ପ୍ରତିବର୍ଷ ମରୁଛନ୍ତି ୨୦ ବୟସ୍କ ହାତୀ

ଭୁବନେଶ୍ୱର, ୬।୮(ବ୍ୟୁରୋ): ରାଜ୍ୟରେ ବୃଦ୍ଧି ପାଉଛି ହାତୀ ଶିକାର। ଏଥିସହ ଦୁର୍ଘଟଣା ଓ ରୋଗରେ ମଧ୍ୟ ବହୁ ହାତୀଙ୍କ ମୃତ୍ୟୁ ଘଟୁଛି। ବିଶେଷକରି ବୟସ୍କ ପ୍ରଜନନକ୍ଷମ ହାତୀଙ୍କ ମୃତ୍ୟୁ ଏବେ ଚିନ୍ତାର କାରଣ ପାଲଟିଛି। ହାତୀ ବଂଶ ବୃଦ୍ଧି ପାଇଁ ୧୮ରୁ ୨୦ବର୍ଷ ବୟସ୍କ ହାତୀଙ୍କ ଉପସ୍ଥିତି ଜରୁରୀ। ହେଲେ ଏହି ବୟସ୍କ ହାତୀଙ୍କ ମାତ୍ରାଧିକ ଶିକାର ଏବେ ବଂଶ ବୃଦ୍ଧି ଉପରେ ଆଶଙ୍କା ସୃଷ୍ଟି କରୁଛି। ପ୍ରତିବର୍ଷ ବିଭିନ୍ନ କାରଣରୁ ପ୍ରାୟ ୨୦ ବୟସ୍କ ହାତୀ ମରୁଥିବା ରିପୋର୍ଟ କହୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗଞ୍ଜାମ ଜିଲାରେ ୫ ବର୍ଷ ତଳେ ୧୧ଟି ବୟସ୍କ ପ୍ରଜନନକ୍ଷମ ହାତୀ ରହିଥିବାବେଳେ ଏବେ ମାତ୍ର ଗୋଟିଏ ରହିଛି। ତେଣୁ ଏହି ଜିଲାରେ ହାତୀ ବଂଶ ବିଲୁପ୍ତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
୨୦୧୭ ରାଜ୍ୟ ସରକାରଙ୍କ ହାତୀ ଗଣନା ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୧,୯୭୬ଟି ହାତୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩୪୪ ବୟସ୍କ ଅଣ୍ଡିରା ହାତୀ ଅଛନ୍ତି। ତେବେ ଓଡ଼ିଶା ଓ୍ବାଇଲ୍ଡଲାଇଫ୍‌ ସୋସାଇଟି(ଡବ୍ଲ୍ୟୁଏସ୍‌ଓ) ତଥ୍ୟ ଅନୁସାରେ, ଏହି ୫ବର୍ଷ ମଧ୍ୟରେ ଓଡ଼ିଶାରେ ୧୦୪ଟି ଦନ୍ତା ହାତୀଙ୍କ ମୃତ୍ୟୁ ହୋଇଛି, ଯେଉଁମାନଙ୍କ ବୟସ ୧୫ ଉପରେ ଥିଲା। ଶିକାର ଓ ଅପ୍ରାକୃତିକ ମୃତ୍ୟୁ ଯେପରିକି ବିଦ୍ୟୁଜନିତ, ବିଷକ୍ରିୟା, ଟ୍ରେନ୍‌ ଧକ୍କା, ରାସ୍ତାରେ ଗାଡ଼ି ଧକ୍କାରେ ଏହି ହାତୀଙ୍କ ଜୀବନ ଯାଇଛି। ଏହାକୁ ହିସାବକୁ ନେଲେ ପ୍ରତିବର୍ଷ ୨୦ଟି ବୟସ୍କ ହାତୀଙ୍କ ମୃତ୍ୟୁ ହେଉଛି। ରାଜ୍ୟ ବହୁ ଜିଲାରେ ହାତୀର ଅବସ୍ଥାନ ଏବେ ପୋଛି ହେବାରେ ଲାଗିଲାଣି। ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି, ବୌଦ୍ଧ ଓ ସୁବର୍ଣ୍ଣପୁର ଭଳି କେତେକ ଜିଲାରେ ଏପରି ସ୍ଥିତି ଦେଖାଦେଇଛି। ହାତୀ ଗଣନା ଅନୁଯାୟୀ, ଗଞ୍ଜାମ ଜିଲାରେ ମୋଟ ୫୩ଟି ହାତୀ ରହିଥିଲା ଓ ଏଥିମଧ୍ୟରୁ ୧୧ଟି ବୟସ୍କ ଦନ୍ତା ଥିଲେ। ଘୁମୁସର ଉତ୍ତର ବନଖଣ୍ଡରେ ୪ଟି ବୟସ୍କ ଦନ୍ତା ଥିବାବେଳେ ଘୁମୁସର ଦକ୍ଷିଣ ବନଖଣ୍ଡରେ ୫ ଏବଂ ବ୍ରହ୍ମପୁର ବନଖଣ୍ଡରେ ୨ଟି ବୟସ୍କ ଦନ୍ତା ରହିଥିଲେ। ତେବେ ଏହି ୫ବର୍ଷ ମଧ୍ୟରେ ଗଞ୍ଜାମ ଜିଲାରେ ୧୭ଟି ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ଏଥିମଧ୍ୟରୁ ୧୦ଟି ହେଉଛନ୍ତି ବୟସ୍କ ଦନ୍ତା। ଘୁମୁସର ଉତ୍ତର ବନଖଣ୍ଡରେ ୬ଟି, ଘୁମୁସର ଦକ୍ଷିଣ ବନଖଣ୍ଡରେ ୩ଟି ଏବଂ ବ୍ରହ୍ମପୁର ବନଖଣ୍ଡରେ ଗୋଟିଏ ବୟସ୍କ ଦନ୍ତାର ମୃତ୍ୟୁ ଘଟିଛି। ତେଣୁ ଗଞ୍ଜାମ ଜିଲାରେ ଏବେ ଆଉ ମାତ୍ର ଗୋଟିଏ ବୟସ୍କ ଦନ୍ତା ହାତୀ ରହିଛି। ଏ ସମ୍ପର୍କରେ ଡବ୍ଲ୍ୟୁଏସ୍‌ଓ ସମ୍ପାଦକ ବିଶ୍ୱଜିତ ମହାନ୍ତି କହିଛନ୍ତି, ଯେହେତୁ ପ୍ରାୟତଃ ସବୁ ବୟସ୍କ ଦନ୍ତା ହାତୀଙ୍କ ମୃତ୍ୟୁ ହୋଇଯାଇଥିବାରୁ ଗଞ୍ଜାମରେ ଏବେ ହାତୀ ବିଲୁପ୍ତ ହେବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪: ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ ଜନସାଧାରଣଙ୍କୁ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri