ନକଲି ମେଡିସିନ କାରବାର ମାମଲା: ଆଉ ୨ ଗିରଫ, ୮୦୦୦ ନକଲି ବଟିକା ଜବତ

କଟକ ଅଫିସ,୨୭ା୧୦: ନକଲି ମେଡିସିନ କାରବାର ମାମଲାରେ କଟକ ପୁରୀଘାଟ ଥାନା ପୋଲିସ ପୁଣି ୨ ଜଣଙ୍କୁ ବୁଧବାର ଗିରଫ କରିଛି। ସେମାନେ ହେଲେ କ୍ୟାଲ ଏଜେନ୍ସିର ଶିବ କୁମାର କ୍ୟାଲ ଓ ମହାବୀର ପ୍ରସାଦ ରାଧେଶ୍ୟାମ ଏଜେନ୍ସିର ମହେନ୍ଦ୍ର କୁମାର ମୋଦି। ସେମାନଙ୍କଠାରୁ ୮ ହଜାରରୁ ଅଧିକ ନକଲି ଟେଲ୍‌ମା-୪୦ ଓ ଟେଲ୍‌ମା-ଏଏମ୍‌ ବଟିକା ଜବତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ଦ୍ୱୟ ଗ୍ଲେନ୍‌ମାର୍କ କମ୍ପାନୀର ସ୍ବୀକୃତିପ୍ରାପ୍ତ ଷ୍ଟକିଷ୍ଟ। ଉଚ୍ଚ ରକ୍ତଚାପ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଟେଲ୍‌ମା-୪୦ ଓ ଟେଲ୍‌ମା-ଏଏମ୍‌ ନକଲି ମେଡିସିନ୍‌ କାରବାର ଅଭିଯୋଗରେ ଗିରଫ ହୋଇଥିବା କଟକ ଜାଉଁଳିଆପଟିସ୍ଥିତ ପୂଜା ଏଣ୍ଟରପ୍ରାଇଜର୍ସର ସଞ୍ଜୟ ଜଲାନଙ୍କୁ ପୋଲିସ ଜେରାବେଳେ ତାଙ୍କଠାରୁ ବହୁ ତଥ୍ୟ ହସ୍ତଗତ ହୋଇଥିଲା। ଏଥିସହ ଉପରୋକ୍ତ ମେଡିସିନ ଦୁଇଟିକୁ ସ୍ବୀକୃତିପ୍ରାପ୍ତ ଭାବେ ଗ୍ଲେନମାର୍କ କମ୍ପାନୀ ତିଆରି କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ଉକ୍ତ କମ୍ପାନୀର ବିଜିନେସ ନିୟମ ଅନୁସାରେ କମ୍ପାନୀର ଅନୁମୋଦିତ ସି ଆଣ୍ଡ୍‌ ଏଫ୍‌ ଏଜେଣ୍ଟଙ୍କଠାରୁ କେବଳ ମେଡିସିନ କିଣିପାରିବେ। ମାତ୍ର କ୍ୟାଲ୍‌ ଏଜେନ୍ସି ଓ ମହାବୀର ପ୍ରସାଦ ରାଧେଶ୍ୟାମ ଉକ୍ତ କମ୍ପାନୀ ନିୟମକୁ ନ ମାନି ଅଧିକ ଲାଭ ପାଇବା ଲାଗି ଜାଉଁଳିଆପଟିସ୍ଥିତ ପୂଜା ଏଣ୍ଟରପ୍ରାଇଜର୍ସଠାରୁ ନକଲି ଟେଲ୍‌ମା-୪୦ ଓ ଟେଲ୍‌ମା-ଏଏମ୍‌ କିଣୁଥିଲା। ଏହାକୁ ଅସଲି ମେଡିସିନ ଦରରେ ବିକ୍ରି କରୁଥିଲା। ଏ ସମ୍ପର୍କରେ ଜଣାପଡିବା ପରେ କଟକର ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ସର୍କଲ-୧ ଏହି ଦୁଇ ଏଜେନ୍ସି ଉପରେ ଚଢ଼ାଉ କରି ନକଲି ମେଡିସିନ ଜବତ କରିଥିଲେ।
ଅପରପକ୍ଷରେ ନକଲି ମେଡିସିନର ପ୍ରସ୍ତୁତକର୍ତ୍ତାଙ୍କୁ ଧରିବା ପାଇଁ ପୋଲିସ ଯୋଜନା ଫଳବତୀ ହୋଇପାରିନାହିଁ। ଡିସିପି ପିନାକ ମିଶ୍ରଙ୍କ ସୂଚନା ଅନୁସାରେ, ନକଲି ମେଡିସିନର ପ୍ରସ୍ତୁତକର୍ତ୍ତାଙ୍କୁ ଧରିବା ପାଇଁ ପୁରୀଘାଟ ପୋଲିସର ଏକ ଟିମ୍‌ ବିହାରରେ ୭ ଦିନ ରହି କ୍ୟାମ୍ପ କରିଥିଲା। ବିହାରର ଡ୍ରଗ୍ସ କଣ୍ଟ୍ରୋଲର ଓ ପୋଲିସ ସହଯୋଗରେ ବିଭିନ୍ନ ତଥ୍ୟ ହସ୍ତଗତ ହୋଇଛି। ହେଲେ ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚତ୍ବା ସମ୍ଭବ ହୋଇନାହିଁ। ପୋଲିସ ନଜରରୁ ସେ ଚତୁରତାର ସହ ଖସିଯିବାକୁ ସକ୍ଷମ ହୋଇଛନ୍ତି। ତଥାପି ମାଷ୍ଟର ମାଇଣ୍ଡ ନିକଟରେ ପହଞ୍ଚତ୍ବା ପାଇଁ ପୋଲିସର ଯୋଜନା ରହିଛି। ବିଭିନ୍ନ ଲିଙ୍କ୍‌କୁ ଆଧାର କରି ବରିଷ୍ଠ ପୋଲିସ ଅଧିକାରୀମାନେ ଗମ୍ଭୀରତାର ସହ ମାମଲାର ତଦାରଖ କରୁଛନ୍ତି। ଖୁବ୍‌ଶୀଘ୍ର ସେମାନେ ଧରାପଡ଼ିବେ ବୋଲି ଡିସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?