ଅଟୋ ପିଏଲ୍‌ଆଇ ସ୍କିମ୍‌ରେ ୨୦ ମନୋନୀତ

ନୂଆଦିଲ୍ଲୀ,୧୧।୨: ଚଳିତ ବଜେଟରେ କେନ୍ଦ୍ର ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ମେକ୍‌ ଇନ୍‌ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଯୋଜନାରେ ସ୍ବଦେଶୀ ଉତ୍ପାଦକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଏହାକୁ ସଶକ୍ତ କରିବା ପାଇଁ ଗତି ଶକ୍ତି ଓ ପିଏଲ୍‌ଆଇ ଭଳି ପ୍ରମୁଖ ଯୋଜନାର କାର୍ଯ୍ୟକାରିତାକୁ ଦ୍ରୁତଗତିରେ ପ୍ରସାର କରାଯାଉଛି। ଫଳ ସ୍ବରୂପ ନିକଟରେ ସଂସଦରେ ଘୋଷଣା ହୋଇଥିତ୍ବା ଉତ୍ପାଦନ ଲିଙ୍କ୍‌ ଇନ୍‌ସେଣ୍ଟିଭ୍‌(ପିଏଲ୍‌ଆଇ) ଯୋଜନାର ଚାମ୍ପିୟନ ଓଇଏମ୍‌ ଇନ୍‌ସେଣ୍ଟିଭ ସ୍କିମ୍‌ ଅଧୀନରେ ୨୦ ଆବେଦନକାରୀଙ୍କୁ ଅନୁମୋଦନ ପ୍ରଦାନ କରାଯାଇଛି।
ଅଟୋମୋବାଇଲ ଏବଂ ପ୍ରମୁଖ ଚାରିଚକିଆ ଯାନ ଉତ୍ପାଦନକାରୀ କମ୍ପାନୀ ହୁଣ୍ଡାଇ,ସୁଜୁକି, କିଆ, ମହିନ୍ଦ୍ରା, ଫୋର୍ଡ , ଟାଟା ମୋଟର୍ସ ସାଙ୍ଗକୁ ବଜାଜ୍‌, ହିରୋ, ଟିଭିଏସ୍‌ ଭଳି ଦୁଇଚକିଆ ଯାନ ନିର୍ମାତା ମଧ୍ୟ ସାମିଲ ରହିଛନ୍ତି। ସେହିଭଳି ହପ୍‌ ଇଲେକ୍ଟ୍ରିକ୍‌ ଉତ୍ପାଦନ ପ୍ରାଇଭେଟ ଲିମିଟେଡ୍‌, ଓଲା ଇଲେକ୍ଟ୍ରିକ୍‌ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍‌ ଭଳି ନୂଆ କରି ପ୍ରବେଶ କରିଥିବା କମ୍ପାନୀଗୁଡ଼ିକ ମଧ୍ୟ ଏହି ଯୋଜନା ଅଧୀନରେ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ଭାରିଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ପିଏଲ୍‌ଆଇ ଯୋଜନା ଅଧୀନରେ ଅନୁମୋଦିତ ହୋଇଥିବା ଆବେଦନକାରୀଙ୍କଠାରୁ ମୋଟ ୪୫,୦୧୬ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ସହିତ ଅନ୍ୟାନ୍ୟ ସୁବିଧା ଦେଶବାସୀଙ୍କୁ ମିଳିବ ବୋଲି ଆଶା ରହିଛି। ଏ ନେଇ ମଧ୍ୟ ମନ୍ତ୍ରଣାଳୟର ବିଭାଗୀୟ ସଚିବ ଅରୁଣ ଗୋଏଲ କହିଛନ୍ତି, ଅଟୋ କମ୍ପୋନେଣ୍ଟ ଇଣ୍ଡଷ୍ଟ୍ରି ପାଇଁ କମ୍ପାନୀଗୁଡ଼ିକ ପୃଥକ୍‌ ଭାବେ ଘୋଷଣା କରାଯିବ, ଯେଉଁଠାରେ ପ୍ରାୟ ୯୨ ଜଣ ଆବେଦନକାରୀ ଅଛନ୍ତି। ସେହିଭଳି ୧୮% ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଯାହା ଅଟୋମୋବାଇଲ୍‌ କ୍ଷେତ୍ର ପାଇଁ ପିଏଲ୍‌ଆଇ ଯୋଜନାର ଆଡଭାନ୍ସ ଅଟୋମୋବାଇଲ ଟେକ୍ନୋଲୋଜି (ଏଏଟି) ଉତ୍ପାଦର ସ୍ବଦେଶୀ ଯୋଗାଣ ଶୃଙ୍ଖଳରେ ଶିଳ୍ପକୁ ନୂତନ ପୁଞ୍ଜି ବିନିଯୋଗ କରିବାକୁ ଉତ୍ସାହିତ କରିବ। ପିଏଲ୍‌ଆଇ ସ୍କିମ୍‌ ଜରିଆରେ ଅଟୋମୋବାଇଲ ଏବଂ ଅଟୋ ଉପାଦାନଗୁଡ଼ିକ ପାଇଁ ୨୫,୯୩୮ କୋଟି ଏବଂ ଏସିସି ପାଇଁ ୧୮,୧୦୦ କୋଟି ଟଙ୍କା ଓ ଏହା ସହ ଫେମ୍‌ ସ୍କିମ୍‌ ପାଇଁ ୧୦,୦୦୦ କୋଟି ଟଙ୍କାର ବ୍ୟୟବରାଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

ଦିଗପହଣ୍ଡିରେ ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ, ବିକଶିତ ଓଡ଼ିଶାର ପଟ୍ଟଚିତ୍ର…

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ…

ଜଙ୍ଗଲରେ ଚାଷ କରି ଚାଲାଣ କରୁଥିଲେ ଗଞ୍ଜେଇ, ଚଢ଼ାଉ କରି ୩ଶହ…

ମୋହନା,୨୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡବା ଥାନା ଅନ୍ତର୍ଗତ ଗୋବେଲ ଗାଁ ନିକଟସ୍ଥ ଜଙ୍ଗଲରେ ଅତର୍କିତ ଚଢ଼ାଉ…

ପେଶାରେ ଡାକ୍ତର, ପରିଚୟ ‘ବଲୁଚିସ୍ତାନର ସିଂହୀ’; ଜାଣନ୍ତୁ କିଏ ଏହି ମହିଳା, ଯାହାଙ୍କୁ  ଭୟ କରେ ପାକିସ୍ତାନୀ ସେନା! 

ଇସଲାମାବାଦ,୨୪।୬: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ରାଜଧାନୀରେ ଥିବା ଆଣ୍ଟି-ଟେରରିଜିମ କୋର୍ଟ ବଲୁଚ୍‌ ଆକ୍ଟିଭିଷ୍ଟ ମହରଙ୍ଗ ବଲୋଚ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମହରଙ୍ଗ ’ବଲୁଚିସ୍ତାନର ସିଂହୀ’ ଭାବେ ବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri