ରାଜଧାନୀରୁ ଯୁକ୍ତ ୨ ଛାତ୍ର ନିଖୋଜ

ଭୁବନେଶ୍ୱର,୨୮।୮(ବ୍ୟୁରୋ): ରାଜଧାନୀରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଦିିନକୁ ଦିନ ରାଗିଂ ଘଟଣା ବଢ଼ିବାରେ ଲାଗିଥିବାବେଳେ ଏବେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଟିଆର ଏକ ଘରୋଇ କଲେଜରେ ଯୁକ୍ତ ୨ରେ ପଢ଼ୁଥିବା ଜଣେ ଛାତ୍ର ନିଖୋଜ ହୋଇଛନ୍ତି। ନିଖୋଜ ଛାତ୍ରଜଣଙ୍କ ହେଲେ ବାଲେଶ୍ୱର ଜିଲାର ହୃଦୟେଶ ପଣ୍ଡା (୧୬)। ଛାତ୍ରଙ୍କ ନିଖୋଜ ହେବା ନେଇ ପରିବାର ଲୋକଙ୍କ ପକ୍ଷରୁ ଚନ୍ଦ୍ରଶେଖପୁର ଥାନାରେ ଅଭିଯୋଗ ହୋଇଛି। ବକେୟା ଅର୍ଥ ଦେଇ ନ ଥିବାରୁ କଲେଜର ଚେୟାରମ୍ୟାନ ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ଦେବା ସହ ଗାଳିଗୁଲଜ ଓ ମାଡ଼ ମାରିଥିବା ଯୋଗୁଁ ହୃଦୟେଶ ନିଖୋଜ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ କଲେଜ ଅଧ୍ୟକ୍ଷଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରାଯାଇଛି। ଶନିବାର ସକାଳୁ ହୃଦୟେଶଙ୍କ କୌଣସି ପତ୍ତା ମିଳୁ ନ ଥିବା ବାପା ରାମକୃଷ୍ଣ ପଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା (ନଂ. ୨୯୭/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ହୃଦୟେଶ ଯେଉଁ ନମ୍ବରରୁ ଫୋନ କରିଥିଲେ ସେ ନମ୍ବର କାହାର ତାକୁ ଯାଞ୍ଚ କରିବା ସହ ଖୋଜା ଚାଲିଛି। ସେହିପରି ଅଭିଯୋଗ ପରେ ପୋଲିସ ଉକ୍ତ କଲେଜକୁ ଯାଇ ଅଧ୍ୟକ୍ଷଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି ।
ସୂଚନାମୁତାବକ ରାମକୃଷ୍ଣଙ୍କ ପୁଅ ହୃଦୟେଶ ପଟିଆସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରେ ରହି ଯୁକ୍ତ ୨ ବିଜ୍ଞାନରେ ପାଠ ପଢ଼ନ୍ତି। ତାଙ୍କର ଏହା ଦ୍ୱିତୀୟ ବର୍ଷ ଥିଲା। ଶୁକ୍ରବାର ସାରେ ହୃଦୟେଶ ଏଠାରେ ଭଲ ଲାଗୁନି କହି ତାଙ୍କୁ ଘରକୁ ନେଇଯିବାକୁ ବାପାଙ୍କୁ ଫୋନ କରି କହିଥିଲେ। ଏପରି କି ତାଙ୍କୁ ହଷ୍ଟେଲରେ ମାଡ଼ ମରାଯିବା ସହ ରାଗିଂ କରାଯାଇଥିବା ବାପାଙ୍କୁ କହିଥିଲେ। ପୁଅ କଥା ଶୁଣି ରାମକୃଷ୍ଣ ଶନିବାର ସକାଳେ କଲେଜ ହଷ୍ଟେଲରେ ପହଞ୍ଚତ୍ଥିଲେ। ହେଲେ ହଷ୍ଟେଲରେ ପୁଅକୁ ନ ପାଇ କୁଆଡ଼େ ଗଲା ବୋଲି ହଷ୍ଟେଲ କର୍ମଚାରୀ ଏବଂ ଅନ୍ତେବାସୀଙ୍କୁ ପଚାରିଥିଲେ। ହେଲେ କେହି କିଛି ନ କହିପାରିବାରୁ ରାମକୃଷ୍ଣ ଏନେଇ ପୋଲିସରେ କହିବେ ବୋଲି କଲେକ କର୍ମଚାରୀଙ୍କୁ କହିବାରୁ ସେମାନେ ଓଲଟା ବକେୟା ଫି’ ଆଗ ଦିଅ ତା’ପରେ ଯେଉଁଠି ଅଭିଯୋଗ କରିବ କର ବୋଲି କହିଥିଲେ। ଏହାଶୁଣିବା ପରେ କିଛି ସମୟ ହୃଦୟେଶଙ୍କ ପରିବାର ଲୋକ ଏବଂ କଲେଜ ଅଧ୍ୟକ୍ଷଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ଗୁପ୍ତେଶ୍ୱର ଶୈବପୀଠରେ ଏକାଠି ହେଲେ ୧୯୮୨ ମାଟ୍ରିକ ବ୍ୟାଚର ଛାତ୍ର, ସରକାରୀ ସ୍କୁଲର ଅଭାବ….

ଦିଗପହଣ୍ଡି,୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ୧୯୮୨ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରସଂଘର ଆଲୋଚନା ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ…

ସରିଲା ମା’ ଫୁଲସୁନ୍ଦରୀଙ୍କ ଠାକୁରାଣୀ ଯାତ୍ରା, ମନ୍ଦିରକୁ ଫେରିଲେ ଫୁଲସୁନ୍ଦରୀ-ବରାହୀ ଠାକୁରାଣୀ

ପୁରୁଷୋତ୍ତମପୁର,୭।୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଚାଲିଥିବା ମା’ ଫୁଲସୁନ୍ଦରୀଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ଉଦଯାପନ ହୋଇଛି । ରାତିରେ ମା’ ଫୁଲସୁନ୍ଦରୀ ଓ ମା’ ବରାହୀ…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

ଏୟାରଫୋର୍ସ Y ଗ୍ରୁପ ପରୀକ୍ଷା, ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କଲେ ଆସୁରାଳୀର ସୌରଜ୍ୟୋତି ଦାସ

ତିହିଡ଼ି,୭ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକର ଆସୁରାଳୀ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଅସୁରାଳିର ଯୁବ ପ୍ରତିଭା ସୌରଜ୍ୟୋତି ଦାସ । ପ୍ରଥମ…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri