Posted inଜାତୀୟ

ଅକ୍ସିଜେନ ସମ୍ପର୍କରେ ପଚାରିବାରୁ କ୍ୟାମେରା ଆଗରେ ଧମକ ଦେଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୪ : କୋଭିଡ୍‌ ଆକ୍ରାନ୍ତଙ୍କ ପରିବାରବର୍ଗ ଅକ୍ସିଜେନ ସମ୍ପର୍କରେ ପଚାରିବାରୁ କ୍ୟାମେରା ଆଗରେ ୨ ଚାପୁଡ଼ା ମାରିବାକୁ ଧମକ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରହଲାଦ ପଟେଲ।

ଆମେ ହତାଶ ହୋଇପଡ଼ିଲୁଣି। ଆମକୁ ଅକ୍ସିଜେନ ସିଲିଣ୍ଡର ମିଳି ନାହିଁ। ସେମାନେ ଯଦି ଅକ୍ସିଜେନ ଯୋଗାଇ ପାରିବେ ନାହିଁ ତାହେଲେ କାହିଁକି କହୁ ନାହାନ୍ତି ବୋଲି ମଧ୍ୟପ୍ରଦେଶର ଦାମୋହ ହସ୍ପିଟାଲ ବାହାରେ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଜଣେ କୋଭିଡ୍‌ ଆକ୍ରାନ୍ତଙ୍କ ସମ୍ପର୍କୀୟ। ଏହାର ଉତ୍ତରରେ ଲୋକସଭାରେ ଦାମୋହରୁ ପ୍ରତିନିଧିତ୍ୱ କରୁଥିବା ଭାଜପା ଏମ୍‌ପି କହିଥିଲେ, ଏମିତି କହିଲେ ତୁମେ ୨ଟି ଚାପୁଡ଼ା ଖାଇବ।

ମୋ ମା’ ମେଡିକାଲରେ ପଡ଼ିଛି। ମୋତେ ଏହା ହିଁ ମିଳିବ ବୋଲି ଉକ୍ତ ବ୍ୟକ୍ତି ଜଣଙ୍କ କହିଥିଲେ। ଏହାପରେ ତୁମକୁ କେହି ସିଲିଣ୍ଡର ନେବାକୁ ମନା କଲା ବୋଲି ପ୍ରଶ୍ନ କରିଥିଲେ କେନ୍ଦ୍ର ମନ୍ତ୍ରୀ। ଜବାବରେ ‘ହଁ ସେମାନେ ମନା କଲେ। ଆମକୁ କେବଳ ୫ ମିନିଟ୍‌ ପାଇଁ ଅକ୍ସିଜେନ ମିଳିଲା। ଏହାଠୁ ମନା କରିବା ଭଲ’ ବୋଲି କହିଥିଲେ ବ୍ୟକ୍ତି ଜଣକ। ଦାମୋହ ଜିଲା ହସ୍ପିଟାଲ ବାହାରେ ଏହି ଘଟଣା ଘଟିଛି। ଏହି କୋଭିଡ୍‌ ଚିକିତ୍ସ କେନ୍ଦ୍ରରେ ମଙ୍ଗଳବାର ଆକ୍ରାନ୍ତଙ୍କ ସମ୍ପର୍କୀୟମାନେ ଅକ୍ସିଜେନ ସିଲିଣ୍ଡର ଚୋରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗରିବଙ୍କ ପେଟକୁ ଜୁଟୁନି ଦାନା: ଖତ ଖାଇଗଲା ୧୨୬୫ କ୍ୱିଣ୍ଟାଲ ଗହମ

ଭୋପାଳ, ୧୫।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। କାମଧନ୍ଧା ନ କରି ପାରି ଗରିବଙ୍କ ପେଟକୁ ଦାନା ଜୁଟୁନି। ଏପରିସ୍ଥଳେ ପ୍ରଶାସନର...

ଉଭୟ ଗୃହ ସାଇନ୍‌-ଏ-ଡାଏ

ନୂଆଦିଲ୍ଲୀ,୧୪।୧୨(ପି.ଟି.): ପାର୍ଲାମେଣ୍ଟର ଉଭୟ ଗୃହକୁ ଶୁକ୍ରବାର ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଚଳିତ ଶୀତ ଅଧିବେଶନରେ ଲୋକ ସଭା ୧୩୦ ଘଣ୍ଟା ୪୫ ମିନିଟ କାର୍ଯ୍ୟ କରିଥିବା...

ମମତାଙ୍କୁ ସ୍ବାଗତ କଲେ ଅଖିଳେଶ

ଲକ୍ଷ୍ନୌ,୫।୧୨: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଜାତୀୟ ରାଜନୀତିରେ ଟିଏମ୍‌ସିର ପତିଆରା ବୃଦ୍ଧିକୁ ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ଭାବ୍ୟ ବିକଳ୍ପକୁ ସ୍ବାଗତ...

ଗାଁର ପ୍ରତିଘରେ ଅଛନ୍ତି ଯବାନ: ଶିବାଜୀଙ୍କ ଶାସନ କାଳରୁ ସେନାରେ ଯୋଗଦେବା ରହିଛି ପରମ୍ପରା

ମୁମ୍ବାଇ,୧୮।୮: ମହାରାଷ୍ଟ୍ରର ସାତାରା ଜିଲାରେ ରହିଥିବା ଏକ ଗାଁରେ ପ୍ରତିଘରୁ କେହି ନା କେହି ଜଣେ ଭାରତୀୟ ସେନାରେ ଅଥବା ବିଏସ୍‌ଏଫ୍‌ରେ ଯୋଗଦେଇଛନ୍ତି। ଏହି ଗାଁ...

ସୋସିଆଲ ମିଡିଆ ଛାଡିବେ ମୋଦି: ଟ୍ରେଣ୍ଡ କରୁଛି ‘ହାସ ନୋସାର୍‌’

ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସୋସିଆଲ ମିଡିଆ ଛାଡିବା କଥା ଚିନ୍ତା କରୁଛନ୍ତି ବୋଲି କହିଥିଲେ। ଟୁଇଟ୍‌ କରି ସେ ଫେସବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ...

୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ିଲା ଆଂଶିକ ଲକ୍‌ଡାଉନ୍‌…

ଆଇଜଲ୍‌,୬।୯: ମିଜୋରାମ ସରକାର ଆଇଜଲ ମ୍ୟୁନିସିପାଲିଟି କର୍ପୋରେସନ ଅଞ୍ଚଳରେ ଆଂଶିକ ଲକ୍‌ଡାଉନ ଘୋଷଣା କରିବା ସହିତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ କୋଭିଡ ସମ୍ବନ୍ଧୀୟ କଟକଣାକୁ ସେପ୍ଟେମ୍ବର...

ପୁଅ କଲେ ଗାଡି ଦୁର୍ଘଟଣା, ପୋଲିସକୁ ଫୋନ୍‌ କରି ଡାକିଲେ ଏମ୍‌ପି

କୋଲକାତା, ୧୬।୮: ଭାଜପା ଏମ୍‌ପି ରୂପା ଗାଙ୍ଗୁଲୀଙ୍କ ପୁଅ ଆକାଶ ମୁଖାର୍ଜୀ ପୋଲିସ୍‌ ଅଟକ ରଖିଛି। ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଅଭିଯୋଗରେ ପୋଲିସ ତାଙ୍କୁ...

ମୋଦିଙ୍କ ଗୁଣଗାନ କଲେ ବିଚାରପତି

ନୂଆଦିଲ୍ଲୀ,୭ା୨: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ସବୁଠୁ ପ୍ରିୟ, ଲୋକପ୍ରିୟ, ଜୀବନ୍ତ ଓ ଦୂରଦର୍ଶୀ ନେତା ଭାବେ ଅଭିହିତ କରିଛନ୍ତି। ଗୁଜରାଟ...

Advertisement
Archives

Model This Week