅନୁଯାୟୀ, ଭାଟ ପରିମାଣ ଉପରେ ୨୦% କାଓ ସେସ୍‌ ଲାଗୁ ହୋଇଥାଏ। ନିଖିଲ କହିଛନ୍ତି, ହୋଟେଲଗୁଡ଼ିକ ପକ୍ଷରୁ ଏହି ଅତିରିକ୍ତ ଟଙ୍କାକୁ ଗୋ ସୁରକ୍ଷା ଓ ସଂରକ୍ଷଣ ପାଇଁ ପ୍ରୋତ୍ସାହନ ସେସ୍‌ ଭାବରେ ସରକାରୀ ପୋର୍ଟାଲରେ ଅନ୍‌ଲାଇନ ଭାବେ ଜମା କରାଯାଇଥାଏ। ଅନେକ ହୋଟେଲ ସେମାନଙ୍କ ବିଲ୍‌ରେ କେବଳ ସର୍‌ଚାର୍ଜ ଲେଖି ଏହି ଶୁଳ୍କ ଆଦାୟ କରୁଥିବାବେଳେ ପାର୍କ ପ୍ଲାଜା ପକ୍ଷରୁ ଦିଆଯାଉଥିବା ବିଲ୍‌ରେ ଉକ୍ତ ଶୁଳ୍କକୁ କାଓ ସେସ୍‌ ଭାବେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଉଥିବା ସେ କହିଛନ୍ତି। ପ୍ରକାଶ ଯେ, ୨୦୧୮ରେ ରାଜସ୍ଥାନର ତତ୍କାଳୀନ ବସୁନ୍ଧରା ରାଜେଙ୍କ ନେତୃତ୍ୱାଧୀନ ସରକାର ପକ୍ଷରୁ ମଦ ବିକ୍ରି ଉପରେ କାଓ ସେସ୍‌ ଲଗାଇବା ପାଇଁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri