Posted inଜାତୀୟ

ମାଇକ୍ରୋଓଭେନରୁ ମିଳିଲା ଶିଶୁକନ୍ୟାର ମୃତଦେହ

ନୂଆଦିଲ୍ଲୀ,୨୨।୩: ଦକ୍ଷିଣ ଦିଲ୍ଲୀର ଚିରାଗ ଦିଲ୍ଲୀ ଅଞ୍ଚଳରେ ଏକ ୨ ମାସର ଶିଶୁକନ୍ୟା ମୃତଦେହ ମାଇକ୍ରୋଓଭେନ ଭିତରୁ ଉଦ୍ଧାର କରାଯାଇଛି। ଦକ୍ଷିଣ ଦିଲ୍ଲୀ ଡିସିପି ବେନିତା ମାରି ଜେକର କହିଛନ୍ତି, ଶିଶୁକନ୍ୟାର ମୃତ୍ୟୁ ସମ୍ପର୍କରେ ଆମକୁ ଅପରାହ୍ନ ପ୍ରାୟ ୩ଟା ୧୫ରେ ଖବର ମିଳିଥିଲା। ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ଏକ ହତ୍ୟା ମାମଲା ରୁଜୁ କରି ସମସ୍ତ ସମ୍ଭାବନାର ଯାଞ୍ଚ କରାଯାଉଛି। ମୃତ ଶିଶୁକନ୍ୟାର ବାପା ଗୁଲଶନ କୌଶିକ ଏବଂ ମା’ ଡିମପଲ କୌଶିକଙ୍କୁ ଥାନାରେ ପଚରାଉଚରା କରାଯାଉଛି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ପ୍ରାରମ୍ଭିକ ତଦନ୍ତରୁ ଶିଶୁକନ୍ୟାର ମା’ଙ୍କ ଉପରେ ସନ୍ଦେହ ଘନିଭୂତ ହୋଇଛି। ଶିଶୁକନ୍ୟା ଜନ୍ମ ହେବାରୁ ସେ ଦୁଃଖିତ ଥିଲେ। ସେମାନଙ୍କର ଏକ ୪ ବର୍ଷର ପୁଅ ମଧ୍ୟ ରହିଛି।

ନବଜାତଙ୍କ ମୃତ୍ୟୁ ସମ୍ପର୍କରେ ଜଣେ ପଡ଼ୋଶୀ ପୋଲିସକୁ ଫୋନ କରି କହିଥିଲେ, ଶିଶୁକନ୍ୟାର ମା’ ଭିତର ପଟୁ ଘର ବନ୍ଦ କରି ଦେଇଥିଲେ। କାଛ ଭାଙ୍ଗି ଘରେ ପଶିବା ପରେ ମହିଳା ତାଙ୍କ ପୁଅଙ୍କ ସହ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲୁ। କିନ୍ତୁ ଶିଶୁକନ୍ୟାଙ୍କ ପତ୍ତା ମିଳି ନ ଥିଲା। ଅନନ୍ୟାଙ୍କ ଜେଜେମା ଏବଂ କିଛି ପଡ଼ୋଶୀ ପୂରା ଘର ଖୋଜିବା ପରେ ମାଇକ୍ରୋଓଭେନରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫୦ ହଜିଥିବା ମୋବାଇଲ୍  ହିତାଧିକାରୀଙ୍କୁ ହସ୍ତାନ୍ତର: ୧୬ ମାସ ପୂର୍ବରୁ ହଜିଯାଇଥିବା ଆଇଫୋନ୍‌ ଫେରିପାଇଲେ…

ଭଞ୍ଜନଗର, ୨୫।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ପୋଲିସ ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍‌ ମଧ୍ୟରୁ ମୋଟ ୧୫୦ଟି ଫୋନ୍ ଜବତ…

ଝଗଡ଼ା ପରେ ସୀମା ପାର୍ କଲେ କୋହଲିଙ୍କ ଫ୍ୟାନ୍ସ, ଟ୍ରାଭିସ୍ ହେଡଙ୍କ ପତ୍ନୀଙ୍କୁ ଗାଳିଗୁଲଜ

ନୂଆଦିଲ୍ଲୀ,୨୫ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ୍ ହେଡ୍ ମୁହାଁମୁହିଁ ହୋଇଥିଲେ । ଫଳସ୍ୱରୂପ,…

ଟ୍ବିଶା ଶର୍ମା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି, CJI କହିଲେ ଆମେ ଦୁଃଖିତ ଯେ…

ନୂଆଦିଲ୍ଲୀ,୨୫।୫: ସୋମବାର (୨୫ ମଇ, ୨୦୨୬) ଭୋପାଳରେ ଟ୍ବିଶା ଶର୍ମା ମାମଲାର ଶୁଣାଣି ସମୟରେ, ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ (CJI) ମତ ଦେଇଥିଲେ ଯେ ମୃତକଙ୍କ ଶାଶୁ…

ଆଜି କାଲି କହି ଭଣ୍ଡାଉଛନ୍ତି ପୋଷ୍ଟ ଅଫିସ କର୍ମଚାରୀ: ଉପଭୋକ୍ତା ଅତିଷ୍ଠ

ଗଞ୍ଜାମ,(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବଡ଼ ବଜାର ସ୍ଥିତ ପୋଷ୍ଟ ଅଫିସର କର୍ମଚାରୀମାନଙ୍କ ମନମୁଖୀ ଆଚରଣ ନେଇ ଗ୍ରାହକମାନେ ଅତିଷ୍ଠ ହୋଇପଡ଼ିଛନ୍ତି। ଏମିତିକି ଗ୍ରାହକମାନଙ୍କ ସହ କର୍ମଚାରୀମାନେ…

ଚାଲିଥିଲା ଦେହ ବ୍ୟବସାୟ, ମାଡ଼ି ବସିଲା ପୋଲିସ, ପାଖରୁ ମିଳିଲା ଏହି ଆପତ୍ତିଜନକ ଜିନିଷ

ବରଗଡ଼,୨୫ା୫(ପ୍ରେମାନନ୍ଦ କମାରୀ): ବରଗଡ଼ ଟାଉନ ଥାନା ପୋଲିସ ରବିବାର ଡାଙ୍ଗ ଛକ ନିକଟ ପିପିଲିପାଲି ଗ୍ରାମରେ ଏକ ସେକ୍ସ ରାକେଟ ଠାବ କରିଛି। ସେଠାରେ ଦେହ ବ୍ୟବସାୟ…

ଚର୍ଚ୍ଚାରେ ରାଜ୍ୟ ରାଜନୀତି: ବିଜେଡି ଛାଡ଼ିବା ପଛରେ ମୂଳ କାରଣ କହିଦେଲେ ଦେବାଶିଷ, ଶ୍ରୀମୟୀ ଦେଇଥିଲେ…

ଭୁବନେଶ୍ୱର,୨୫।୫:  ରାଜ୍ୟ ରାଜନୀତିରେ ଏକ ବଡ଼ ହଲଚଲ। ରାଜ୍ୟ ସଭା ଏମ୍ ପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା…

ଦିଲ୍ଲୀର ଆଇପିଏଲ୍‌ ଅଭିଯାନ ଶେଷ

କୋଲକାତା,୨୫ା୫: ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ମାପଚୁପ ବୋଲିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୪୦ ରନରେ କୋଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଛି। ପୂର୍ବରୁ ପ୍ଲେଅଫ୍‌…

ମିଳିତ ଜନଅଭିଯାଗ ଶୁଣାଣି: ପ୍ରଚଣ୍ଡ ଖରାକୁ ଖାତିର ନ କରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଲେ ଶତାଧିକ ଲୋକ

ଦାରିଙ୍ଗବାଡ଼ି,୨୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଏବଂ ଏସ୍‌ପି ହରିଶ ବିଶିଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri