ଭାରତରେ ନୂଆ ପ୍ରଜାତିର ଏଣ୍ଡୁଅ ଆବିଷ୍କୃତ: ଗବେଷଣା ଟିମ୍‌ରେ ୨ ଓଡ଼ିଆ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଭାରତରେ ଏକ ନୂଆ ପ୍ରଜାତିର ଏଣ୍ଡୁଅ ଆବିଷ୍କୃତ ହୋଇଛି। ଏହି ନୂଆ ପ୍ରଜାତି ଏଣ୍ଡୁଅର ନାମକରଣ ଓଡ଼ିଶାର ବିଖ୍ୟାତ ହରପେଟୋଲୋଜିଷ୍ଟ ପ୍ରଫେସର ସୁଶୀଲ ଦତ୍ତଙ୍କ ନାମ ଅନୁସାରେ ରଖାଯାଇଛି। ଏହି ନୂଆ ପ୍ରଜାତି ଏଣ୍ଡୁଅର ବୈଜ୍ଞାନିକ ନାମ ସିଟାନା ସୁଶିଲି ରଖାଯାଇଛି। ଭାରତର ୪ଟି ରାଜ୍ୟରେ ଯଥା ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଏହି ନୂଆ ପ୍ରଜାତିର ଏଣ୍ଡୁଅକୁ ଗବେଷକମାନେ ଦେଖିଛନ୍ତି। ବିଶିଷ୍ଟ ଟାକ୍ସୋନୋମି ଜର୍ନାଲ ଜୁଟାକ୍ସାରେ ଶୁକ୍ରବାର ଏହି ଗବେଷଣା ପ୍ରକାଶିତ ହୋଇଛି। ଭାରତ, ଜର୍ମାନୀ ଓ ଇଂଲଣ୍ଡର ୫ ଜଣ ଗବେଷକ ଏହି ନୂଆ ପ୍ରଜାତିକୁ ଆବିଷ୍କାର କରିବାରେ ସଫଳ ହୋଇଛନ୍ତି। ଇଂଲଣ୍ଡର ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ ଏବଂ ଜର୍ମାନୀ ମ୍ୟୁଜିୟମ, ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଡେରାଡୁନର ୱାଇଲ୍ଡ୍‌ଲାଇଫ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ଏବଂ ମଧ୍ୟପ୍ରଦେଶର ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ମିଳିତ ଗବେଷଣାରୁ ଏହି ସଫଳତା ମିଳିଛି। ଏଥିପାଇଁ ଗବେଷକମାନେ ଏଣ୍ଡୁଅର ଡିଏନ୍‌ଏ ଟେଷ୍ଟ ମଧ୍ୟ କରିଥିଲେ। ଏହି ସିଟାନା ସୁଶିଲି ଏକ କ୍ଷୁଦ୍ର ଏଣ୍ଡୁଅ ଯାହାର ସର୍ବାଧିକ ଏସ୍‌ଭିଏଲ ଲମ୍ବ ୪୮ମି.ମି. ହୋଇଥାଏ। ଏହାର ମୁଣ୍ଡ ବାଦାମୀ ରଙ୍ଗର ହେବା ସହ ଆଖି ପଛରୁ ଆରମ୍ଭ ହୋଇଥିବା ଏକ ଗାଢ଼ ବାଦାମୀ ଅନିୟମିତ ରେଖା ଲମ୍ବିଥାଏ। ଏହି ଗବେଷକ ଟିମରେ ୨ଜଣ ଓଡ଼ିଆ ଅଛନ୍ତି। ସେମାନେ ହେଲେ ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ନୀଳାଦ୍ରି ଭୂଷଣ କର ଏବଂ ମଧ୍ୟପ୍ରଦେଶସ୍ଥିତ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ବୈଜ୍ଞାନିକ ଡ. ପ୍ରତ୍ୟୁଷ ପି. ମହାପାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri