ପ୍ରତିବର୍ଷ ମରୁଛନ୍ତି ୨୦ ବୟସ୍କ ହାତୀ

ଭୁବନେଶ୍ୱର, ୬।୮(ବ୍ୟୁରୋ): ରାଜ୍ୟରେ ବୃଦ୍ଧି ପାଉଛି ହାତୀ ଶିକାର। ଏଥିସହ ଦୁର୍ଘଟଣା ଓ ରୋଗରେ ମଧ୍ୟ ବହୁ ହାତୀଙ୍କ ମୃତ୍ୟୁ ଘଟୁଛି। ବିଶେଷକରି ବୟସ୍କ ପ୍ରଜନନକ୍ଷମ ହାତୀଙ୍କ ମୃତ୍ୟୁ ଏବେ ଚିନ୍ତାର କାରଣ ପାଲଟିଛି। ହାତୀ ବଂଶ ବୃଦ୍ଧି ପାଇଁ ୧୮ରୁ ୨୦ବର୍ଷ ବୟସ୍କ ହାତୀଙ୍କ ଉପସ୍ଥିତି ଜରୁରୀ। ହେଲେ ଏହି ବୟସ୍କ ହାତୀଙ୍କ ମାତ୍ରାଧିକ ଶିକାର ଏବେ ବଂଶ ବୃଦ୍ଧି ଉପରେ ଆଶଙ୍କା ସୃଷ୍ଟି କରୁଛି। ପ୍ରତିବର୍ଷ ବିଭିନ୍ନ କାରଣରୁ ପ୍ରାୟ ୨୦ ବୟସ୍କ ହାତୀ ମରୁଥିବା ରିପୋର୍ଟ କହୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗଞ୍ଜାମ ଜିଲାରେ ୫ ବର୍ଷ ତଳେ ୧୧ଟି ବୟସ୍କ ପ୍ରଜନନକ୍ଷମ ହାତୀ ରହିଥିବାବେଳେ ଏବେ ମାତ୍ର ଗୋଟିଏ ରହିଛି। ତେଣୁ ଏହି ଜିଲାରେ ହାତୀ ବଂଶ ବିଲୁପ୍ତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
୨୦୧୭ ରାଜ୍ୟ ସରକାରଙ୍କ ହାତୀ ଗଣନା ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୧,୯୭୬ଟି ହାତୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩୪୪ ବୟସ୍କ ଅଣ୍ଡିରା ହାତୀ ଅଛନ୍ତି। ତେବେ ଓଡ଼ିଶା ଓ୍ବାଇଲ୍ଡଲାଇଫ୍‌ ସୋସାଇଟି(ଡବ୍ଲ୍ୟୁଏସ୍‌ଓ) ତଥ୍ୟ ଅନୁସାରେ, ଏହି ୫ବର୍ଷ ମଧ୍ୟରେ ଓଡ଼ିଶାରେ ୧୦୪ଟି ଦନ୍ତା ହାତୀଙ୍କ ମୃତ୍ୟୁ ହୋଇଛି, ଯେଉଁମାନଙ୍କ ବୟସ ୧୫ ଉପରେ ଥିଲା। ଶିକାର ଓ ଅପ୍ରାକୃତିକ ମୃତ୍ୟୁ ଯେପରିକି ବିଦ୍ୟୁଜନିତ, ବିଷକ୍ରିୟା, ଟ୍ରେନ୍‌ ଧକ୍କା, ରାସ୍ତାରେ ଗାଡ଼ି ଧକ୍କାରେ ଏହି ହାତୀଙ୍କ ଜୀବନ ଯାଇଛି। ଏହାକୁ ହିସାବକୁ ନେଲେ ପ୍ରତିବର୍ଷ ୨୦ଟି ବୟସ୍କ ହାତୀଙ୍କ ମୃତ୍ୟୁ ହେଉଛି। ରାଜ୍ୟ ବହୁ ଜିଲାରେ ହାତୀର ଅବସ୍ଥାନ ଏବେ ପୋଛି ହେବାରେ ଲାଗିଲାଣି। ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି, ବୌଦ୍ଧ ଓ ସୁବର୍ଣ୍ଣପୁର ଭଳି କେତେକ ଜିଲାରେ ଏପରି ସ୍ଥିତି ଦେଖାଦେଇଛି। ହାତୀ ଗଣନା ଅନୁଯାୟୀ, ଗଞ୍ଜାମ ଜିଲାରେ ମୋଟ ୫୩ଟି ହାତୀ ରହିଥିଲା ଓ ଏଥିମଧ୍ୟରୁ ୧୧ଟି ବୟସ୍କ ଦନ୍ତା ଥିଲେ। ଘୁମୁସର ଉତ୍ତର ବନଖଣ୍ଡରେ ୪ଟି ବୟସ୍କ ଦନ୍ତା ଥିବାବେଳେ ଘୁମୁସର ଦକ୍ଷିଣ ବନଖଣ୍ଡରେ ୫ ଏବଂ ବ୍ରହ୍ମପୁର ବନଖଣ୍ଡରେ ୨ଟି ବୟସ୍କ ଦନ୍ତା ରହିଥିଲେ। ତେବେ ଏହି ୫ବର୍ଷ ମଧ୍ୟରେ ଗଞ୍ଜାମ ଜିଲାରେ ୧୭ଟି ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ଏଥିମଧ୍ୟରୁ ୧୦ଟି ହେଉଛନ୍ତି ବୟସ୍କ ଦନ୍ତା। ଘୁମୁସର ଉତ୍ତର ବନଖଣ୍ଡରେ ୬ଟି, ଘୁମୁସର ଦକ୍ଷିଣ ବନଖଣ୍ଡରେ ୩ଟି ଏବଂ ବ୍ରହ୍ମପୁର ବନଖଣ୍ଡରେ ଗୋଟିଏ ବୟସ୍କ ଦନ୍ତାର ମୃତ୍ୟୁ ଘଟିଛି। ତେଣୁ ଗଞ୍ଜାମ ଜିଲାରେ ଏବେ ଆଉ ମାତ୍ର ଗୋଟିଏ ବୟସ୍କ ଦନ୍ତା ହାତୀ ରହିଛି। ଏ ସମ୍ପର୍କରେ ଡବ୍ଲ୍ୟୁଏସ୍‌ଓ ସମ୍ପାଦକ ବିଶ୍ୱଜିତ ମହାନ୍ତି କହିଛନ୍ତି, ଯେହେତୁ ପ୍ରାୟତଃ ସବୁ ବୟସ୍କ ଦନ୍ତା ହାତୀଙ୍କ ମୃତ୍ୟୁ ହୋଇଯାଇଥିବାରୁ ଗଞ୍ଜାମରେ ଏବେ ହାତୀ ବିଲୁପ୍ତ ହେବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?