ମୌଳିକ ସୁବିଧାରୁ ବଞ୍ଚିତ ୨ ଗ୍ରାମବାସୀ

ପୋଟେରୁ, ୨୩।୧୦(ସୌରଭ ମଣ୍ଡଳ): ପଛୁଆ ଅଞ୍ଚଳର ବିକାଶ ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଯେଉଁଥିପାଇଁ ରାଜ୍ୟର ଅନେକ ଗ୍ରାମ ବିକାଶ ଦେଖିପାରିଛି। ତେବେ ରାଜ୍ୟ ସରକାର ପଛୁଆ ଅଞ୍ଚଳର ବିକାଶ ପାଇଁ ଯେତିକି ତତ୍ପରତା ଦେଖାଉଛନ୍ତି, କେତେକ ସ୍ଥାନରେ ସ୍ଥାନୀୟ ପ୍ରଶାସନ ସେତିକି ତତ୍ପରତା ଦେଖାଉ ନାହଁି, ଫଳରେ ଆଜି ମଧ୍ୟ ଅନେକ ଗ୍ରାମରେ ମୌଳିକ ସୁବିଧା ପହଞ୍ଚି ପାରୁନି। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା କାଲିମେଳା ବ୍ଲକ ଇତାଲଗୁଡ଼ା ଏବଂ ତମଗୁଡ଼ା ଗ୍ରାମରେ।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲା କାଲିମେଳା ବ୍ଲକର ଦୁର୍ଗମ ଅଞ୍ଚଳରେ ରହୁଥିବା ୨ ଗ୍ରାମବାସୀ ଆଜି ମଧ୍ୟ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି। କାଲିମେଳା ବ୍ଲକ ଚିତ୍ରାଙ୍ଗପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଇତାଲଗୁଡ଼ା ଗ୍ରାମରେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ୨୫ ପରିବାର ବସବାସ କରୁଛନ୍ତି। ସେହିପରି ତମଗୁଡ଼ା ଗ୍ରାମରେ ପାଖାପାଖି ୩୦ ପରିବାର ବସବାସ କରନ୍ତି । ହେଲେ ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ଏହି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ, ବିଦ୍ୟାଳୟ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ଓ ପ୍ରାଥମିକ ଶିକ୍ଷା ଅପହଞ୍ଚ। ଏହି ଯୋଜନାଗୁଡିକ ଲୋକଙ୍କ ମୌଳିକ ସୁବିଧା ତଥା ଅଧିକାର ଅଟେ, ତେବେ ଏହି ମୌଳିକ ଅଧିକାର ଓ ଯୋଜନାରୁ ଗ୍ରାମବାସୀ ସମ୍ପୂର୍ଣ୍ଣ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ଗ୍ରାମରେ ଲୋକଙ୍କୁ ପକ୍କା ଘର ମିଳି ପାରୁ ନ ଥିବାରୁ ଅନେକ ଲୋକ ଆଜି ମଧ୍ୟ ଭଙ୍ଗା ଘରେ ରହୁଛନ୍ତି। ଏହା ବ୍ୟତୀତ ଶିକ୍ଷା ନିମନ୍ତେ ଅଞ୍ଚଳରେ ଅଙ୍ଗନଓ୍ବାଡି କେନ୍ଦ୍ର ଓ ବିଦ୍ୟାଳୟ ନ ଥିବାରୁ ପିଲାଏ ଶିକ୍ଷା ଅଧିକାରରୁ ବଞ୍ଚିତ ହେଉଛନ୍ତି।
ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ବିଭିନ୍ନ ଜନ ପ୍ରତିନିଧି ଓ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନାହି ବୋଲି ଅଭିଯୋଗ କରିଛନ୍ତି। ଏନେଇ କାଲିମେଳା ବିଡିଓ ପ୍ରଦୀପ କୁମାର କରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଯଥାଶୀଘ୍ର ସେ ନିଜେ ଉକ୍ତ ଗ୍ରାମକୁ ଯାଇ ସମୀକ୍ଷା କରିବେ । ଲୋକଙ୍କ ପାଇଁ ସରକାରୀସ୍ତରରେ ଅନେକ ଯୋଜନା ରହିଛି, ତେଣୁ ଏହି ଅଞ୍ଚଳରେ ଯେଉଁ ସବୁ ସମସ୍ୟା ରହିଛି ସେଗୁଡିକୁ ଯଥା ଶୀଘ୍ର ସରକାରୀ ବ୍ୟବସ୍ଥା ଅନୁଯାୟୀ ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri