୨ ‘ଭି’, ୩ ‘ଟି’ ସୁରକ୍ଷା ଦେବ

ଭୁବନେଶ୍ୱର, ୧୯ା୪(ବ୍ୟୁରୋ):ଓଡ଼ିଶାର କରୋନା ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ମନୋଜ କୁମାର ସାହୁ କହିଛନ୍ତି, ଭାରତରେ ବିଗତ ୧୦ଦିନ ମଧ୍ୟରେ ସଂକ୍ରମଣ ସଂଖ୍ୟା ଦ୍ବିଗୁଣିତ ହେବା ସମସ୍ତଙ୍କର ଚିନ୍ତା ବଢାଇଛି। ସରକାର ଏକୁଟିଆ ଚାହିଁଲେ ଏ ଯୁଦ୍ଧ ଜିତିପାରିବେ ନାହିଁ। ଦ୍ୱିତୀୟ ଲହରରେ ଶୀଘ୍ର ଲକ୍ଷଣ ଆସୁଥିବା ଏବଂ ଶୀଘ୍ର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ନଷ୍ଟ ହେଉଥିବାରୁ ମୁକାବିଲା ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି। ଏଥିସହିତ ସୁରକ୍ଷିତ ରହିବାକୁ ହେଲେ ଦୁଇଟି ‘ଭି’(Social Vaccine & Ventilation) ଓ ତିନୋଟି ‘ଟି’ (Testing, Tracking & Treatment)ର ମନ୍ତ୍ର ଦେଇଛନ୍ତି ଡା. ସାହୁ। ଅଧିକ ଟିକା ଉତ୍ପାଦନ ଓ ଟିକାକରଣକୁ ଗୁରୁତ୍ୱ ଦେଇ ସେ କହିଛନ୍ତି, ପ୍ରଥମ ଅପେକ୍ଷା ଦ୍ୱିତୀୟ ଲହରରେ ୧ ରୁ ୫ ବର୍ଷ ଶିଶୁଙ୍କୁ ଅଧିକ ସଂକ୍ରମଣ ହେଉଥିବାବେଳେ ଭାରତରେ ୨୦ ରୁ ୪୦ ବର୍ଷର ବ୍ୟକ୍ତି ମଧ୍ୟ ବହୁ ସଂକ୍ରମିତ ହେଉଛନ୍ତି। କିନ୍ତୁ ସରକାରଙ୍କ ଦ୍ୱାରା କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଟିକାକରଣ କରାଯାଉଛି। କିନ୍ତୁ ଏହା ଯଥେଷ୍ଟ ନୁହେଁ। ବର୍ତ୍ତମାନ ଭାରତରେ ମାତ୍ର ୧.୧ପ୍ରତିଶତ ଲୋକଙ୍କୁ ଟିକାକରଣ କରାଯାଇପାରିଥିବାବେଳେ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଭାରତ ବାୟୋଟେକ୍‌ ଇନଷ୍ଟିଚ୍ୟୁଟ୍‌ ୨ଟି ସଂସ୍ଥା ଟିକା ପ୍ରସ୍ତୁତ କରାଉଛନ୍ତି। ସିରମ ଇନଷ୍ଟିଚ୍ୟୁଟ ଗୋଟିଏ ମାସରେ ୭୦ ମିଲିୟନ ଓ ଭାରତ ବାୟୋଟେକ ଇନଷ୍ଟିଚ୍ୟୁଟ୍‌ ୧୦ମିଲିୟନ ଟିକା ପ୍ରସ୍ତୁତ କରିପାରୁଛନ୍ତି। ମାତ୍ର ଆମକୁ ଦୈନିକ ୩୫ ଲକ୍ଷ ହାରରେ ମାସକୁ ୧୦ କୋଟି ଟିକାର ଆବଶ୍ୟକତା ରହିଛି। ତେଣୁ ସରକାର ଟିକା ପ୍ରସ୍ତୁତି ଏବଂ ଆମଦାନୀ ଉପରେ ଗୁରୁତ୍ୱ ଦେଇ ସବୁ ବର୍ଗର ଲୋକଙ୍କୁ ଟିକାକରଣ କରାଇବା ସମେତ ଦୁଇଟି ‘ଭି’ ଏବଂ ତିନୋଟି ‘ଟି’ ମାନି ଚାଲିଲେ ଆମେ ସଂକ୍ରମଣରୁ ରକ୍ଷା ପାଇପାରିବା ବୋଲି ଡା. ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଆଶଙ୍କାରେ ରାବଣପୋଡ଼ି, ଏଯାଏ ମିଳିନି ଅନୁମତି

ଭୁବନେଶ୍ୱର,୫।୧୦(ବ୍ୟୁରୋ): ଦଶହରା ପର୍ବର ମୁଖ୍ୟ ଆକର୍ଷଣ ହେଉଛି ରାବଣପୋଡ଼ି। ତେବେ ଚଳିତ ବର୍ଷ ରାଜଧାନୀରେ ରାବଣପୋଡ଼ି ଉତ୍ସବ ହେବ କି ନାହିଁ ସେ ନେଇ ଆଶା...

ଏ ବର୍ଷ ହେବନି ବିଦ୍ୟୁତ୍‌ କାଟ: ମନ୍ତ୍ରୀ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଚଳିତ ବର୍ଷ ବିଦ୍ୟୁତ୍‌ କାଟ ହେବ ନାହିଁ। ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବୈଷୟିକ ତ୍ରୁଟି ପାଇଁ...

ସିସିଟିଭିରେ କାଦୁଅ ଲଗାଇ ଏଟିଏମ୍‌ ଲୁଟ୍‌ ଉଦ୍ୟମ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜଧାନୀରେ ଥିବା ବ୍ୟାଙ୍କ୍‌ ଓ ଏଟିଏମ୍‌ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି। ଲୁଟେରାମାନେ ଆଉ ଏକ ଏଟିଏମ୍‌କୁ ଟାର୍ଗେଟ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି।...

ବାଲେଶ୍ୱର ଉପନିର୍ବାଚନ: ଭୋଟ ଦେବାପାଇଁ ଲାଇନ୍‌ରେ କଂଗ୍ରେସ ପ୍ରାର୍ଥୀ

ବାଲେଶ୍ୱର ଅଫିସ, ୩।୧୧: ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ଭୋଟ ଦେବା ପାଇଁ...

ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ, ୧୦ ଜିଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଗାଇଡ୍‌ଲାଇନ୍‌ ଜାରି...

ପାମ୍ପଡ଼ ବ୍ୟବସାୟୀଙ୍କ ନାଁରେ ୧୩ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ

ରାଉରକେଲା ଅଫିସ,୧୫।୧: ଇସ୍ପାତ ସହରରେ ଜିଏସ୍‌ଟି ଠକେଇ ଥମିବାର ନାଁ ନେଉନି। ଶୁକ୍ରବାର ପୁଣି ବାଲୁଘାଟ ନୂଆ ବସ୍ତିର ମହିଳା ଝୁନୁ ପ୍ରଧାନଙ୍କ ନାମରେ ଏହି...

ଗୀତ ମାଧ୍ୟମରେ କରୋନା ସଚେତନତା

କଟକ ଅଫିସ,୨୭ା୪: କରୋନା ମହାମାରୀ ପାଇଁ ସମଗ୍ର ବିଶ୍ୱ ଭୟଭୀତ। ଏପର୍ଯ୍ୟନ୍ତ ଏହାର ନିରାକରଣ ପାଇଁ ଟିକା କିମ୍ବା ଔଷଧ ବାହାରି ନ ଥିବାରୁ ସ୍ବଚ୍ଛତା,...

କ୍ୟାବିନେଟ୍‌ ବୈଠକ ଆଜି

ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ବୁଧବାର ୫ଟା ୩୦ମିନିଟ୍‌ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭିଡିଓ କନ୍‌ଫରେନ୍ସରେ ହେବାକୁ...

Advertisement
Archives

Model This Week