Posted inଖେଳ

କଳିଙ୍ଗରେ ୨ ଜାତୀୟ ହକି ଟୁର୍ନାମେଣ୍ଟ

ଭୁବନେଶ୍ୱର,୮।୩: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଗକୁ ଦୁଇଟି ଜାତୀୟ ହକି ଚାମ୍ପିୟନଶିପ୍‌ ଆୟୋଜନ ହେବ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ନାଭାଲ ଟାଟା ହକି ଏକାଡେମୀର ମିଳିତ ଆନୁକୂଲ୍ୟରେ ପ୍ରଥମ ହକି ଇଣ୍ଡିଆ ଜୁନିୟର ମହିଳା ଏକାଡେମୀ ଜାତୀୟ ଚାମ୍ପିୟନଶିପ୍‌ ଓ ପ୍ରଥମ ହକି ଇଣ୍ଡିଆ ସବ୍‌ଜୁନିୟର ମହିଳା ଏକାଡେମୀ ଜାତୀୟ ଚାମ୍ପିୟନଶିପ୍‌ ଆୟୋଜନ ହେବ। କଳିଙ୍ଗ ଷ୍ଟାଡିୟମରେ ମାର୍ଚ୍ଚ ୧୭ ତାରିଖରୁ ଏହି ଦୁଇଟି ଟୁର୍ନାମେଣ୍ଟ ଆରମ୍ଭ ହେବ ।
ଜୁନିୟର ମହିଳା ଏକାଡେମୀ ଜାତୀୟ ଚାମ୍ପିୟନଶିପ୍‌ ୧୭ରୁ ୨୬ ମାର୍ଚ୍ଚ ମଧ୍ୟରେ ଆୟୋଜନ ହେବ। ସେହିପରି ସବ୍‌ ଜୁନିୟର ମହିଳା ଏକାଡେମୀ ଜାତୀୟ ଚାମ୍ପିୟନଶିପ୍‌ ମାର୍ଚ୍ଚ ୧୭ରୁ ୨୫ ତାରିଖ ମଧ୍ୟରେ ଖେଳାଯିବ। ଜୁନିୟର ମହିଳା ଚାମ୍ପିୟନଶିପ୍‌ରେ ୬ ଦିନଧରି ପୁଲ୍‌ ମ୍ୟାଚ୍‌ ଖେଳାଯିବ। ୨୩ ତାରିଖରେ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ଗୁଡିକ ଖେଳାଯିବ। ଏହାପରେ ଦୁଇଟି ସେମିଫାଇନାଲ ଓ ଫାଇନାଲ ଯଥାକ୍ରମେ ୨୫ ଓ ୨୬ ତାରିଖରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ମୋଟ ଉପରେ ୧୫ଟି ଦଳ ଅଂଶଗ୍ରହଣ କରିବେ। ସେହିପରି ସବ୍‌ଜୁନିୟର ମହିଳା ଏକାଡେମୀ ଚାମ୍ପିୟନଶିନ୍‌ରେ ୬ ଦିନ ଧରି ପୁଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ୨୪ ତାରିଖରେ ସେମିଫାଇନାଲ ଖେଳାଯିବ। ୨୫ ତାରିଖରେ ଫାଇନାଲ ଏବଂ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ମ୍ୟାଚ୍‌ ଖେଳାଯିବ। ଏଥିରେ ୧୦ଟି ଦଳ ଅଂଶଗ୍ରହଣ କରିବେ।
ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ସମେତ ଏକାଧିକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ସଫଳତାର ସହ ଆୟୋଜିତ ହୋଇଛି। ଏହି ଆଇକନିକ୍‌ ଷ୍ଟାଡିୟମରେ ଖେଳାଳିମାନେ ନିଜର ପ୍ରତିଭା ତଥା ଦକ୍ଷତା ପ୍ରମାଣ କରିବାର ସୁଯୋଗ ପାଇବେ । କଳିଙ୍ଗ ଷ୍ଟାଡିୟମରେ ଏହି ଦୁଇ ଟୁର୍ନାମେଣ୍ଟ ଆୟୋଜନ କରିବା ନେଇ ଆମେ ବେଶ୍‌ ଉତ୍ସାହିତ ଅଛୁ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରମୁଖ ସଚିବ ବିଶାଳ କୁମାର ଦେବ କହିଛନ୍ତି। ଏକାଡେମୀର ଖେଳାଳିମାନଙ୍କୁ ସେମାନଙ୍କ କୌଶଳ ଦେଖାଇବାର ସୁଯୋଗ ମିଳିବ ଓ ସେମାନେ ଦକ୍ଷ ହକି ଖେଳାଳି ହୋଇ ବାହାରିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

MS Dhoni Net Worth: କୋଟି କୋଟି ଟଙ୍କା ରୋଜଗାର, ହେଲେ କ୍ରିକେଟ ବ୍ୟତୀତ ଧୋନୀଙ୍କ ଆଉ କ’ଣ ରହିଛି ରୋଜଗାର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜୁଲାଇ ୭ରେ ୪୫ ବର୍ଷ ବୟସରେ ପାଦ ଥାପିଛନ୍ତି। ‘କ୍ୟାପ୍ଟେନ କୁଲ’ ଭାବରେ ଜଣାଶୁଣା – କ୍ରିକେଟ…

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri