Posted inଖେଳ

୨ କ୍ରିକେଟର ଟିମରୁ ବାହାର, ସୌରଭ ଗାଙ୍ଗୁଲିଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ…

କୋଲକାତା,୩।୧୨ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଟିମ ଇଣ୍ଡିଆକୁ ଏଠାରେ କ୍ରିକେଟର ତିନୋଟି ଫର୍ମାଟରେ ଅଂଶଗ୍ରହଣ କରିବାକୁ ପଡିବ। ଭାରତୀୟ ଦଳ ପ୍ରଥମେ ଆୟୋଜକ ଦଳ ସହିତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଏହା ପରେ ଏକଦିବସୀୟ ସିରିଜ ଆରମ୍ଭ ହେବ। ଏହି ଦୁଇଟି ଫର୍ମାଟ ପରେ ଦୁଇ ଦଳ ମଧ୍ୟରେ ଦୁଇଟି ମ୍ୟାଚ ଟେଷ୍ଟ ସିରିଜ ଖେଳାଯିବ ।

ଟେଷ୍ଟ ସିରିଜ ପାଇଁ ୧୫ ଜଣିଆ ଭାରତୀୟ ଦଳ ମଧ୍ୟ ଘୋଷଣା କରାଯାଇଛି, କିନ୍ତୁ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରାଙ୍କ ନାମ ଏହି ତାଲିକାରେ ନାହିଁ । ଏହା ପରେ ଏହି ଦୁଇ ଖେଳାଳିଙ୍କ ଭବିଷ୍ୟତ ବିଷୟରେ ନିରନ୍ତର ଆଲୋଚନା ହେଉଛି।

କେତେକ ବହୁଛନ୍ତି ଏହି ଦୁଇ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିବା ଉଚିତ। ଏଥି ସହିତ, କେତେକ ଭେଟେରାନ ମତ ଦେଇଛନ୍ତି ଚୟନକର୍ତ୍ତାଙ୍କ ନିଷ୍ପତ୍ତି ଠିକ ଏବଂ ଟିମ ଇଣ୍ଡିଆ ବର୍ତ୍ତମାନ ଭବିଷ୍ୟତ ଖେଳାଳିଙ୍କ ଉପରେ ଧ୍ୟାନ ଦେବା ଉଚିତ।

ଦେଶର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ତାଙ୍କ ମତାମତ ଦେଇଛନ୍ତି। ଏକ ସାକ୍ଷାତକାର ସମୟରେ ଯେତେବେଳେ ତାଙ୍କୁ ପଚରାଯାଇଥିଲା ଆଫ୍ରିକୀୟ ଗସ୍ତରେ ଟେଷ୍ଟ ସିରିଜ ପାଇଁ ରାହାଣେ ଏବଂ ପୂଜାରା ଭାରତୀୟ ଦଳରେ ସ୍ଥାନ ପାଇବା ଉଚିତ କି? ସେ ବହୁତ ସୁନ୍ଦର ଢଙ୍ଗରେ ଏହାର ଉତ୍ତର ଦେଇଥିଲେ।

ପୂର୍ବତନ ଅଧିନାୟକ କହିଥିଲେ, କିଛି ସମୟ ପରେ ଦଳକୁ ନୂଆ ପ୍ରତିଭା ଦରକାର । ବର୍ତ୍ତମାନ ଦଳରେ ଅନେକ ପ୍ରତିଭାଶାଳୀ ଖେଳାଳି ଅଛନ୍ତି । ଦଳ ବର୍ତ୍ତମାନ ଆଗକୁ ବ ଢିବା ଆବଶ୍ୟକ । ପୂଜାରା ଏବଂ ରାହାଣେ ଦେଶ ପାଇଁ ଅନେକ କ୍ରିକେଟ ଖେଳିଛନ୍ତି। ଏହି ଅବଧି ମଧ୍ୟରେ ସେମାନେ ଅନେକ ମ୍ୟାଚ ଜିତିଛନ୍ତି, କିନ୍ତୁ ବର୍ତ୍ତମାନ ସମୟ ତାଙ୍କ ପାଇଁ ନୁହେଁ । ଏହା ସମସ୍ତଙ୍କ ସହିତ ଘଟେ । ସେ ମାନେ ଦେଶ ପାଇଁ ଯାହା କରିଛନ୍ତି ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେବାକୁ ଚାହେଁ।

