ଫାଇଲ ତଳେ ୨ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ

କେନ୍ଦ୍ରାପଡ଼ା,୭ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ପୌରାଞ୍ଚଳ ଡ୍ରେନେଜ ସିଷ୍ଟମର ପୁର୍ନଉଦ୍ଧାର ଏକ ସମସ୍ୟା ଭାବେ ଉଭା ହୋଇଛି ା ପୌରପାଳିକା ପକ୍ଷରୁ ଡ୍ରେନ ସଫେଇକୁ ଗୁରୁତ୍ୱ ଦିଆଯାଉଛି ା ମାତ୍ର ଏହି ସମସ୍ୟାର ସାମାଧାନ ପାଇଁ ରାଜ୍ୟ ସରକାରଙ୍କ ସହର ଉନ୍ନୟନ ବିଭାଗ ପକ୍ଷରୁ ୨ ଡ୍ରେନେଜ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ ଫାଇଲ ତଳେ ଚାପି ହୋଇରହିଛି ା ଆଗାମୀ ବର୍ଷାଋତୁ ପୂର୍ବରୁ ଏହି ପ୍ରକଳ୍ପ ଶେଷ ନ ହେଲେ ସହରର ଅର୍ଦ୍ଧାଧିକ ସ୍ଥାନ ଜଳବନ୍ଦୀ ହେବା ଆଶଙ୍କା ଦେଖାଦେଇଛି ା ତୁରନ୍ତ ଏହି ଦୁଇ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସହରବାସୀ ମତ ଦେଇଛନ୍ତି ା
୨୦୧୭ରେ ରାଜ୍ୟ ସ୍ବରେଜ ବୋର୍ଡ ଓ ଟିଟିଆଇ କନସୁଲେଟିଂ ଇଞ୍ଜିନିୟର୍ସ ସଂସ୍ଥା ପକ୍ଷରୁ ସହରର ଜଳ ନିଷ୍କାସନ ସହ ଏକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଥିଲା ା ଏହି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଇନ୍ଦୁପୁର ଅଞ୍ଚଳରେ ପ୍ରତିଷ୍ଠା ହେବାକୁ ଥିଲା ା ସେହିପରି ନଗର ଉନ୍ନୟନ ବିଭାଗ ପକ୍ଷରୁ ଡ୍ରେନେଜ ବିଭାଗ ସହାୟତାରେ ୧୯ କୋଟି ୪୭ ଲକ୍ଷ ଟଙ୍କାର ଦ୍ୱିତୀୟ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ ହୋଇଛି ା ତେବେ ଏହି ଦୁଇ ପ୍ରକଳ୍ପ କାର୍ଯ୍ୟକାରୀରେ ବହୁ ବିଳମ୍ବ ହେଲାଣି ା ଏସମ୍ପର୍କରେ ସହରର ମନୋଜ କୁମାର ସିଂହ କୁହନ୍ତି, ପ୍ରଥମ ଡ୍ରେନେଜ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ତତ୍କାଳିନ ପୌର ପରିଷଦ ଉଦ୍ୟମ କରିଥିଲା ା ଯୋଜନା ଅନୁଯାୟୀ ସହରର ଡ୍ରେନ ଓ ବର୍ଷାଜଳକୁ ଗୋବରୀ ନଦୀ ଓ କେନାଲକୁ ନ ଛାଡି ଏକ ସ୍ବତନ୍ତ୍ର ଟ୍ରେନ ମାଧ୍ୟମରେ ସହର ବାହାରେ ଏକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ ଗୃହୀତ ହେଲା ା ଏହି ପ୍ଲାଣ୍ଟରେ ମଇଳା ପାଣିକୁ ବିଶୋଧନ କରାଯାଇ ଗୋବରୀ ନଦୀ ଓ କେନାଲକୁ ଛଡାଯିବ ବୋଲି ସ୍ଥିର ହୋଇଥିଲା ା ଯାହାଦ୍ୱାରା ସହର ମଧ୍ୟ ଦେଇ ଯାଇଥିବା ନଦୀ ଓ କେନାଲ ପ୍ରଦୂଷଣ ମୁକ୍ତ ରହିବ ା ଫକୀରାବାଦର ମୀର ଅବୁ ଓବେଦା କହିଛନ୍ତି, ସାମାନ୍ୟ ବର୍ଷାରେ ସହରର ବିଭିନ୍ନ ଡ୍ରେନ ଉଛୁଳି ପଡୁଛି ା ଫଳରେ ପାଣି ସହିତ ଡ୍ରେନରେ ଥିବା ଅଳିଆ ଆବର୍ଜନା ବାହାରକୁ ଆସି ସମସ୍ୟା ସୃଷ୍ଟି କରୁଛି ା ଏହି ସମସ୍ୟା ଦୀର୍ଘଦିନ ଧରି ରହିଥିବା ସତ୍ତ୍ୱେ ଏହାର ସମାଧାନ ପାଇଁ ତତ୍ପରତା ନାହିଁ ା ବର୍ଷାଋତୁ ପୂର୍ବରୁ ଏହାର ସମାଧାନ ହେଲେ ସହରବାସୀ ଉପକୃତ ହେବେ ବୋଲି ସେ ପ୍ରକାଶ କରିଛନ୍ତି ା
୨୧ନଂ.ୱାର୍ଡର ସାମାଜିକ କର୍ମୀ ଉମେଶ ଚନ୍ଦ୍ର ପାଢ଼ୀ କହିଛନ୍ତି, ବର୍ଷା ହେଲେ ସ୍ଥାନୀୟ ସହରବାସୀଙ୍କ ବିପତ୍ତି ବଢ଼ୁଛି ା ୨୧ନଂ. ୱାର୍ଡ ସହିତ ୧୨ ଓ ୧୩ନଂ.ରେ ବର୍ଷାଜଳ ଜମି ରହୁଛି ା ସହର ମଧ୍ୟରେ ଥିବା ଜଳପଥ ଓ ଡ୍ରେନଗୁଡ଼ିକ ଜବରଦଖଲକାରୀଙ୍କ କବଳକୁ ଚାଲିଯାଇଛି ା ଫଳରେ ବର୍ଷାଜଳ ସମଗ୍ର ସହର ମଧ୍ୟରେ ସହଜ ଜୀବନଯାତ୍ରାରେ ବାଧା ସୃଷ୍ଟି କରିଛି ା ଜଳପଥ ଉପରେ ଗୃହ ନିର୍ମାଣ ପାଇଁ ଅନୁମତି ପ୍ରଦାନ ବନ୍ଦ ହେବା ସହିତ ଜବରଦଖଲକାରୀଙ୍କ ଉଚ୍ଛେଦ ଜରୁରୀ ହୋଇଛି ା ଏସମ୍ପର୍କରେ ପୌରାଧ୍ୟକ୍ଷା ସରିତା ସାହୁ କହିଛନ୍ତି, ଜଳ ନିଷ୍କାସନା ସମସ୍ୟା ସମ୍ପର୍କରେ ନିକଟରେ ସମୀକ୍ଷା ହୋଇଥିଲା ା ଏଥିସହ ସହରବାସୀଙ୍କ ପାଇଁ ସୁସ୍ଥ ପରିବେଶ ଓ ଡ୍ରେନେଜ ସିଷ୍ଟମର ଉନ୍ନତିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ା ସେହିପରି ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ କାର୍ଯ୍ୟକାରୀ ପାଇଁ ଉଦ୍ୟମ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?