Posted inଜାତୀୟ

ଧରା ପଡ଼ିଲେ ୨୫୦ କୁକୁର ଛୁଆ ହତ୍ୟାକାରୀ ମାଙ୍କଡ଼

ନୂଆଦିଲ୍ଲୀ,୧୯।୧୨: ମହାରାଷ୍ଟ୍ରର ଏକ ଗ୍ରାମରେ ୨୫୦ କୁକୁର ଛୁଆଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଦୁଇ ମାଙ୍କଡ଼ଙ୍କୁ ଧରି ନିଆଯାଇଛି। ସେହି ଅଞ୍ଚଳରେ ଏକ ଶିଶୁ ମାଙ୍କଡ଼ର ମୃତ୍ୟୁକୁ ନେଇ ଦୁଇ ମାଙ୍କଡ଼ ପ୍ରତିଶୋଧ ପରାୟଣ ହୋଇ କୁକୁର ଛୁଆଙ୍କୁ ହତ୍ୟା କରୁଥିଲେ।

“ଅନେକ କୁକୁର ଛୁଆ (ପପି)ଙ୍କ ହତ୍ୟାରେ ସମ୍ପୃକ୍ତ ଦୁଇ ମାଙ୍କଡ଼କୁ ବିଡ୍‌ ଅଞ୍ଚଳରୁ କାବୁ କରିଛି ନାଗପୁର ଜଙ୍ଗଲ ବିଭାଗ ଦଳ। ମାଙ୍କଡ଼ଙ୍କୁ ନାଗପୁର ନିଆଯାଇ ଜଙ୍ଗଲରେ ଛଡ଼ାଯିବ ” ବୋଲି ବିଡ୍‌ ଜଙ୍ଗଲ ଅଧିକାରୀ ସଚିନ କାଣ୍ଡ କହିଛନ୍ତି।

ଲଭୁଲ ଗ୍ରାମରେ ଗତ କିଛି ମାସ ହେଲା ଦୁଇ ମାଙ୍କଡ଼ କୁକୁର ଛୁଆଙ୍କୁ ହତ୍ୟା କରୁଥିଲେ ବୋଲି ସ୍ଥାନୀୟ ବସୀନ୍ଦା କହିଛନ୍ତି। ସେମାନେ କୁକୁର ଛୁଆଙ୍କୁ ଦେଖିବା ମାତ୍ରେ, ତାକୁ ଧରି ନେଇ ଉଚ୍ଚକୁ ଚଢ଼ି ଫୋଗାଡ଼ି ଦେଉଥିଲେ। ମାଙ୍କଡ଼ମାନେ ସ୍କୁଲ ଛୁଆଙ୍କୁ ଆକ୍ରମଣ କରିବା ପରେ ଧାରୁରର ଜଙ୍ଗଲ ବିଭାଗକୁ ଜଣାଇଥିଲେ ଗ୍ରାମମାସୀ। ଏହି ଘଟଣା କେବଳ ସ୍ଥାନୀୟ ବାସୀନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା, ତାହା ନୁହେଁ ସୋସିଆଲ ମିଡିଆରେ ଏ ନେଇ ଖୁବ ମିମ୍ସ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବେକ କୁମାର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ନୂଆଦିଲ୍ଲୀ, ୨୦ା୭(ପି.ଟି.): ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌) ଅଫିସର ବିବେକ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ...

୭ଦିନିଆ ରିମାଣ୍ଡରେ ଗଲେ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦଙ୍କ ଭାଇ

ମୁମ୍ବାଇ,୧୮।୨: ଅଣ୍ଡରୱାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ଭାଇ ଇକ୍‌ବାଲ କାସକରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମନି ଲଣ୍ଡରିଂ ମାମଲାରେ ଅଧିକ ପଚରା ଉଚରା ପାଇଁ ଇକ୍‌ବାଲଙ୍କୁ...

ମୋଦି ସରକାରଙ୍କୁ ୩୫ ହଜାର କୋଟିର ହିସାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨।୬: କେନ୍ଦ୍ର ସରକାରଙ୍କ ଟିକାକରଣ ନୀତିକୁ ବୁଧବାର ତୀବ୍ର ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ଟିକାକରଣ ପାଇଁ ବଜେଟ୍‌ରେ ୩୫ ହଜାର କୋଟି ଟଙ୍କା ଆଗତ...

ଯୋଗୀଙ୍କ ଶପଥ ଗ୍ରହଣଉତ୍ସବକୁ ରାହୁଲ, ସୋନିଆଙ୍କୁ ନିମନ୍ତ୍ରଣ

ଲକ୍ଷ୍ନୌ,୧୭।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ସହ ଭାଜପା ପୁଣି କ୍ଷମତାକୁ ଫେରିଛି। ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।...

ତୃତୀୟ ଲହର ଟାର୍ଗେଟରେ କରୋନା ଯୋଦ୍ଧା, ୧୦୦୦ରୁ ଅଧିକ ଡାକ୍ତର ଆକ୍ରାନ୍ତ…

ନୂଆଦିଲ୍ଲୀ, ୬।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଥିବାବେଳେ ଏହା ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ତୃତୀୟ ଲହର...

ସିଭିସିଙ୍କୁ ସଂସଦୀୟ କମିଟିଙ୍କ ପ୍ରଶ୍ନ କାହିଁକି ବିଚାର ନହୋଇ ପଡ଼ି ରହିଛି ୧୨ ହଜାରରୁ ଅଧିକ ମାମଲା…

ନୂଆଦିଲ୍ଲୀ, ୨୯।୩ : ତିନି ବର୍ଷରୁ ଅଧିକ ସମୟ ଧରି ୧୨ ହଜାରରୁ ଅଧିକ ମାମଲା କାହିଁକି ବିଚାରାଧୀନ ଅଛି ତାହା ସ୍ପଷ୍ଟ କରିବାକୁ  ସଂସଦୀୟ...

କଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ଜଣେ ବିହାର ବାସିନ୍ଦା ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ

ଜମ୍ମୁ,୧୨ ।୮: ଜମ୍ମ-କଶ୍ମୀରରେ ଆତଙ୍କବାଦୀମାନେ ପୁଣିଥରେ ସାଧାରଣ ଜନତାଙ୍କୁ ଟାର୍ଗେଟ କରିଛନ୍ତି । ଘାଟିର ବାନ୍ଦିପୋରା ଜିଲାର ଅଜସ ସ୍ଥିତ ସଦୁନାରା ଅଞ୍ଚଳରେ ଆତଙ୍କବାଦୀମାନେ ଜଣେ...

ମୋଦିଙ୍କୁ ଘେରିଲେ ରାହୁଲ, ନିଜ ବିଫଳତା ପାଇଁ କାହାକୁ ଦୋଷ ଦେବେ, ନେହେରୁ ନା ଜନତାଙ୍କୁ…

ନୂଆଦିଲ୍ଲୀ, ୩୦।୪ : ଦେଶରେ ବଢୂଥିବା ବିଦ୍ୟୁତ ସଙ୍କଟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସେ...

Advertisement
Archives

Model This Week