ଦକ୍ଷିଣ ଆଫ୍ରିକା ଯାତ୍ରା ପାଇଁ ୧୫ ଜଣିଆ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳରେ
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ଶ୍ରେୟସ ଆୟର, ଋତୁରାଜ ଗାଇକ୍ୱାଡ, ଇଶାନ କିଶନ (ୱିକେଟ କିପର), କେ.ଏଲ ରାହୁଲ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ) ଏବଂ ପ୍ରସିଦ କୃଷ୍ଣା ପ୍ରମୁଖ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷଣ୍ଢକୁ ଆକ୍ରମଣ କରି ଖାଇଲା କୁମ୍ଭୀର

ରାଜନଗର, ୧୮।୮ (ଭାସ୍କର ରାଉତରାୟ): ବନ୍ୟା ଆସିବା ଯୋଗୁ ଏବେ ବଉଳା କୁମ୍ଭୀରଙ୍କ ଆତଙ୍କ ବଢ଼ିଛି। ବନ୍ୟା ପ୍ରପୀଡ଼ିତ ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ଭିତରକନିକା ଜାତୀୟ…

ଇମ୍ରାନ ଖାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ଇସଲାମାବାଦ,୧୮।୮: ଜେଲରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ପାକିସ୍ତାନ ସର୍ବୋଚ୍ଚ କୋର୍ଟ ମଙ୍ଗଳବାର ପାକ୍‌ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।…

୨୦୨୭ ନିର୍ବାଚନ ପାଇଁ ଭାଜପାର ମାଷ୍ଟରପ୍ଲାନ୍‌: ବିରୋଧୀ ମହଲରେ ହଟଚମଟ

ନୂଆଦିଲ୍ଲୀ, ୧୮।୮: ଭାଜପା ଉତ୍ତର ପ୍ରଦେଶରେ ସଂଗଠନର ଦାୟିତ୍ୱ ବରିଷ୍ଠ ନେତା ବିନୋଦ ତାୱଡେଙ୍କୁ ଦେଇଛି। ତାଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ନିଯୁକ୍ତ କରାଯାଇଛି। ଏଥିରୁ ସଙ୍କେତ…

ଶୁକ୍ର-ଶନିଙ୍କ ବଡ଼ ଯୋଗ: ଏହି ୪ ରାଶି ପାଇଁ ସୁବର୍ଣ୍ଣ ସୁଯୋଗ, ଘଟିବ ଏଭଳି ଯାହା କେବେ…

ଶୁକ୍ର ଗ୍ରହ ଏବଂ ଶନି ଗ୍ରହ ୨୧ ଅଗଷ୍ଟ ୨୦୨୬, ଶୁକ୍ରବାର ସନ୍ଧ୍ୟା ୬ଟା ୧୦ ମିନିଟରେ ପରସ୍ପର ୧୮୦ ଡିଗ୍ରୀରେ ଅବସ୍ଥାନ କରିବେ। ଏହି ସମୟରେ…

ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା: ଅଧା କିଲୋମିଟର ଖଟିଆରେ ବୁହା ହେଲେ ପ୍ରସୂତି

ଲାଞ୍ଜିଗଡ, ୧୮।୮ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବାତେରପଡ଼ା ଗାଁର ମାଝୀପଡ଼ା ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଠାରେ…

ଝିପିଝିପି ବର୍ଷାରେ ଧାନ ରୁଆ: ଚାଷୀ ମନରେ ଖେଳିଗଲା ଖୁସିର ଲହରୀ

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଝିପିଝିପି ବର୍ଷା ଲାଗି ରହିଛି। ଲଘୁଚାପଜନିତ ବର୍ଷା ହେଉଛି। ଚାଷୀ ମନରେ ଖୁସିର ଲହରି ଖେଳି ଯାଉଛି। ଝିପି…

୧୦୦ ବର୍ଷ ମଧ୍ୟରେ ପ୍ରଥମ: ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୮।୮: କୋରମ ଅଭାବରୁ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ (AGM) ସ୍ଥଗିତ ରଖାଯାଇଛି। ବୈଠକ ପାଇଁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଉପସ୍ଥିତ ନଥିଲେ, ଯାହା ଫଳରେ…

୬୨୦ ଫୁଟ ଟପିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ୍‌

ସମ୍ବଲପୁର,୧୮।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri