ଫାଇଲ ତଳେ ୨ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ

କେନ୍ଦ୍ରାପଡ଼ା,୭ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ପୌରାଞ୍ଚଳ ଡ୍ରେନେଜ ସିଷ୍ଟମର ପୁର୍ନଉଦ୍ଧାର ଏକ ସମସ୍ୟା ଭାବେ ଉଭା ହୋଇଛି ା ପୌରପାଳିକା ପକ୍ଷରୁ ଡ୍ରେନ ସଫେଇକୁ ଗୁରୁତ୍ୱ ଦିଆଯାଉଛି ା ମାତ୍ର ଏହି ସମସ୍ୟାର ସାମାଧାନ ପାଇଁ ରାଜ୍ୟ ସରକାରଙ୍କ ସହର ଉନ୍ନୟନ ବିଭାଗ ପକ୍ଷରୁ ୨ ଡ୍ରେନେଜ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ ଫାଇଲ ତଳେ ଚାପି ହୋଇରହିଛି ା ଆଗାମୀ ବର୍ଷାଋତୁ ପୂର୍ବରୁ ଏହି ପ୍ରକଳ୍ପ ଶେଷ ନ ହେଲେ ସହରର ଅର୍ଦ୍ଧାଧିକ ସ୍ଥାନ ଜଳବନ୍ଦୀ ହେବା ଆଶଙ୍କା ଦେଖାଦେଇଛି ା ତୁରନ୍ତ ଏହି ଦୁଇ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସହରବାସୀ ମତ ଦେଇଛନ୍ତି ା
୨୦୧୭ରେ ରାଜ୍ୟ ସ୍ବରେଜ ବୋର୍ଡ ଓ ଟିଟିଆଇ କନସୁଲେଟିଂ ଇଞ୍ଜିନିୟର୍ସ ସଂସ୍ଥା ପକ୍ଷରୁ ସହରର ଜଳ ନିଷ୍କାସନ ସହ ଏକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଥିଲା ା ଏହି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଇନ୍ଦୁପୁର ଅଞ୍ଚଳରେ ପ୍ରତିଷ୍ଠା ହେବାକୁ ଥିଲା ା ସେହିପରି ନଗର ଉନ୍ନୟନ ବିଭାଗ ପକ୍ଷରୁ ଡ୍ରେନେଜ ବିଭାଗ ସହାୟତାରେ ୧୯ କୋଟି ୪୭ ଲକ୍ଷ ଟଙ୍କାର ଦ୍ୱିତୀୟ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ ହୋଇଛି ା ତେବେ ଏହି ଦୁଇ ପ୍ରକଳ୍ପ କାର୍ଯ୍ୟକାରୀରେ ବହୁ ବିଳମ୍ବ ହେଲାଣି ା ଏସମ୍ପର୍କରେ ସହରର ମନୋଜ କୁମାର ସିଂହ କୁହନ୍ତି, ପ୍ରଥମ ଡ୍ରେନେଜ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ତତ୍କାଳିନ ପୌର ପରିଷଦ ଉଦ୍ୟମ କରିଥିଲା ା ଯୋଜନା ଅନୁଯାୟୀ ସହରର ଡ୍ରେନ ଓ ବର୍ଷାଜଳକୁ ଗୋବରୀ ନଦୀ ଓ କେନାଲକୁ ନ ଛାଡି ଏକ ସ୍ବତନ୍ତ୍ର ଟ୍ରେନ ମାଧ୍ୟମରେ ସହର ବାହାରେ ଏକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ ଗୃହୀତ ହେଲା ା ଏହି ପ୍ଲାଣ୍ଟରେ ମଇଳା ପାଣିକୁ ବିଶୋଧନ କରାଯାଇ ଗୋବରୀ ନଦୀ ଓ କେନାଲକୁ ଛଡାଯିବ ବୋଲି ସ୍ଥିର ହୋଇଥିଲା ା ଯାହାଦ୍ୱାରା ସହର ମଧ୍ୟ ଦେଇ ଯାଇଥିବା ନଦୀ ଓ କେନାଲ ପ୍ରଦୂଷଣ ମୁକ୍ତ ରହିବ ା ଫକୀରାବାଦର ମୀର ଅବୁ ଓବେଦା କହିଛନ୍ତି, ସାମାନ୍ୟ ବର୍ଷାରେ ସହରର ବିଭିନ୍ନ ଡ୍ରେନ ଉଛୁଳି ପଡୁଛି ା ଫଳରେ ପାଣି ସହିତ ଡ୍ରେନରେ ଥିବା ଅଳିଆ ଆବର୍ଜନା ବାହାରକୁ ଆସି ସମସ୍ୟା ସୃଷ୍ଟି କରୁଛି ା ଏହି ସମସ୍ୟା ଦୀର୍ଘଦିନ ଧରି ରହିଥିବା ସତ୍ତ୍ୱେ ଏହାର ସମାଧାନ ପାଇଁ ତତ୍ପରତା ନାହିଁ ା ବର୍ଷାଋତୁ ପୂର୍ବରୁ ଏହାର ସମାଧାନ ହେଲେ ସହରବାସୀ ଉପକୃତ ହେବେ ବୋଲି ସେ ପ୍ରକାଶ କରିଛନ୍ତି ା
୨୧ନଂ.ୱାର୍ଡର ସାମାଜିକ କର୍ମୀ ଉମେଶ ଚନ୍ଦ୍ର ପାଢ଼ୀ କହିଛନ୍ତି, ବର୍ଷା ହେଲେ ସ୍ଥାନୀୟ ସହରବାସୀଙ୍କ ବିପତ୍ତି ବଢ଼ୁଛି ା ୨୧ନଂ. ୱାର୍ଡ ସହିତ ୧୨ ଓ ୧୩ନଂ.ରେ ବର୍ଷାଜଳ ଜମି ରହୁଛି ା ସହର ମଧ୍ୟରେ ଥିବା ଜଳପଥ ଓ ଡ୍ରେନଗୁଡ଼ିକ ଜବରଦଖଲକାରୀଙ୍କ କବଳକୁ ଚାଲିଯାଇଛି ା ଫଳରେ ବର୍ଷାଜଳ ସମଗ୍ର ସହର ମଧ୍ୟରେ ସହଜ ଜୀବନଯାତ୍ରାରେ ବାଧା ସୃଷ୍ଟି କରିଛି ା ଜଳପଥ ଉପରେ ଗୃହ ନିର୍ମାଣ ପାଇଁ ଅନୁମତି ପ୍ରଦାନ ବନ୍ଦ ହେବା ସହିତ ଜବରଦଖଲକାରୀଙ୍କ ଉଚ୍ଛେଦ ଜରୁରୀ ହୋଇଛି ା ଏସମ୍ପର୍କରେ ପୌରାଧ୍ୟକ୍ଷା ସରିତା ସାହୁ କହିଛନ୍ତି, ଜଳ ନିଷ୍କାସନା ସମସ୍ୟା ସମ୍ପର୍କରେ ନିକଟରେ ସମୀକ୍ଷା ହୋଇଥିଲା ା ଏଥିସହ ସହରବାସୀଙ୍କ ପାଇଁ ସୁସ୍ଥ ପରିବେଶ ଓ ଡ୍ରେନେଜ ସିଷ୍ଟମର ଉନ୍ନତିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ା ସେହିପରି ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ କାର୍ଯ୍ୟକାରୀ ପାଇଁ ଉଦ୍ୟମ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଆଳୁ ସଙ୍କଟ, ଓଡ଼ିଶାରେ ହାହାକାର

ଭୁବନେଶ୍ୱର,୨୭।୭: ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢୁଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri